BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ। ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସୁପରାମର୍ଶଦାତା ଭାବରେ ଆଦରଣୀୟା ହେବେ।

ବୃଷ:-ଆଜି କାର୍ଯ୍ୟ ହାସଲ ନିମିତ୍ତ ସମ୍ପର୍କୀୟମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ମଙ୍ଗଳ କ୍ଷେତ୍ରସ୍ଥ ଚନ୍ଦ୍ର କାରଣରୁ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ ଓ ଅନୁତାପ କରିପାରନ୍ତି।

ମିଥୁନ:-ଆଜିର ଷଷ୍ଠଚନ୍ଦ୍ର ଯୋଗୁ ଆନୁଷ୍ଠାନିକ କାର୍ଯ୍ୟ, ପୂର୍ବ ପ୍ରସ୍ତୁତି, ସମ୍ପର୍କୀୟଙ୍କ ମୈତ୍ରୀଭାବ ସୃଷ୍ଟି କରିବ। ଏହା ସଙ୍ଗକୁ ଅର୍ଥନୈତିକ ପ୍ରଗତି କାର୍ଯ୍ୟ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ ସକାଶେ ଖୋରାକ ଯୋଗାଇବ। ପୁନର୍ବସୁ ନକ୍ଷତ୍ର ପାଇଁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ନିଜ ଲୋକମାନେ ଈର୍ଷା କରି ପରିସ୍ଥିତିକୁ ଭିନ୍ନ ରୂପ ଦେବେ।

କର୍କଟ:-ଆଜି ଉନ୍ନତ ଚିନ୍ତା ଓ ଯୋଜନା ସହ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନର ସହ କରିପାରିବେ। ସ୍ବାସ୍ଥ୍ୟରେ ଉନ୍ନତି, ଶତ୍ରୁମାନଙ୍କ ଅଧୋଗତି, ବିବାଦର ଅବସାନ, ଋଣ ପରିଶୋଧ ପ୍ରଭୃତିରୁ ଖୁସି ମିଳିବ। ବୁଧଙ୍କ କୁପ୍ରଭାବରୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ସି˚ହ:-ଚନ୍ଦ୍ରଙ୍କ ଦୁର୍ବଳତା ମାନସିକ ସ୍ଥିତିକୁ ଅସ୍ଥିର କରାଇଲା ସମୟରେ ଆର୍ଥିକ ପ୍ରଗତିର ସହାୟକ ହେବ। ଆଜିର ଯାତ୍ରା, ବିବାଦ, ଗୃହାରମ୍ଭ ସକାଶେ ଅନୁକୂଳ ରହିବ ନାହିଁ। ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କଲାଭଳି ପରୋପକାରରୁ ପ୍ରଶଂସିତ ହେବେ।

କନ୍ୟା:-ଆଜି ଧନସ୍ଥାନକୁ ମଙ୍ଗଳ ଦୃଷ୍ଟିରୁ ପାଇଥିବା ଧନ ହରାଇବେ ଏବଂ ଭଲ କଥା କହି ମଧ୍ୟ ସମାଲୋଚିତ ହେବାକୁ ପଡିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ସ୍ବାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।

ତୁଳା:-ଅର୍ଥସମ୍ପର୍କୀୟ ଏବଂ କର୍ମକ୍ଷେତ୍ର ସମ୍ପର୍କୀୟ ସମସ୍ୟା ସମାଧାନରେ ସଫଳ ହେବେ। ଆକସ୍ମିକ ଭାବେ କୌଣସି ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସକାଳ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

ବିଛା:-କର୍ମକ୍ଷେତ୍ରର ପରିସ୍ଥିତି କ୍ରମଶଃ ସୁଧୁରିଯିବ ଏବଂ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ବିଭିନ୍ନ କ୍ଷେତ୍ରରେ ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ଶିକ୍ଷା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।

ଧନୁ:-ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପରିସ୍ଥିତିକୁ ସରଗରମ ରଖିବ। ସାମାନ୍ୟ ଅସୁବିଧା ଥିବା ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ପଡୋଶୀ ସହ ସମ୍ପର୍କ ବୃଦ୍ଧି, ପରିବହନରେ ଉନ୍ନତି, ବ୍ୟବସାୟିକ ଉତ୍କର୍ଷ ମାନସିକ ସ୍ଥିତିକୁ ଭଲ ରଖିବ।

ମକର:-ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଅବଶ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଉତ୍ତରାଷାଢା ନକ୍ଷତ୍ରର ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କ ସକାଶେ ଦୀର୍ଘସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।

କୁମ୍ଭ:-ଆଜି ଶତଭିଷା ନକ୍ଷତ୍ର ପ୍ରତ୍ୟେକ କାମକୁ ଆମତ୍ୀୟତାର ସହ କରି ପ୍ରଶଂସିତ ହେବେ। ବ୍ୟବସାୟରୁ ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍‌ ହେବେ। ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ଏବଂ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ବଦ୍‌ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ।

ମୀନ:-ଆଜି ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ। ରେବତୀ ନକ୍ଷତ୍ର ପରିବାର ମଧ୍ୟରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସାମାଜିକ ସ୍ତରରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ।