BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଏସସିବି ପୁରୁଣା ବିଲଡିଂରେ ମରାମତି କାର୍ଯ୍ୟ ଆରମ୍ଭ: ଜୀବନ ଉପରେ ବିପଦର ଛାୟା, ସ୍ଥାନାନ୍ତର ପାଇଁ ଦାବି

କଟକ: ରାଜ୍ୟର ସର୍ବବୃହତ୍ ସରକାରୀ ଚିକିତ୍ସାଳୟ ସ୍ଥିତ ଏସସିବିର ପୁରୁଣା ମେଡ଼ିସିନ ବିଲଡିଂ ଏବେ ଆଶଙ୍କାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ଏଠାରେ ଶହ ଶହ ରୋଗୀଙ୍କୁ ଚିକିତ୍ସା ଦିଆଯାଉଛି, ଅନ୍ୟ ପକ୍ଷରେ ଏହି ବିଲଡିଂରେ ପୂର୍ତ୍ତ ବିଭାଗ ମରାମତି କାର୍ଯ୍ୟ ଆରମ୍ଭ କରିଛି। ଫଳରେ ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ଜୀବନ ବିପଦରେ ରହିଛି।

ଏସସିବି କେବଳ ଓଡ଼ିଶା ନୁହେଁ, ବିହାର, ଝାରଖଣ୍ଡ, ଛତିଶଗଡ଼ ଭଳି ପଡୋଶୀ ରାଜ୍ୟର ଲୋକମାନଙ୍କ ଲାଗି ଏକ ମୁଖ୍ୟ ଚିକିତ୍ସା କେନ୍ଦ୍ର। ଏହାର ଅନେକ ବିଭାଗ ଏବେ ଦେଢ଼ଶହ ବର୍ଷରୁ ଅଧିକ ପୁରୁଣା ହୋଇପଡ଼ିଛି। ପୁରୁଣା ବିଲଡିଂରେ ଚିକିତ୍ସା କାର୍ଯ୍ୟ ଚାଲିଥିବା ସ୍ଥିତିକୁ ଅନେକେ ‘ମୃତ୍ୟୁ ସହ ଖେଳ’ ବୋଲି ଅବିହିତ କରୁଛନ୍ତି।

ପୂର୍ତ୍ତ ବିଭାଗ ମରାମତି କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ବିଲଡିଂରେ ରୋଗୀ ସେବା ଚାଲୁ ରହିବା ଉପରେ ପ୍ରଶ୍ନ ଉଠିଛି। ଅନେକ ସାମାଜିକ ସଂଗଠନ ଓ ମଧ୍ୟବର୍ଗୀୟ ଲୋକମାନେ ଏହି ବିଷୟରେ ତୀବ୍ର କ୍ଷୋଭ ପ୍ରକାଶ କରି ଚିକିତ୍ସାକେନ୍ଦ୍ରକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି।

ଏନେଇ ମେଡିକାଲ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ଚେଷ୍ଟା କରାଗଲେ ମଧ୍ୟ ସେମାନେ କୌଣସି ସ୍ପଷ୍ଟ ମତ ଦେଇନାହାନ୍ତି।

ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ନିଷ୍ପତ୍ତି ଗ୍ରହଣ କରି ରୋଗୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ରିପୋର୍ଟ: ଶୁଭସ୍ମିତା ପ୍ରଧାନ