BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“ଅନୁସୂଚିତ ଜନଜାତିଙ୍କ ଅଧିକାର ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଆମେ ସମର୍ପିତ” : ମନ୍ତ୍ରୀ

ପେସା ଆଇନ ସମ୍ବନ୍ଧିତ ନିୟମାବଳୀ ପ୍ରଣୟନର ଅଗ୍ରଗତି ସମୀକ୍ଷା

ଭୁବନେଶ୍ବର: ଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ପେସା ଆଇନ ସମ୍ବନ୍ଧିତ ନିୟମାବଳୀ ପ୍ରଣୟନର ଅଗ୍ରଗତି ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛିl  ଏହି ବୈଠକରେ ରାଜ୍ୟରେ ‘ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ (ପେସା )ଆଇନ-୧୯୯୬’କୁ ଲାଗୁ କରାଯିବା ପାଇଁ ଅବବଶ୍ୟକୀୟ ନିୟମାବଳୀର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲାl

ଭୁବନେଶ୍ବର ଲୋକସେବା ଭବନର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ରବିନାରାୟଣ ନାଏକ ରାଜ୍ୟରେ ଲାଗୁ ହେବାକୁଥିବା  ପେସା ଆଇନ ସମ୍ବନ୍ଧିତ ନିୟମାବଳୀର ସମସ୍ତ ଆନୁଷଙ୍ଗିକ ଦିଗ ଉପରେ ସମୀକ୍ଷା କରିଥିଲେ l  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବ୍ୟତୀତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଅବକାରୀ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଗୁଡିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲାl

ବର୍ତ୍ତମାନ ଚିଠା ସ୍ତରରେ ରହିଥିବା ଏହି ନିୟମାବଳୀର ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଏଥିରେ ଅନୁସୁଚିତ ଜନଜାତିଙ୍କ ଅଧିକାରକୁ କେନ୍ଦ୍ରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲ l ଏହାସହ ସେମାନଙ୍କ ଅଧିକାର ଓ ସମ୍ମାନକୁ ନିଶ୍ଚିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଥିଲେl   ଏହି ନିୟମାବଳୀ ଯେପରି ରାଜ୍ୟର ଅନୁସୁଚିତ ଜନଜାତିଙ୍କ  ସାମାଜିକ- ଅର୍ଥନୈତିକ ବିକାଶ ଏବଂ ବିକାଶ ପ୍ରକ୍ରିୟାରେ ସେମାନଙ୍କ ଭାଗୀଦାରୀ ଓ ଗଣତାନ୍ତ୍ରିକ ମତର ପ୍ରତିଫଳନ ହେବ ତାହା ସୁନିଶ୍ଚିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ l ଦୀର୍ଘଦିନରୁ ରାଜ୍ୟର ଅନୁସୁଚିତ ଜନଜାତି ଏହା ଦାବି କରି ଆସୁଛନ୍ତି ଓ ଏହା ସେମାନଙ୍କ ଆଶା ଆକାଂକ୍ଷlକୁ ପୂରଣ କରିବ ବୋଲି ସେ ପ୍ରକାଶ କରିଥିଲେl

ଏହି ବୈଠକରେ  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଏସ ଏନ. ଗିରିଶ, ଏସଆଇଆରଡ଼ି ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡକ୍ଟର ମହେଶ୍ବର ସ୍ବାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହି ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ l