ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ବାର୍ଷିକ ପରାମର୍ଶଦାତା କମିଟୀ ବୈଠକ ଭାରପ୍ରାପ୍ତ କୁଳପତି ପ୍ରଫେସର୍ ଚଣ୍ଡୀ ଚରଣ ରଥଙ୍କ ଅଧ୍ୟକ୍ଷତାରେ ସଫଳ ଭାବେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ଆଗାମୀ ବର୍ଷ ୨୦୨୫-୨୬ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ବିଶ୍ୱବିଦ୍ୟାଳୟର କୁଳସଚିବ ମନସ୍ଵିନୀ ସାହୁ, ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦେଶିକା ସୁଶ୍ରୀ ସରିତା ପଟେଲ, ରାଜ୍ୟ ଜାତୀୟ ଅଧିକାରୀ ଡ଼କ୍ଟର ରମେଶ ଚନ୍ଦ୍ର ବେହେରା, ବିତ୍ତ ନିୟନ୍ତ୍ରକ ମିତାରାଣୀ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଅନୁବନ୍ଧିତ ମହାବିଦ୍ୟାଳୟର ଅଧକ୍ଷ ଓ ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ, ବିଶ୍ୱବିଦ୍ୟାଳୟର ଅଧ୍ୟାପିକା, ସ୍ୱେଚ୍ଛାସେବୀ, ବିଭିନ୍ନ କର୍ମୀମାନେ ଉପସ୍ଥିତ ଥିଲେ।
ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜି ପ୍ରଫେସର ଅଲିଭା ମହାନ୍ତି ସ୍ଵାଗତ ଭାଷଣ ଦେବା ସହୁ ୨୦୨୪-୨୫ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟଙ୍କ ପରାମର୍ଶ କ୍ରମେ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ଆଗାମୀ ବର୍ଷ ୨୦୨୫-୨୬ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା। ସଭା ଶେଷରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା (ୟୁନିଟ -୧) କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର ଗୀତାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ସେବା ଯୋଜନା (ୟୁନିଟ -୨) କାର୍ଯ୍ୟକ୍ରମ ଅଧିକାରୀ ବି.ଆର ଆଭା ଆୟୁଶ୍ରୀ ବୈଠକ ପରିଚାଳନା କରିଥିଲେ।