ଦିନେ ଗୋଟିଏ ଭିକାରୀ ଭିକ୍ଷା କରି ଫେରୁଥିବା ସମୟରେ ଗୋଟିଏ ମହୁଭରା କଳସୀ ବାଟରୁ ପାଇଲା । ଭିକାରିଟୀ ଅତି ଖୁସୀରେ କଳସୀ ଟିକୁ ଘରକୁ ଆଣି ଖାଇ ପିଇ ଶୋଇ ପଡିଲା । ଶୋଇଲା ପରେ ସେ ସ୍ଵପ୍ନରେ ଭାବିଲା ମୁଁ କାଲି ଏ ସବୁତକ ବିକ୍ରି କରି ଗୋଟେ ଛେଳି ଆଣିବି । ଛେଳିଟି ଛୁଆ ଦେବ ତା’ କ୍ଷୀର ବିକି ବହୁତ ପଇସା ରୋଜଗାର କରିବି ।
ତା’ପରେ ସେହି ଛେଳିଟିକୁ ବିକ୍ରି କରି ଗୋଟେ ଦୁଧିଆଳି ଗାଈ ଆଣିବି,ତା ‘ କ୍ଷୀର ବିକ୍ରୀ କରି ଅନେକ ଟଙ୍କା ରୋଜଗାର କରିବି।ଧୀରେ ଧୀରେ ଗାଈ ଗୁଡ଼ାକ ବଢ଼ିବାକୁ ଲାଗିବେ,ତାଙ୍କ ପାଇଁ ଗୋଟେ ସୁନ୍ଦର ଘର କରିବି।କିଛି ଦିନ ପରେ ଧନୀ ପାଲଟି ଯିବି।ସୁନ୍ଦର କୋଠାଘର ତିଆରି କରି ପଲଙ୍କ ଉପରେ ଶୋଇ ଅୟସ କରିବି।ତା ‘ ପରେ ମତେ ବାହା ହେବାକୁ ସୁନ୍ଦରୀ ମାନଙ୍କ ପ୍ରତିଯୋଗିତା ଆରମ୍ଭ ହୋଇଯିବ।ଶେଷରେ ମୋ ମନ ମୁତାବକ ସୁନ୍ଦରୀ କୁ ବାହା ହେବି।ପିଲାଛୁଆ ହେବ।
ବାପା ଡାକ ଶୁଣି ନିଜକୁ ଗର୍ବମନେ କରିବି। ସ୍ତ୍ରୀ ଟି ଯଦି କୌଣସି କାରଣ ରୁ କଥା ନ ମାନେ ତେବେ ତାକୁ ଠେଙ୍ଗା ରେ ଏକ ପାହାର ଦେବି ଯେ ସବୁଦିନ ପାଇଁ ମନେ ରଖିବ । ହଠାତ୍ ଭିକାରୀ ଟି ନିଦରୁ ଉଠିପଡି ଗୋଟିଏ ଠେଙ୍ଗା ଧରି ମହୁ ମାଠିଆ କୁ ନିଜ ବାଡ଼ିରେ ପିଟି ଫଟାଇ ଦେବାରୁ ମହୁତକ ତା ‘ ଦେହସାରା ହୋଇଗଲା।
କିଛି ସମୟ ପରେ ତାର ଚେତା ଆସିବାରୁ ମହୁହାଣ୍ଡି ଭାଙ୍ଗି ଯାଇଥିବାରୁ ମୁଣ୍ଡରେ ହାତ ଦେଇ କାନ୍ଦିବାକୁ ଲାଗିଲା। ସେ ନିଜକୁ ନିଜେ ଭାବିଲା ଏତେ ଗୁଡ଼ାଏ ସ୍ବପ୍ନ ମୁଁ ଦେଖିଲି , ତା ‘ ଭିତରୁ କୋଉ ଗୋଟାଏ ବି ସତ ହେଲାନି। ଶେଷରେ ନିଜର ଭୁଲ ବୁଝିପାରି କହି ଉଠିଲା,ସ୍ବପ୍ନ ସବୁବେଳେ ସତ ହୋଇନଥାଏ।ତେଣୁ ମୋ ପରି ଗୋଟେ ଭିକାରୀ ଏ ଭଳି ସ୍ବପ୍ନ ଦେଖିବା ନିହାତି ବୋକାମିର ପରିଚୟ।
ମୋ ଭିକ୍ଷା ଝୁଲାମୁଣି ମୋ ପାଇଁ ବଡ଼ , ଏ ସ୍ବପ୍ନ ଗୁଡ଼ାକ ମୋ ପାଇଁ ଅଶୁଭ।ଏମିତି ନିଜକୁ ନିଜେ କିଛି ସମୟ କହିଲା ପରେ ଭିକ୍ଷା ମୁଣିଟିକୁ କାନ୍ଧରେ ପକେଇ ଭିକ୍ଷା ମାଗିବାକୁ ଗାଁ କୁ ଚାଲିବାକୁ ଆରମ୍ଭ କଲା।
ଉପସ୍ଥାପନା: ଶୁଭସ୍ମିତା ପ୍ରଧାନ