BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନା, ଏହି ଯୋଜନାର ସୁଫଳ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେରାଁରେ ପହଞ୍ଚି ପାରିଛି

ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ଖରିଫ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛି l ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନା l ଏହା ଆମ ରାଜ୍ୟର ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଇତ୍ୟାଦିର ପୁନରୁଦ୍ଧାର କରିବାରେ ବିଶେଷ ରୂପେ ଫଳପ୍ରଦ ହୋଇପାରିଛି l ଏହି ଯୋଜନାର ସୁଫଳ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେରାଁରେ ପହଞ୍ଚି ପାରିଛି l କେବଳ ସେତିକି ନୁହେଁ ଆଜି ଦୈନନ୍ଦିନ ଜୀବନରେ ବହୁ ନେତା, ଅଭିନେତାଙ୍କ ଖାଦ୍ୟ ତାଲିକାରେ ସାମିଲ ହୋଇପାରିଛି l

ଆସନ୍ତା ଖରିଫ ଋତୁରେ ଶ୍ରୀ ଅନ୍ନର ଉତ୍ପାଦନ, ଅମଳ ପରବର୍ତ୍ତୀ ପରିଚାଳନା, ବିକ୍ରୟରେ ବୃଦ୍ଧି ଇତ୍ୟାଦି ବିଷୟରେ ଅଧିକ ଗୁରୁତ୍ଵ ଦେବାକୁ ଡ଼ ପାଢୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ଅଧିକ ଜମିରେ ମାଣ୍ଡିଆ ଜାତୀୟ ଫସଲ ଚାଷ କରି ଓଡ଼ିଶାକୁ ଶ୍ରୀଅନ୍ନର ହବ୍ କରିବାକୁ ପରାମର୍ଶ ଦେଇଛନ୍ତି l ଏହା କେବଳ ଲୋକଙ୍କୁ ରୋଜଗାର ପ୍ରଦାନ କରୁନି ବରଂ ଜନଜାତି ଓ ଆଦିବାସୀ ସମ୍ପ୍ରଦାୟଙ୍କୁ ଆର୍ଥିକରୂପେ ସଶକ୍ତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରୁଛି ଏବଂ ଆମକୁ ଆମର ପାରମ୍ପରିକ ଖାଦ୍ୟ ସଂସ୍କୃତି ସହ ଯୋଡ଼ି ରଖୁଛି ବୋଲି ସଚିବ ଡ଼ ପାଢୀ ଅଭିହିତ କରିଥିଲେ l

ବୈଠକରେ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ, ଡିନ ଗବେଷଣା ,ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର, ଭାରତୀୟ ଖାଦ୍ୟ ନିଗମ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର, ଓଏସଏସଓପିସିଏ (OSSOPCA) , ରାଜ୍ୟ ବିହନ ନିଗମ, ଆପିକଲ୍, ଟିଡିସିସିଓଏଲ (TDCCOL) ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।