BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରେପୋ ରେଟ ବଢାଇଲା ନାହିଁ ଆରବିଆଇ

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ୍‍ ୪%ରେ ଅପରିବର୍ତ୍ତିତ ରଖିଛି । ସେହିଭଳି ରିଭର୍ସ ରେପୋ ରେଟ୍‍ ମଧ୍ୟ ପୂର୍ବଭଳି ୩.୩୫% ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରେପୋ ଏବଂ ରିଭର୍ସ ରେପୋ ରେଟ୍‍ ଅପରିବର୍ତ୍ତିତ ରଖିବାକୁ ଆରବିଆଇର ଆର୍ଥିକ ପରିଚାଳନା କମିଟି ନିଷ୍ପତ୍ତି ନେଇଛି । କୋଭିଡର ଦ୍ୱିତୀୟ ଲହର ପରବର୍ତ୍ତୀ ସମୟରେ ଦେଶରେ ଉପଭୋକ୍ତା ଚାହିଦାରେ ଉନ୍ନତି ଘଟୁଛି । ଏଥିସହିତ ଗ୍ରାମାଞ୍ଚଳରେ ଚାହିଦା ସ୍ଥିତିରେ ମଜଭୁତ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ନିଯୁକ୍ତିରେ ବୃଦ୍ଧି ଘଟୁଛି । ତାହାସହିତ ରବି ଫସଲ ବୁଣାବୁଣି କ୍ଷେତ୍ରରେ ଆଶାନୁରପ ପ୍ରଗତି ଘଟିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଯୋଗାଇବାକୁ ଘୋଷଣା କରିବା ଦ୍ୱାରା ଦେଶର କୋଟି କୋଟି ପରିବାର ଏହାଦ୍ୱାରା ଉପକୃତ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଆରବିଆଇ ତାହାର ଆର୍ଥିକ ନୀତି ଅପରିବର୍ତ୍ତିତ ରଖିଥିବା ଶ୍ରୀ ଦାସ କହିଛନ୍ତି ।