BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାବିତ୍ରୀ ଅମାବାସ୍ୟାରେ ଶ୍ରଦ୍ଧା ଓ ଭକ୍ତିର ଆଭା

ଭୁବନେଶ୍ୱର: ଆଜି ରାଜ୍ୟସାରା ଘରେ ଘରେ ଉତ୍ସାହ ଓ ଭକ୍ତିର ମାଧୁର୍ଯ୍ୟରେ ପାଳନ ହେଉଛି ସାବିତ୍ରୀ ଅମାବାସ୍ୟା। ଏହି ଦିନଟିରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବ୍ରତ ରଖିଥାନ୍ତି। ହିନ୍ଦୁ ପୌରାଣିକ କଥାଅନୁସାରେ, ସାବିତ୍ରୀ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁରୁ ଫେରାଇ ଆଣିଥିଲେ। ସେହି ଶ୍ରଦ୍ଧା ଓ ଆଶା କୁ ମନେ ପକାଇ ଘରେ ଘରେ ବ୍ରତ ତଥା ପାଠ ଓ ପୂଜାର୍ଚ୍ଚନା ହେଉଛି।

ସକାଳୁ ସକାଳୁ ଦେବାଳୟ ଓ ପୀଠମାନେ ଶ୍ରଦ୍ଧାଳୁଙ୍କ ଭିଡରେ ଜନସାଗରର ଆକାର ନେଇଥିଲା। ମହିଳାମାନେ ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ପିନ୍ଧି ଭୋଗ ଓ ପୂଜା ସାମଗ୍ରୀ ହାତରେ ନେଇ ଦେବାଳୟ ଦର୍ଶନରେ ଯୋଗଦେଇଛନ୍ତି। ଘରେ ଘରେ ସାବିତ୍ରୀଙ୍କ ମୂର୍ତ୍ତି ଗଢି ପାରମ୍ପରିକ ରୀତିରେ ବ୍ରତ କଥା ଗାଇ ପୂଜା କରାଯାଉଛି।

ପୂଜାରେ ବ୍ୟବହୃତ ଫଳ ମଧ୍ୟରେ ଆମ୍ବ, ପଣସ, ତାଳ, ଖଜୁରୀ, ନଡିଆ, ଫୁଟି କାକୁଡି ପ୍ରମୁଖ ଦେଶୀ ଫଳ ଅନ୍ୟତମ। ସମ୍ପୂର୍ଣ୍ଣ ଦିନ ଉପବାସ ରଖି ସନ୍ଧ୍ୟା ବେଳେ ପତିଙ୍କ ପାଦ ପ୍ରକ୍ଷାଳନ କରି ପୂଜା ସମାପନ କରନ୍ତି ସଧବା ମହିଳାମାନେ।

ସାବିତ୍ରୀ ବ୍ରତ ହେଉଛି ଦାମ୍ପତ୍ୟ ଜୀବନର ଭକ୍ତି, ନିଷ୍ଠା ଓ ଆଶା ର ପ୍ରତୀକ। ଏହି ବ୍ରତ ମାଧ୍ୟମରେ ସଧବା ମହିଳାମାନେ ସେଇ ପୌରାଣିକ ଆଦର୍ଶକୁ ଆଜି ବି ଜୀବନରେ ପ୍ରୟୋଗ କରୁଛନ୍ତି।

ଉପସ୍ଥାପନା: ଶୁଭସ୍ମିତା ପ୍ରଧାନ