BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍ତ୍ରୀ କୁ ହତ୍ୟା କରି ନାଟକ ରଚିଲା ସ୍ବାମୀ। ଶେଷରେ ବନ୍ଧା ହେଲା।

ରାୟଗଡ଼ା,୩୦ା୧: ରାୟଗଡ଼ା ଜିଲା କୁମ୍ବିକଟା ପଞ୍ଚାୟତ ହୁଲୁକାତୁଣ୍ଡା ଗ୍ରାମରେ ଗତ ୨୨ ତାରିଖରେ ମହିଳାଙ୍କୁ ଗଳାକାଟି ହତ୍ୟା ଏବଂ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ ଚଳାଇଥିଲା। ରାୟଗଡ଼ା ଟାଉନ ଥାନା ପୋଲିସ ଏବଂ ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଥିଲେ। ତଦନ୍ତ ବେଳେ ପାରିବାରିକ କଳହକୁ ନେଇ ସ୍ବାମୀ ହିଁ ସ୍ତ୍ରୀ କାସାଇଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। କାସାଇଙ୍କ ମୁଣ୍ଡ ଏବଂ ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସ୍ବାମୀ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ସୂଚନାଯୋଗ୍ୟ, ୨୨ତାରିଖରେ ସ୍ବାମୀ ବିଜୟ ହୁଲୁକା ଘରେ ନ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସହ ସୁନାଗହଣା ଚୋରି କରିଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବିବେକାନନ୍ଦ ଶର୍ମା, ଏସ୍‌ଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ।