ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦର ବାର୍ଷିକ କାର୍ଯ୍ୟକାରୀ କମିଟି ବୈଠକ ନିର୍ଦେଶିକା ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କ୍ରୀଡା ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତା ଅନ୍ତଃ-ମହାବିଦ୍ୟାଳୟ କ୍ରୀଡା ଓ କ୍ରୀଡାସଂପୃକ୍ତ ପ୍ରତିଯୋଗିତା ପାଇଁ ଦାୟିତ୍ୱ ବଣ୍ଟନ କରାଯିବା ସହିତ ଏଆଇୟୁ (AIU) କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୫-୨୬ ଅର୍ଥବର୍ଷ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତି ଉପରେ ଚର୍ଚ୍ଚା ହୋଇଥିଲା।
ବୈଠକରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ, କୁଳସଚିବ ମନସ୍ୱିନୀ ସାହୁ ବିଶ୍ୱବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦେଶିକା ପ୍ରଫେସର ସସ୍ମିତା ମହାନ୍ତି, ବିତ୍ତ ନିୟନ୍ତ୍ରିକ ମିତାରାଣୀ ବିଶ୍ୱାଳ ଏବଂ କ୍ରୀଡା ପରିଷଦର ଉପନିର୍ଦେଶିକା ଡ଼. ଇତିଶ୍ରୀ ଷଡ଼ଙ୍ଗୀ, କ୍ରୀଡା ପରିଷଦର ସଦସ୍ୟ ଡ଼. ପ୍ରକାଶ ଚନ୍ଦ୍ର ପରିଛା, ବି.ଆର୍. ଆଭା ଆୟୁଶ୍ରୀ, ଡ଼. ସୋନାଲି ମହାପାତ୍ର ଏବଂ ବିଶ୍ୱବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷିକା କୁନ୍ମୁନ୍ ବେହେରା ଉପସ୍ଥିତ ଥିଲେ। ଅନୁବନ୍ଧିତ ମହାବିଦ୍ୟାଳୟର ଅଧକ୍ଷ ଓ ଶାରୀରିକ କ୍ରୀଡା ଶିକ୍ଷକମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ସଭା ଶେଷରେ କ୍ରୀଡା ପରିଷଦର ଉପନିର୍ଦେଶିକା ଡ଼. ଇତିଶ୍ରୀ ଷଡ଼ଙ୍ଗୀଙ୍କ ଧନ୍ୟବାଦ ସହିତ ବୈଠକଟି ଶେଷ ହୋଇଥିଲା ।