BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୂର୍ତ୍ତ ବିଭାଗରେ ଆସିବ ବୈଷୟିକ ସଂସ୍କାର, e-IB ଡିଜିଟାଲ ପ୍ଲାଟଫର୍ମର ହେବ ଶୁଭାରମ୍ଭ

ବୃହତ ପ୍ରକଳ୍ପର ହେବ ତ୍ୱରିତ ରୂପାୟନ, ୫୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟର ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପୂର୍ତ୍ତ ବିଭାଗର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ସହ ଏଥିରେ ବୈଷୟିକ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଲୋକସେବା ଭବନସ୍ଥିତ କନଭେନସନ ହଲ୍ ପରିସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ବହୁପ୍ରତୀକ୍ଷିତ e-IB ଏବଂ CDMS 3.0 ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ ହେବାକୁ ଯାଉଛି। ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ବିଭାଗୀୟ ଡାକବଙ୍ଗଳାଗୁଡ଼ିକର ସଂରକ୍ଷଣ ଠାରୁ ଆରମ୍ଭ କରି ଠିକାଦାରମାନଙ୍କ ତଥ୍ୟ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସରଳ ହେବ। ଏହି ଡିଜିଟାଲ୍ ରୂପାନ୍ତରଣ ପୂର୍ତ୍ତ ବିଭାଗର ଦକ୍ଷତା ବୃଦ୍ଧି କରିବା ସହ ସାଧାରଣ ଜନତାଙ୍କୁ ତ୍ୱରିତ ସେବା ଯୋଗାଇବାରେ ଏକ ମାଇଲଖୁଣ୍ଟ ସଦୃଶ ହେବ।

ପ୍ଲାଟଫର୍ମ ଉନ୍ମୋଚନ ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସମୀକ୍ଷା କରିବେ। ବିଶେଷ କରି ରାଜ୍ୟରେ ଚାଲିଥିବା ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳର ବୃହତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ବିଭାଗୀୟ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ କାର୍ଯ୍ୟର ମାନ ବଜାୟ ରଖିବା ଉପରେ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ।