BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ୨୨ଜଣ ସଫଳ ଓଡିଆ ମହିଳାଙ୍କୁ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ଗତ ଜୁନ୍ ପହିଲାରେ ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ପ୍ରଥମ ଥର ଓଡିଶାର ବିଭିନ୍ନ ବୃତ୍ତିରେ ଶିଖରରେ ପହଂଚିଥିବା ୨୨ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ଭବ୍ଯ ଉତ୍ସବରେ ଭାରତର ବରିଷ୍ଠ ପୂର୍ବତନ ମନ୍ତ୍ରୀ , ସାଂସଦ, ସୁଲେଖିକା ଓ ସମାଜସେବୀ ଶ୍ରୀମତୀ ମେନକା ଗାନ୍ଧୀ ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଏହି ସମସ୍ତ ମହିଳାକୁଂ ସମ୍ମାନିତା କରିଥିଲେ।

ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ଏବଂ ତାଙ୍କୁ ସହଧର୍ମିଣୀ ରୋଟାରିଆନ ଈତୁନ୍ ମହାପାତ୍ର ଏହି ସଭାର ଆୟୋଜନ କରିଥିଲେ। ରୋଟାରିଆନ୍ କର୍ଣ୍ଣେଲ ସୋନାଲି ରଥ ଓ ରୋଟାରିଆନ ଆକଂକ୍ଷା ମହାପାତ୍ର ଅନ୍ଯ ରୋଟାରିଆନମାନକଂ ସହାୟତାରେ ସମସ୍ତ ବ୍ଯବସ୍ଥାକୁ ସୁବ୍ଯବସ୍ଥିତ କରିବା ସହ ଖୁବ ଦକ୍ଷତାର ସହ ମଂଚ ପରିଚାଳନା କରିଥିଲେ। ରୋଟାରିଆନ ମେଜର ଡଃ ସୁମିତ୍ରା ମିଶ୍ର ଏହି କାର୍ଯ୍ଯକ୍ରମରେ ଚେୟାରମ୍ଯାନ୍ ରୂପେ ଓ ରୋଟାରିଆନ ସସ୍ମିତା ଦାଶ ସହ ଚେୟାରମ୍ଯାନ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।

ସଫଳତାର ଶିଖରରେ ପହଂଚିଥିବା ୨୨ଜଣ ମହୀୟସୀ, ଯଶସ୍ୱୀ ମହିଳାଙ୍କୁ ଶ୍ରୀମତୀ ମେନକା ଗାନ୍ଧୀ ରୋଟାରୀ ଉତ୍ତରୀୟ, ମାନପତ୍ର ସହ ମେମେଣ୍ଟୋ ପ୍ରଦାନ କରି ଆଗକୁ ଆହୁରି ଭଲ କାମ କରିବା ପାଇଁ ଉଦବୋଧନ ଦେଇଥିଲେ। ନିଜ ଭାଷଣରେ ଶ୍ରୀମତୀ ଗାନ୍ଧୀ ନିଜ ଜୀବନର ଉଦାହରଣ ଦେଇ ନାରୀମାନେ ପ୍ରତି ପଦକ୍ଷେପରେ ସମ୍ମୁଖୀନ ହେଉଥିବା ବାଧା ବିଷୟ କହିଥଲେ , ମାତ୍ର ସମସ୍ତ ବାଧାକୁ ଅତିକ୍ରମ କରି ନିଜର ସ୍ୱପ୍ନ ସାକାର କରିଥିବା ଏହି ଯଶସ୍ୱୀ ମହିଳାକଂ ପଦାକଂ ଅନୁସରଣ କରିପାରିଲେ ଆମ ଦେଶ ନିଶ୍ଚୟ ବିକଶିତ ଭାରତ ହୋଇ ପାରିବ ବୋଲି ସେ ଦୃଢ ମତ ରଖିଥିଲେ।

ନିଜ ଭାଷଣରେ ସେ ନିଜ ମାତାକଂ ପ୍ରତି ଶ୍ରଦ୍ଧାଂଜଳି ଦେବା ସହ ସବୁ ମାତାମାନେ ଦେଶର ଭବିଷ୍ଯତ ଗଢିବାର ଦାୟିତ୍ୱ ନିଅନ୍ତୁ ବୋଲି ମତ ପୋଷଣ କରିଥିଲେ। ନାରୀ ପୁରୁଷ ସମସ୍ତେ ମଣିଷ ସହ ମୁକ ପଶୁପକ୍ଷୀକଂ ପ୍ରତି ଦୟା ଭାବକୁ ଶ୍ରେଷ୍ଠ ଭୂଷଣ ରୂପେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।
ସଭା ଶେଷଭାଗରେ କାର୍ଯ୍ଯକ୍ରମରେ ସହଭାଗୀତା କରିଥିବା ଓ ପରିଚାଳନା କରିଥିବା ସମସ୍ତ ରୋଟାରିଆନମାନଂକୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଏହି ସଭାରେ ୩୦୦ ରୁ ଅଧିକ ରୋଟାରିଆନ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀମତୀ ମେନକା ଗାନ୍ଧୀ “ ପିପୁଲ ଫର ଆନିମେଲସ୍” ସଂସ୍ଥାର ଭୁବନେଶ୍ୱର ସ୍ଥିତ ଶାଖାରେ ପଶୁମାନକଂ ପାଇଁ ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ନିର୍ମିତ ଏକ ଚିକିତ୍ସା ଗୃହକୁ ଫିତାକାଟି ଉନ୍ମୋଚିତ କରିଥିଲେ ଏବଂ ଏହି ସଂସ୍ଥାର ସଦସ୍ଯମାନକୁଂ ପଶୁପକ୍ଷୀକଂ ଆଶୁ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ତଥ୍ଯ ଓ ଜ୍ଞାନ ଦେଇଥିଲେ।