BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣଙ୍କର କର୍ମତପତ୍ରତା, ବନ୍ଧୁମିଳନ, ଦୂରଯାତ୍ରା, ଅର୍ଥ ସଂଗ୍ରହଜନିତ ସମୟ ଅତିବାହିତ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହାୟତାରେ ନୂଆ ଯୋଜନା ଆରମ୍ଭକୁ ମନ ବଳାଇବେ। ରାସ୍ତାକାମ, ଘର ତିଆରି କିମ୍ବା ଯାନବାହନ, କଳକବ୍‌ଜା ସମ୍ବନ୍ଧୀୟ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।

ବୃଷ:-ଆଜି ସମ୍ପର୍କୀୟଙ୍କ ପ୍ରେରଣାରେ ଧର୍ମକାର୍ଯ୍ୟ, ଆଧ୍ୟାତ୍ମିକତା, ଦେବାର୍ଚ୍ଚନା କରିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ମିଳିବା ସହ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି। ଭଲ କଥା କହୁଥିଲେ ମଧ୍ୟ ପ୍ରିୟବ୍ୟକ୍ତିଙ୍କ ଚିନ୍ତାଧାରା ଭିନ୍ନ ପ୍ରକାରର ରହିପାରେ।

ମିଥୁନ:-ଆଜି ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବା ସହ ସ୍ଥଗିତ କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହୋଇପାରିବ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେଲେ କାମ ମଧ୍ୟ ଅଟକିବ ନାହିଁ। ପୁରୁଣା କଥାକୁ ବେଶି ମାଜିବା ଠିକ୍‌ ହେବନି, ଯାହାକି କଳହର କାରଣ ହେବ। ବିଶେଷ ସମସ୍ୟା ଦେଖାନଦେଲେ ମଧ୍ୟ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ।

କର୍କଟ:-ଆଜି ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ହେତୁ ଘରେ ବିଶେଷ ସମୟ ରହିପାରିବେ ନାହିଁ। ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହେବେ। ଅଫିସରୁ ଫେରିବା ପଥରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ।

ସି˚ହ:-ଆଜି କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାମାଜିକ କ୍ଷେତ୍ର୍ରରେ ଅନ୍ୟମାନଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ପିଲାମାନଙ୍କ ଦାୟିତ୍ୱହୀନତା ସକାଶେ, କାର୍ଯ୍ୟହାନି ଯୋଗୁ ମନ ଠିକ୍‌ ରହିବ ନାହିଁ।

କନ୍ୟା:-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାରଣ ନଥାଇ ଅନ୍ୟମାନେ ଦୋଷ ଦେଇପାରନ୍ତି। ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡ଼ିବ ନାହିଁ । ଯାତ୍ରା ସମୟରେ ନିଜର ଅନ୍ୟମନସ୍କତା କାରଣରୁ କେତେକ ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ର, ନିର୍ମାଣ, ସଭାସମିତି ଓ ମଙ୍ଗଳଜନକ କାମରେ ଉତ୍ସାହିତ ହୋଇ କାମ କରିବେ।

ତୁଳା:-ବନ୍ଧୁଙ୍କ ସାହାଯ୍ୟ, ସହଯୋଗରୁ ଦୀର୍ଘ ଦିନର ସମସ୍ୟା ସମାଧାନ ହେବ। ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ନିଜର ଘରୋଇ କାମ ସକାଶେ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇନେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବାର ଆଶଙ୍କା ରହିଛି।

ବିଛା:-ଆଜି ସକାଳୁ ସକାଳୁ ସାଙ୍ଗସାଥୀମାନଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। ରାସ୍ତାରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ବିଶେଷତଃ କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।

ଧନୁ:-ଆଜି ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ଟଣାଓଟରା ଲାଗିବ। ବିବାଦୀୟ ଘଟଣାରେ, ପରିବହନରେ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। ସମସ୍ୟା ରହିଥିଲେ ମଧ୍ୟ ପରିବାରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।

ମକର:-ଶାରୀରିକ ସୁସ୍ଥତା ପୂର୍ବପରି ବଳବତ୍ତର ରହିବ। କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ, କଳା ସାହିତ୍ୟରେ, ପରିବାର ଭିତରେ, ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।

କୁମ୍ଭ:-କର୍ମକ୍ଷେତ୍ରରେ ଡିପ୍ରେସନ ଲାଗି ରହିବା କାରଣରୁ ନିଜକୁ ନୂ୍ୟନ ମନେ କରିପାରନ୍ତି। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇ ପାରନ୍ତି।

ମୀନ:-କର୍ମକ୍ଷେତ୍ରରେ ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ଆର୍ଥିକ ସ୍ଥିତି ଭଲ ରହିବ ଓ ସ୍ଥଗିତ କାମ ସହଜେ ସମ୍ପନ୍ନ ହେବାରେ ଅସୁବିଧା ନାହିଁ। ବନ୍ଧୁମିଳନ, ଦେବଦର୍ଶନ, ସତ୍‌ସଙ୍ଗ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ ।