BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦୃତ ଗତିରେ ଗାଡି ଚଳାଇଲେ ୭ ହଜାର ଜରିମାନା ଓ ଲାଇସେନ୍ସ ରଦ୍ଧ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ। ଏପରିକି ୩ ଥର ଦ୍ରୁତ ଗତିରେ ଗା ଚଳାଇ ଧରା ପଡିଲେ ଲାଇସେନ୍ସକୁ ସବୁ ଦିନ ପାଇଁ ରଦ୍ଦ କରାଯିବ। ରାଜଧାନୀରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ଏଭଳିଆଭିମୁଖ୍ୟ ଗ୍ରହଣ କରାଯାଇଛି।

ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଧରିବା ପାଇଁ ରାଜଧାନୀର ୧୩ଟି ପ୍ରମୁଖ ଛକରେ ଅତ୍ୟାଧୁନିକ ଏନ୍‌ଏନ୍‌ପିଆର୍‌ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ପଟିଆ, କିଟ ଛକ, ପାୱାର ହାଉସ ଛକ, ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ରାଜମହଲ, ନାକା ଗେଟ, ଟ୍ରାଇଡେଣ୍ଟ ହୋଟେଲ, ବାଣୀବିହାରଠାରୁ ଶିଶୁଭବନ, କିଟ କ୍ୟାମ୍ପସ ନମ୍ବର ୩, କଳିଙ୍ଗ ଷ୍ଟାଡିୟମ ଓ ଶାସ୍ତ୍ରୀ ନଗର ଛକ ଆଦି ସ୍ଥାନରେ ଏହି ହାଇପାୱାର କ୍ୟାମେରା ଲାଗିଛି । ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଏହି କ୍ୟାମେରା ବିଭିନ୍ନ ଛକରେ ଲାଗିଛି। କ୍ୟାମେରା ଫଟୋ ଉଠାଇବା ପରେ ମୋବାଇଲକୁ ଚାଲାଣ ଯିବ। ତେବେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ଜରିମାନାରେ ସାମନ୍ୟ କୋହଳ କରାଯାଇଛି । ନିୟମ ଉଲଙ୍ଘନକାରୀ ଲାଇସେନ୍ସ ଦେଖାଇଲେ, ଜରିମାନା ୨ ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯିବ ବୋଲି ଜଣାପଡ଼ିଛି।