BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉନ୍ନୟନ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବାକୁ ନିର୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

କଟକ ଚଣ୍ଡୀ, ନୀଳମାଧଵ, ମା' ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱର,: କଟକ ଜିଲ୍ଲା ଅନ୍ତର୍ଗତ ମା’ କଟକ ଚଣ୍ଡୀ, ନୀଳମାଧଵ, ମା’ ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଜମି ଅଧିଗ୍ରହଣ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ମନ୍ଦିର ପରିସରରେ ଥିବା ପୁରାତନ ଗଛର ସୁରକ୍ଷା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ବିଷୟରେ ଆଲୋଚନା ହୋଇଥିଲା I

ସେହିପରି ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ଗାଦି ଓ ଗୋପୀନାଥ ଜୀୟୁ ମନ୍ଦିର ବେଢା ନିର୍ମାଣ, ପ୍ରସାଦ ମଣ୍ଡପ, ପ୍ରସ୍ତାବିତ ନୂଆ ରାସ୍ତା ଆଦି ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା I

ନୀଳମାଧାନ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ପୂର୍ବ ଦ୍ୱାର ଓ ପାହାଚ ନିର୍ମାଣ, ବେଢା ପରିକ୍ରମା, ଗାଡ଼ି ପାର୍କିଙ୍ଗ ସ୍ଥଳ, ଦୋକାନ ଗୃହ ଓ ଶୌଚାଳୟ ଆଦି ନିର୍ମାଣ ବିଷୟରେ ମଧ୍ୟ ବୈଠରେ ଆଲୋଚନା ହୋଇଥିଲା I ମା’ ଚର୍ଚ୍ଚିକା ମନ୍ଦିର ଜମି ଅଧିଗ୍ରହଣ, ଭୋଗମଣ୍ଡପ ନିର୍ମାଣ, ମନ୍ଦିର ପରିକ୍ରମା, ପାର୍କିଂ ସ୍ଥଳ ଏବଂ ବର୍ଦ୍ଧିତ ନିର୍ମାଣ ପ୍ରକଳ୍ପ ସହ ସମନ୍ୱିତ ଧବଳେଶ୍ୱର ଉନ୍ନୟନ ପ୍ରକଳ୍ପ ଅଧୀନରେ ଥିବା ବ୍ରାହ୍ମଣ କଟେଜ, ସିଂହଦ୍ୱାର, ଯଜ୍ଞ ମଣ୍ଡପ, ଆନନ୍ଦ ବଜାର, ଅଫିସ ଗୃହ, ପାର୍କିଂ ସ୍ଥଳ ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା I

ଏହି ବୈଠକରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, କଟକ ବାରବାଟୀ ବିଧାୟକ ଶ୍ରୀମତୀ ସୋଫିଆ ଫିର୍ଦୋଷ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ, କଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଇପ୍ସିତା ମିଶ୍ର, ଇଆଇସି ସିଭିଲ ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିର୍ଦେଶକ ସମୀର ହୋତା ମୁଖ୍ୟଯନ୍ତ୍ରୀ ବିଲଡିଂ ପ୍ରିୟବ୍ରତ ସାମନ୍ତରାୟ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ I