BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଓଡ଼ିଶୀରେ ଉଜ୍ଜୀବିତ କଲେ ସଙ୍ଗୀତା ଦାଶ, ଆଧ୍ୟାତ୍ମିକ ପରିବେଶରେ ବିଭୋର ହେଲେ ଦର୍ଶକ

ପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କ ବାଲ୍ୟଜୀବନକୁ ଦର୍ଶକମାନଙ୍କ ଆଗରେ ପରିବେଷଣ କରିବା ମୋ ପାଇଁ ସୌଭାଗ୍ୟ-ସଙ୍ଗୀତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଓଡ଼ିଶୀ ନୃତ୍ୟରେ ଉଜ୍ଜୀବିତ କରିଛନ୍ତି ନୃତ୍ୟଶିଳ୍ପୀ ଗୁରୁ ସଙ୍ଗୀତା ଦାଶ।

“କେଡେ ଛନ୍ଦ ଜାଣେ ଲୋ ସହି” ଓଡ଼ିଶୀ ଅଭିନୟରେ ଶ୍ରୀକୃଷ୍ଣଙ୍କ ବାଲ୍ୟକାଳ ଲୀଳା ସମୂହ – ପୁତନା ବଦ୍ଧ, ଗୋବର୍ଦ୍ଧନ ପର୍ବତ ଧାରଣ, କାଳିଆ ଦଳନ, ମା ଯଶୋଦାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ରହିଥିବା ବାତ୍ସଲ୍ୟ ମମତାକୁ ଓଡ଼ିଶୀର ଭଙ୍ଗୀ ପ୍ରଦାନ କରିଥିଲେ ଗୁରୁ ସଙ୍ଗୀତା ଦାଶ। ଆଜିର ଏହି ପରିବେଷଣ ରବୀନ୍ଦ୍ର ମଣ୍ଡପରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଭକ୍ତିର ଭାବରେ ବିଭୋର ହୋଇଥିଲେ ଦର୍ଶକ।

ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆମ ସମସ୍ତଙ୍କୁ ସଦା ସର୍ବଦା ଭକ୍ତିରସରେ ଭିଜାଇଥାଏ। ପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କ ବାଲ୍ୟଜୀବନକୁ ଦର୍ଶକମାନଙ୍କ ଆଗରେ ପରିବେଷଣ କରିବା ମୋ ପାଇଁ ସୌଭାଗ୍ୟ, ବୋଲି କହିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ସଙ୍ଗୀତା ଦାଶ।

ଆଜି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଗୋଡମେକର୍ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟାଭିନୟ ମଙ୍ଗଳାଚରଣ “ନୀଳଦ୍ରୌ ଶଙ୍ଖ ମଧେ ଶତଦଳ କମଳେ” ପରିବେଷଣ ହୋଇଥିଲା। ପରେ ପରେ ଓଡ଼ିଶୀ ଏକକ ନୃତ୍ୟ ପର୍ଯ୍ୟାୟରେ ଇଶାନି ମିଶ୍ରଙ୍କ ଦ୍ୱାରା ଅଭିନୟ “ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି”, ହିମାନୀ ସାରଥୀଙ୍କ ଦ୍ୱାରା “ସାବେରୀ ପଲ୍ଲବୀ”, ସୁଭାଶ୍ରୀ ଶୁଭସ୍ମିତା ମହାପାତ୍ରଙ୍କ ଦ୍ଵାରା “ଦରବାରୀ ପଲ୍ଲବୀ” ପରିବେଷିତ ହୋଇଥିଲା। ଓଡ଼ିଶୀ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ତେଜସ୍ୱିନୀ ବାରିକ୍ ଏବଂ ରିଷିତା ପାତ୍ରଙ୍କ ଦ୍ୱାରା “ମଙ୍ଗଳାଚରଣ ତାରା ତାରିଣୀ”, ଏକକ ନୃତ୍ୟରେ ଆଦ୍ୟାଶା ଅନିନ୍ଦିତାଙ୍କ ଦ୍ୱାରା “ଓଡ଼ିଶୀ ଅଭିନୟ”, ଅଜୟ ଗଙ୍ଗାଧର ଶେଣ୍ଡେଙ୍କ ଦ୍ୱାରା “ପଲ୍ଲବୀ’, ପ୍ରଚେତୀ ହେମନ୍ତ ଡାଙ୍ଗେଙ୍କ ଦ୍ଵାରା ଅଭିନୟ “ପ୍ରାଣ ସଙ୍ଗିନୀରେ” ପରିବେଷିତ ହୋଇଥିଲା ଏବଂ ଶେଷରେ ଦଳଗତ ନୃତ୍ୟରେ ଶ୍ରୀ ବିଦ୍ୟା ସଂଗୀତ ଏବଂ କଳା ପ୍ରତିଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ଦଶ ମହାବିଦ୍ୟା” ପରିବେଷିତ ହୋଇଥିଲା।

ଅପରାହ୍ନ ଅଧିବେଶନରେ ମୁମ୍ବାଇରୁ ଆସିଥିବା ସ୍ମିତାଳୟର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ଦୁର୍ଗସ୍ତୁତି” ପରିବେଷିତ ହୋଇଥିଲା। ପରେ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସାଇ ଦୀପା ଦାସ ଓ ଶୁଭଶ୍ରୀ ରାୟଙ୍କ ଦ୍ୱାରା ଅଭିନୟ “ଶିବାଷ୍ଟକ”, ଏକକ ନୃତ୍ୟରେ ସୁବ୍ରତା ପଣ୍ଡାଙ୍କ ଦ୍ୱାରା ଅଭିନୟ “ଅଷ୍ଟପଦୀ”, ଦ୍ୱୈତ ନୃତ୍ୟରେ ଅଦ୍ରିକା ଚଟ୍ଟୋପାଧ୍ୟାୟ ଓ ପ୍ରିୟଙ୍କା ଘୋଷଙ୍କ ଦ୍ୱାରା ଅଭିନୟ “କସ୍ତୁରୀ ତିଳକ ଲଲାଟ ପଟଳେ”, ଏକକ ନୃତ୍ୟରେ ମୌମିତ ବାତ୍ସ ଘୋଷଙ୍କ ଦ୍ୱାରା “ଛାୟାପଟ ପଲ୍ଲବୀ”, ଦ୍ୱୈତ ନୃତ୍ୟଶିଳ୍ପୀ ସମ୍ପୂର୍ଣ୍ଣ ଇନ୍ଦୁ ପାଣି ଓ ସଞ୍ଜନା ଗୌଡଙ୍କ ଦ୍ୱାରା ଅଭିନୟ “ଶ୍ୟାମ ଶିଖଣ୍ଡ ଚୂଳ”, ଏକକ ନୃତ୍ୟରେ ସୁଦୂର ଜର୍ମାନୀରୁ ଆସିଥିବା ଡକ୍ଟର ଅନୀଶ ରାଘବନଙ୍କ ଦ୍ୱାରା “ବିଳହାରୀ ପଲ୍ଲବୀ” ଏବଂ ଶେଷରେ କଳ୍ପୋଦୀପ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ଶିବତାଣ୍ଡବ” ପରିବେଷିତ ହୋଇଥିଲା।

ସନ୍ଧ୍ୟା ଅଧିବେଶନରେ ଶ୍ରୀଦତ୍ତ ଭୋଳଙ୍କ ଦ୍ୱାରା ଏକକ ନୃତ୍ୟ, ଅଞ୍ଜଳି ଦାଶ ଓ ଲୋପାମୁଦ୍ରା ସାହୁଙ୍କ ଦ୍ୱାରା ଦ୍ୱୈତ ନୃତ୍ୟ ପରିବେଷିତ ହୋଇଥିଲା। ସୋନାମ ପଣ୍ଡା, ଦେବଯାନୀ ଦାସ, ଶ୍ରୁତିଶ୍ରୀ ରାଉତ ଓ ତନୁଶ୍ରୀ ସାହୁ, ସମ ଗୋରୟା, ଟୁବୁଲା କୁମାର ସଂଧା ଆଦି ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅଦ୍ୟାଶା ଫାଉଣ୍ଡେସନ ଅନୁଷ୍ଠାନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୂର୍ଗା ଚରଣ ରଣବୀର, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଇଲିଆନା ସିତାରିଷ୍ଟ ଓ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିଶ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେଉଛି। ଦେଶବିଦେଶରୁ ପ୍ରାୟ ୩୫୦ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି।