BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆରଡିଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଡାନ

ଭୁବନେଶ୍ୱର,୧୧ା୧(ଓଡ଼ିଆ ନ୍ୟୁଜ): ଆରଡିଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଡାନ କଳାରାହାଙ୍ଗ ସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟାପକ ତଥା ଓଡିଆ ଚଳଚିତ୍ରର ବରିଷ୍ଠ ଅଭିନେତା ଓ ପ୍ରଯୋଜକ ପ୍ରଦୁମ୍ନ ଲେଙ୍କା ଯୋଗଦେଇ କହିଥିଲେ ପିଲା ମାନଙ୍କର ଚରିତ୍ର ଗଠନ କରିବାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ମାନଙ୍କର ଗୁରୁଦାୟିତ୍ୱ ରହିଛି । ଏବଂ ଏଥିପାଇଁ ସୁନ୍ଦର ପରିବେଶ ମଧ୍ୟ ଆବଶ୍ୟକ । ସମୟାନୁର୍ବିତା, ଗୁରୁଭକ୍ତି ରଖି ଭଲ ପାଠ ପଢି ବିଦ୍ୟାଳୟର ନାମ ଉଜ୍ୱଳ କରିବା ସହିତ ଦେଶ ବିଦେଶରେ ସୁନାମ ଅର୍ଜନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ରଥ, ଶିକ୍ଷକ ଭ୍ରମରବର ମହାନ୍ତି, ଯୁବଦ୍ୟୋଗୀ ପ୍ରଶାନ୍ତ କୁମାର ପରିଜା ପ୍ରମୁଖ ଯୋଗଦେଇ ଦୁଇଜଣ ମେଧାବୀ ଛାତ୍ରଙ୍କ ଦ୍ୱାରା ୨୦ ବର୍ଷ ତଳେ ମଞ୍ଜି ପଡିଥିବା ବିଦ୍ୟାଳୟଟି ଆଜି ମହା ଧୃମରେ ପରିଣତ ହୋଇଛି ବୋଲି କହିଥିଲେ । ବିଦ୍ୟାଳୟର ପରିବେଶ ଓ ଶିକ୍ଷାଦାନ ପଦ୍ଧତିକୁ ପ୍ରଶଂସା କରିଥିଲେ ।

ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତୁଷାର ରଞ୍ଜନ ପାଠୀ ସଭାପତିତ୍ୱ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟତମ ଉପଦେଷ୍ଟା ହିମାଂଶୁ ଶେଖର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶୁରଞ୍ଜିତା ବଡପଣ୍ଡା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ସମାପନ କରିଥିଲେ ।