BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାଧୁଙ୍କ ଧର୍ମ

ଜଣେ ସାଧୁ ଥିଲେ। ଚାରିଆଡ଼େ ବୁଲି ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଏମିତି ଦିନେ ସେ ଗୋଟିଏ ଗାଁ ରେ ପହଞ୍ଚିଲେ।ଗାଁ ରେ ଗୋଟିଏ ଗୁଣ୍ଡା ରହୁଥିଲା। ସେ ସାଧୁଙ୍କୁ ଗାଳିମନ୍ଦ କଲା।ସାଧୁ ଗାଳିମନ୍ଦ ଶୁଣୁଥିଲେ ବି ଚୁପ୍ ରହୁଥିଲେ।ଏହା ଦେଖି ଗୋଟିଏ ଛୋଟ ପିଲାଟି ପଚାରିଲା ସାଧୁ ମହାଶୟ ସେ ଆପଣଙ୍କୁ ଗାଳି ଦେଉଛି ତଥାପି ଆପଣ କିଛି କହୁନାହାନ୍ତି।

ସାଧୁ କହିଲେ ପୁଅ ବିଷଧର ନାଗ ସାପ ର ମୁହଁ ରେ ଯେତେବେଳେ ବିଷ ଅଧିକ ହୋଇଯାଏ ସେତିକି ବେଳେ ସେ ମାଟିକୁ ଚୋଟମାରି ବିଷ ବାହାର କରିଦିଏ।ଗାଳି ଦେଉଥିବା ଲୋକ ର ସ୍ଥିତି ବିଷଧର ସାପ ଭଳି।ତାହା ଭିତରେ ଥିବା ରାଗ,ହିଂସା, ଈର୍ଷା ର ବିଷକୁ ବାହାର କରିଦେବା ଭଲ।ଯଦି ସେ ଆଉ କାହା ଉପରେ ସେ ତାହା ବିଷ ର ପ୍ରଭାବ ପକାଇବ ଅଯଥା ଆସୁବିଧା ସ୍ଥିତିରେ ପହଞ୍ଚିବ।

ବରଂ ଭଲ ସେ ମୋ ଉପରେ ସେତକ ବିଷ ବାହାର କରିଦେଉ।ବାଳକଟି କହିଲା ସାଧୁ ମହାଶୟ,ସେ ଲୋକଟି ମହା ଭୟଙ୍କର। ସେ ଆପଣଙ୍କ ଉପରେ ଆକ୍ରମଣ କରିପାରେ । ସାଧୁ କହିଲେ ତେବେ ସେ ନିଶ୍ଚିତ ହାରିବ। ବାଳକ ପଚାରିଲା ଆପଣଙ୍କ ପାଖରେ କି ଅସ୍ତ୍ର ଅଛି ଯେ ଆପଣ ଜିତିବେ। ସାଧୁ କହିଲେ ଠିକ୍ ବେଳ ଆସିଲେ ଜାଣିପାରିବୁୁ। ଦିନେ ଲୋକ ଟି ସାଧୁ ଙ୍କ ଉପରେ ଆକ୍ରମଣ କଲା।ସାଧୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଅଚେତ୍ ହୋଇଗଲେ।

ଲୋକମାନେ ଦଉଡ଼ି ଆସି ସେ ଲୋକଟିକୁ ବାନ୍ଧି ଦେଲେ ।ଲୋକେ କହିଲେ ତାକୁ ଆମେ ଦଣ୍ଡ ଦେବା। ହଠାତ୍ ସାଧୁ ଙ୍କ ଚେତା ଫେରିଆସିଲା। ଉଠିପଡି ଲୋକମାନଙ୍କୁ ଏପରି କରିବାକୁ ମନା କଲେ।ସେ କହିଲେ ଯଦି ମୁଁ ଆଘାତ ପାଇ କ୍ଷମା କରିପାରିଲି ତୁମେମାନେ କାହିଁକି ପାରିବ ନାହିଁ? ଲୋକଟି ସାଧୁଙ୍କ ଗୋଡ଼ତଳେ ପଡ଼ି କହିଲା ଆପଣ ମୋତେ କାହିଁକି କ୍ଷମା କଲେ?

ସାଧୁ କହିଲେ ଆରେ ବାବୁ ତୋ ପାଖରେ ହିଂସା ଥିଲା ତୁ ତାକୁ ମତେ ଦେଲୁ । ମୋ ପାଖରେ କ୍ଷମା ଥିଲା ମୁଁ ତୋତେ ଦେଲି । ଏ କଥାଟି ଶୁଣି ଲୋକଟି କାନ୍ଦି ପକାଇଲା। ସେ ତା’ର ଖରାପ କୁବୁଦ୍ଧିକୁ ଛାଡ଼ିବାକୁ ଚେଷ୍ଟା କଲା। ଏହା ପରେ ସାଧୁ ବାଳକଟିକୁ କହିଲେ ଦେଖିଲୁତ ଜିତିବାର ମୋ ଅସ୍ତ୍ର । ତାହା ହେଲା କ୍ଷମା ଓ କରୁଣା।

ଉପସ୍ଥାପନା: ଶୁଭସ୍ମିତା ପ୍ରଧାନ