କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠlୱାଲେଙ୍କ ଅଧ୍ୟକ୍ଷତାରେ ୨ଟି ବିଭାଗର ସମୀକ୍ଷା ବୈଠକ
ଭୁବନେଶ୍ବର : ଭାରତ ସରକରବଙ୍କ ସାମାଜିକ ମନ୍ତ୍ରଣାଳୟର ମନ୍ତ୍ରୀ ରାମଦାସ ଅଠlୱାଲେଙ୍କ ଅଧ୍ୟକ୍ଷତାରେ ୨ଟି ବିଭାଗର ଏକ ସମୀକ୍ଷା ବୈଠକ ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି।
ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ବିଭାଗର ବିଭିନ୍ନ ସରକାରୀ ଯୋଜନା ଗୁଡିକର ଆଲୋଚନା କରିଥିଲେ।
ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବି.ପରମେଶ୍ଵର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ରଜନୀ ଯାନୀ, ଓଏସଏଫଡିସିର ଜେନେରାଲ ମ୍ୟାନେଜର ତଥା ଉପ ଶାସନ ସଚିବ କୁମୁଦିନୀ ସୁବୁଦ୍ଧି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରଇତୋ, ଦୀପକ ରାଉତରାୟଙ୍କ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।