BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏଥର ରାସ୍ତାରେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାସ୍ତାରେ ଗାଡି ଚଳାଇବା ବେଳେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ ମୋଟା ଅଙ୍କର ତଣ୍ଡ। ଛୋଟ ଭୁଲ୍ ହେଉ କିମ୍ବା ବଡ଼ ଭୁଲ ଆଉ କ୍ଷମା ନାହିଁ।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର।

ପରିବହନ କମିଶନର ବିଭିନ୍ନ ଆରଟିଓ ଓ ଟ୍ରାଫିକ ସୁପରିଟେଣ୍ଡେଣ୍ଟଙ୍କୁ ଏକ ଚିଠି ଲେଖି ଟ୍ରାଫିକ ଜରିମାନା ବାବଦରେ ମାସିକ ଟାର୍ଗେଟ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଏ କେତେ ଜରିମାନା ଦେବେ ଓ କେତେ ପରିମାଣର ଦେବେ ସେନେଇ ଏକ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇଛି ଏବଂ ଅଧିକରୁ ଅଧିକ ରାଜସ୍ୱ ଆଦାୟ ପାଇଁ ଅଧିକାରୀମାନଙ୍କୁ ପ୍ରୋତ୍ସାହନ ଦିଆଯାଇଥିବା ଭଳି ମନେ ହେଉଛି।

ପରିବହନ ବିଭାଗ ସଡକ ସୁରକ୍ଷାକୁ ଗୁରୁତ୍ୱର ସହ ନେବା ଉତ୍ସାହଜନକ ହୋଇଥିବା ବେଳେ ଦୁର୍ଘଟଣା ରୋକିବା ଉପରେ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବା ଚିନ୍ତାର ବିଷୟ ପାଲଟିଛି। ପରିବହନ କମିଶନର ଜାରି କରିଥିବା ଚିଠିର ନିର୍ଦ୍ଦେଶକୁ କଡ଼ାକଡ଼ି ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଦୁର୍ଘଟଣା କମାଇବା, ଯାଞ୍ଚ ବଢ଼ାଇବା କିମ୍ବା ଜନସଚେତନତା ବଢ଼ାଇବା ପାଇଁ କୌଣସି ସ୍ପଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇନାହିଁ। ଦେଖାଯାଉଛି, ଜରିମାନା ଆଦାୟ ମାଧ୍ୟମରେ ରାଜସ୍ବ ଆଦାୟ କରିବା ହେଉଛି ବିଭାଗର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ଅଞ୍ଚଳ ବା ଏରିଆ ପାଇଁ ମାସିକ ଜରିମାନା ଆଦାୟ କେତେ ହେବେ ଧାର୍ଯ୍ଯ ହୋଇଛି। ବିଭାଗ ପକ୍ଷରୁ ରାଜ୍ୟରୁ ମୋଟ ୧୪ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଧିକାରୀମାନଙ୍କୁ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମାସର ୭ ତାରିଖରେ ସେମାନେ ପୂର୍ବ ମାସର ଜରିମାନା ବାବଦରେ ରିପୋର୍ଟ ଦେବାକୁ ପଡ଼ିବ।

ସେହିପରି ଭୁବନେଶ୍ୱର-୧ ଆରଟିଓ ପାଇଁ ୫୦ ଲକ୍ଷ, ଭୁବନେଶ୍ୱର-୨ ପାଇଁ ୩୯ ଲକ୍ଷ, କଟକ ପାଇଁ ୫୦ ଲକ୍ଷ, ଗଞ୍ଜାମ ପାଇଁ ୫୫ ଲକ୍ଷ, ସମ୍ବଲପୁର ପାଇଁ ୪୨ ଲକ୍ଷ ଟଙ୍କା ମାସିକ ଟାର୍ଗେଟ ହିସାବରେ ସାରା ରାଜ୍ୟରେ ମାସକୁ ୧୪ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ପରିବହନ କମିଶନର ଲକ୍ଷ୍ୟ ରଖିଥିବା ଜାରି ହୋଇଥିବା ଚିଠିରୁ ଜଣାପଡ଼ିଛି।

ସଡ଼କ ସୁରକ୍ଷାରେ ସୁଧାର ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଜରିମାନା ମାଧ୍ୟମରେ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବା ଚିନ୍ତାଜନକ। କେବଳ ଜରିମାନା ଆଦାୟ ଉପରେ ନିର୍ଭର ନ କରି ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ଅଧିକ ସାମଗ୍ରିକ ପଦକ୍ଷେପ ନେବା ଉଚିତ।