BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କାର୍ଡଲେସ୍ ଟଙ୍କା ଉଠାଣକୁ ଗୁରୁତ୍ୱ

ନୂଆଦିଲ୍ଲୀ, ୯ା୪: ବଜାରର ଆଶା ଅନୁଯାୟୀ ଆର୍‌ବିଆଇର ମନିଟାରିଂ ପଲିସି କମିଟି (ଏମ୍‌ପିସି) ପକ୍ଷରୁ ଘୋଷଣା କରାଯାଇଥିବା ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ଏହି ନିର୍ଣ୍ଣୟ ସମୟୋପଯୋଗୀ ଏବଂ ବର୍ତ୍ତମାନର ମୁଦ୍ରାସ୍ଫୀତି ଆକଳନ ଓ ଅଭିବୃଦ୍ଧି ଏବଂ ବିକାଶ ସମ୍ଭାବନାରେ ହ୍ରାସ ସ୍ଥିତି ରହିଛି। ଲିକ୍ୟୁଡିଟି ମ୍ୟାନେଜ୍‌ମେଣ୍ଟକୁ ସହଜ କରିବା ପାଇଁ ଆର୍‌ବିଆଇ ପକ୍ଷରୁ ଏହାର ଲିକ୍ୟୁଡିଟି ଫ୍ରେମ୍‌ଓ୍ବାର୍କକୁ ଅନୁକୂଳ କରିବା ସହିତ ଷ୍ଟାଣ୍ଡିଂ ଡିପୋଜିଟ୍‌ ସୁବିଧା ଉପଲବ୍ଧ କରାଯାଇଛି। ଯେହେତୁ ଅର୍ଥନୀତି ସ୍ବାଭାବିକ ଅବସ୍ଥାକୁ ଫେରିଆସୁଛି, ଆର୍‌ବିଆଇ ପକ୍ଷରୁ ଏଲ୍‌ଏଏଫ୍‌ କରିଡର ୫୦ ବିପିଏସ୍‌ ରୂପରେ କୋଭିଡ୍‌ ମହାମାରୀ ପୂର୍ବ ସମୟରେ ଥିବା ଏସ୍‌ଡିଏଫ୍‌ ସହିତ ୩.୭୫% ଏବଂ ଏମ୍‌ଏସ୍‌ଏଫ୍‌ ରୂପରେ ୪.୨୫% ସୀମା ପର୍ଯ୍ୟନ୍ତ ଆର୍ଥିକ ସ୍ଥିରତା ପ୍ରଦାନ କରାଯିବ। ହୋଲ୍ଡ-ଟୁ-ମ୍ୟାଚୁରିଟି ଶ୍ରେଣୀରେ ଏସ୍‌ଏଲ୍‌ଆର୍‌ ହୋଲ୍ଡିଂକୁ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧୦୦ ବିପିଏସ୍‌ ପର୍ଯ୍ୟନ୍ତ ବଢ଼ାଇ ବ୍ୟାଙ୍କଗୁଡ଼ିକ ନିଜର ପୋର୍ଟଫୋଲିଓକୁ ଭଲ ଭାବରେ ପରିଚାଳନା କରିପାରିବେ। ୟୁପିଆଇ ମାଧ୍ୟମରେ କାର୍ଡଲେସ୍‌ ଟଙ୍କା ଉଠାଣ, ଏଟିଏମ୍‌ ବ୍ୟବହାର କରି ହେଉଥିବା ଅପରାଧମୂଳକ କାର୍ଯ୍ୟ ହ୍ରାସ କରିବ ଏବଂ କାରବାରକୁ ଅଧିକ ସହଜ କରିବ। ଏଥିସହ ହାଉସିଂ ଲୋନ୍‌ ଚାହିଦା ପୂରଣ ହୋଇପାରିବ ବୋଲି ଆର୍‌ବିଆଇର ମନିଟାରି ପଲିସି ସମ୍ପର୍କରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏମ୍‌ଡି ତଥା ସିଇଓ ଅତୁଲ କୁମାର ଗୋୟଲ କହିଛନ୍ତି।