BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଅଗ୍ରୟୋଧୀ ଲୋଗୋ, ୱେବ୍‌ସାଇଟ୍ ଉନ୍ମୋଚିତ  ଉପକୃତ ହେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍‌.ଇ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସମ୍ବାଦ ଡ଼ିଜିଟାଲ୍ ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ରୟୋଧୀ ଲୋଗୋ ଏବଂ ୱେବ୍‌ସାଇଟ୍ ଉନ୍ମୋଚିତ କରାଯାଇଛି । ସି.ବି.ଏସ୍‌.ଇ ଅନୁବନ୍ଧିତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସମ୍ବାଦ ଡ଼ିଜିଟାଲ୍ ଏହି ଅଭିନବ ଚିନ୍ତାଧାରା ଆଣିଛି । ଡ଼ିଜିଟାଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହା ବେଶ୍ ସହାୟକ ହେବ । ଛାତ୍ରଛାତ୍ରୀମାନେ ୨୪ ଜାନୁଆରୀ, ୨୦୨୩ ରୁ
www.sambadepaper.com, www.sambad.in, www.sambadenglish.com ଏବଂ www.kanaknews com ରେ ନିର୍ଦ୍ଦିଷ୍ଟ ସିଲାବସ୍ ଉପରେ ଆଧାର କରି ନମୁନା ପ୍ରଶ୍ନପତ୍ର ପାଇପାରିବେ । ଗୋଟିଏ ଦିନ ପରେ, ଏହି ଅନ୍‌ଲାଇନ୍ ପ୍ଲାର୍ଟଫର୍ମରେ ପ୍ରଶ୍ନର ଉତ୍ତର ଉପଲବ୍ଧ ହେବ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ହିନ୍ଦୀ, ସାମାଜିକ ବିଜ୍ଞାନ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ଗଣିତ, ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ କମ୍ପ୍ୟୁଟର ବିଜ୍ଞାନ ନମୁନା ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ସମ୍ବାଦର ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି: ଅଗ୍ରୟୋଧୀ ହେଉଛି ସି.ବି.ଏସ୍‌.ଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନାର ଏକ ଭଣ୍ଡାର । ଅଗ୍ରୟୋଧୀ, ଚାମ୍ପିଅନ୍ ସୃଷ୍ଟି କରିବା ପାଇଁ ଏକ ପ୍ରୟାସ । ଉଲ୍ଲେଖଯୋଗ୍ୟ, ସମ୍ବାଦ ଗ୍ରୁପ୍ ସି.ବି.ଏସ୍‌.ଇ ଦଶମ ଶ୍ରେଣୀ ଫାଇନାଲ୍ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ସ୍କୁଲ୍ ଟପ୍ପରମାନଙ୍କୁ ଅଗ୍ରୟୋଧୀ ପୁରସ୍କାର ସହିତ ଉତ୍ସାହିତ କରେ । ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି: “ବର୍ତ୍ତମାନ ପ୍ରାୟ ସବୁକିଛି ଡ଼ିଜିଟାଲ୍ ହୋଇଯାଇଛି ଏବଂ ଏହାର ଆଗକୁ ଯଥେଷ୍ଟ ସମ୍ଭାବନା ରହିଛି । କିଛି ବର୍ଷ ପୂର୍ବେ ଇ-ଲର୍ଣ୍ଣି ଏକ ଦୂର ସ୍ୱପ୍ନ ଥିଲା । କିନ୍ତୁ ନିକଟ ଅତୀତରେ ଏହା ବାସ୍ତବ ରୂପ ନେଇଛି । ଅଗ୍ରୟୋଧୀ ହେଉଛି ଅଗ୍ରଣୀ ସି.ବି.ଏସ୍‌.ଇ ବିଦ୍ୟାଳୟ ଗୁଡ଼ିକର ବିଷୟବସ୍ତୁ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ ସମୃଦ୍ଧ ବିଷୟବସ୍ତୁର ଏକ ସଂକଳନ । ମୁଁ ନିଶ୍ଚିତ ଯେ ଛାତ୍ରଛାତ୍ରୀମାନେ ଏଥିରୁ ଅଧିକ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଆକାଶ+ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ଼କ୍ଟର ଅଜୟ ବାହାଦୂର ସିଂ, ଡ଼ିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. କେଶବଚନ୍ଦ୍ର ଶତପଥି, ସେଣ୍ଟ ଜାଭିୟର୍ ଗ୍ରୁପ୍ ଅଫ୍ ସ୍କୁଲ୍ ସମୂହର ଅଧ୍ୟକ୍ଷ ଡ଼କ୍ଟର ଜି.ଏସ୍ ପଟ୍ଟନାୟକ, ଓଡ଼ିଶା ମୋ ପରିବାରର ଲିଗାଲ ପରାମର୍ଶଦାତା ଅବନୀ ସାହୁ ଉପସ୍ଥିତ ଥିଲେ ।