BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଜୁଳି ଆଲୁଅରୁ ବଞ୍ଚିତ ଗୁଡ଼ିଖୋଲ ଓ ସିମିଝିରୀ ଗ୍ରାମବାସୀ, ଡିବିରି ଆଲୁଅ ସାହା ଭରସା

ଗାଁକୁ ନାହିଁ ପକ୍କାରାସ୍ତା, ପାନୀୟ ଜଳ ସୁବିଧା

ଫିରିଙ୍ଗିଆ  : ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏମିତି ଅନେକ ଗାଁ ବିଦ୍ୟୁତ ଆଲୋକ ଅପହଞ୍ଚ ହୋଇ ରହିଛି। ଗ୍ରାମବାସୀଙ୍କ ପାଇଁ ରାସ୍ତାଘାଟ, ପାନୀୟ ଜଳ ହେଉ କି ବିଦ୍ୟୁତ ସଂଯୋଗ ବିଭିନ୍ନ ମୌଳିକ ସୁବିଧା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାଯତ ୨ ନମ୍ବର ୱାର୍ଡ ଗୁଡିଖୋଲ ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ସରକାରୀ ସୁବିଧାରୁ ବଞ୍ଚିତ ବାବେଳେ ବିଜୁଳି ଆଲୁଅ ଦେଖୁବା ସେମାନଙ୍କ ପାଇଁ ସାତସପନ ହୋଇ ରହିଛି। ବର୍ତ୍ତମାନ ବି ଗ୍ରାମବାସୀଙ୍କ ପାଇଁ ଡିବିରି ଆଲୁଅ ସାହା ଭରସା। ଗାଁରେ ପ୍ରାୟ ୧୭ ଘର ରହିଛି । ଲୋକେ ଗାଁରେ ବିଦ୍ୟୁତ ସଂଯୋଗ ଗାଁକୁ ନାହିଁ ପକ୍କାରାସ୍ତା, ପାନୀୟ ଜଳ ସୁବିଧା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଲିଖୂତ ଭାବରେ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ।

ଛୋଟ ପିଲାମାନେ ଡିବିରି ଆଲୁଅରେ ପଢୁଥିବା ବେଳେ କିରାସିନ ନଥିଲେ ଜାଳକାଠରେ ନିଆଁ ଲଗାଇ ସେମାନଙ୍କ ରାତି ବିତୁଛି। ସରକାରଙ୍କ ତରଫରୁ ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଗଲେ ଗୁଡିଖୋଲ ଗ୍ରାମବାସୀ ଉପକୃତ ହେବେ ବୋଲି ଡିଣ୍ଡିରାଗାଁ ପଞ୍ଚାୟତ ନାଏବ ସରପଞ୍ଚ ରାମଚନ୍ଦ୍ର ମଲିକ, ବାବୁଲା ମଲିକ, କାମେଶ୍ବର୍ ମଲିକ, ପିତାମ୍ବର ମଲିକ, ଟୁନା ମଲିକ, ଶିବା ମଲିକ, ଦଣ୍ଡପାଣି ମଲିକ କହିଛନ୍ତି। ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଏହାକୁ ନେଇ ବିଦ୍ୟୁତ ବିଭାଗୀୟ ଅଧିକାରୀ ଏସଡିଓଙ୍କୁ ପଚାରିବାରୁ ଗୁଡ଼ିଖୋଲ ଓ ସିମିଝିରୀ ଗାଁରେ ବିଦ୍ୟୁତ ନଥୁବା ସ୍ବୀକାର କରିବା ସହ ଯଥାଶୀଘ୍ର ଟେଣ୍ଡର ପରେ ଗୁଡିଖୋଲ ଓ ସିମିଝିରୀ ଗାଁରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି।