BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍ବାମୀ ସ୍ତ୍ରୀ ପିଟାପିଟି।

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୂର୍ବରୁ ଉଭୟଙ୍କ ମାମଲା ହୀରାକୁଦ ଥାନାରେ ରହିଥିବାରୁ ସେଠାକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ନିର୍ଯାତନା ଅଭିଯୋଗରେ ସ୍ବାମୀ ଅକ୍ଷୟ କୁମାର ସୁତାରଙ୍କୁ ଗିରଫ କରାଯାଇଛି।
ହୀରାକୁଦ ପୋଲିସ ସୂଚନା ଅନୁଯାୟୀ, ଅକ୍ଷୟଙ୍କ ସହିତ ପ୍ରାଚୀ ପଣ୍ଡାଙ୍କ ବିବାହ ହୋଇଥିଲେ ମଧ୍ୟ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲ ନ ଥିଲା। ପ୍ରାଚୀ ଅଭିଯୋଗ କରିଥିଲେ ଯେ, ଅକ୍ଷୟ ପୂର୍ବରୁ ବିବାହିତ ସତ୍ତ୍ୱେ ତାଙ୍କୁ ଠକି ବିବାହ କରିଥିଲେ। ଅନେକ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଉଭୟଙ୍କୁ ଡାକି ଆପୋସ ବୁଝାମଣା କରାଯାଇଥିଲା। ଅନ୍ୟପଟେ ଅକ୍ଷୟ ମଧ୍ୟ ସ୍ତ୍ରୀ ପ୍ରାଚୀଙ୍କ ନାମରେ ୨୦୨୦ ମାର୍ଚ୍ଚ ୧୫ରେ ଥାନା ଓ ଜାତୀୟ ମାନବାଧିକାର ପରିଷଦ ନିକଟରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ, ପ୍ରାଚୀ ଘରେ ଆଶାନ୍ତି ସୃଷ୍ଟି କରୁଛନ୍ତି। ପରିବାର ସହ ଭଲ ସମ୍ପର୍କ ରଖୁ ନାହାନ୍ତି। ବାରମ୍ବାର ଆତ୍ମହତ୍ୟା କରି ଫସାଇଦେବାକୁ ଧମକ ଦେଉଛନ୍ତି। ଅନେକ ଥର ଉଦ୍ୟମ କରି ବିଫଳ ମଧ୍ୟ ହୋଇଛନ୍ତି। ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ଆପୋସ ବୁଝାମଣା ପାଇଁ ପ୍ରୟାସ କରାଯାଇଥିଲା। ପ୍ରାଚୀ ପରିଷଦ ଆଗରେ ସ୍ବାମୀ ଓ ତାଙ୍କ ପରିବାର ସହ ସୁ ସମ୍ପର୍କ ରଖିବେ, ଘରେ ସିସି ଟିଭି ଲଗାଇଲେ ଆପତ୍ତି ନାହିଁ ବୋଲି ଚୁକ୍ତିନାମା ଲେଖିଥିଲେ। ଅକ୍ଷୟ ମଧ୍ୟ ପ୍ରାଚୀଙ୍କୁ ସମ୍ମାନ ଦେବା ସହ ଖୁସିରେ ରଖିବେ। ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିବ ଓ ଏହାର ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲେଖିଥିଲେ।