BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜଳ ପରିମଳ ,ସ୍ବଚ୍ଛତା ଏବଂ ଜଳବାୟୁ ସ୍ଥିରତା ଅଭିନବ ମାଧ୍ୟମରେ ସ୍ଥାୟୀତ୍ୱ ନିର୍ମାଣ ବିଷୟରେ ଆଲୋଚନାଚକ୍ର

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଗୁରୁବାର ନୂତନ ପ୍ରେକ୍ଷାଳୟରେ ଜଳ ପରିମଳ ,ସ୍ବଚ୍ଛତା ଏବଂ ଜଳବାୟୁ ସ୍ଥିରତା ଅଭିନବ ମାଧ୍ୟମରେ ସ୍ଥାୟୀତ୍ୱ ନିର୍ମାଣ ବିଷୟରେ ଏକ ଦୁଇ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଯୁବପିଢି ଓ ଲିଙ୍ଗଗତକୁ ପ୍ରଧାନ୍ୟ ଦେଇ ପ୍ରଯୁକ୍ତି ବିଦ୍ୟା ଓ ସମ୍ପ୍ରଦାୟ ପଦ୍ଧତିକୁ ମାଧ୍ୟମ କରି ସ୍ଥାୟୀତ୍ୱ ନିର୍ମାଣ କରିବା ଆଲୋଚନାଚକ୍ରର ମୁଖ୍ୟ ବିଷୟବସ୍ତୁ ଥିଲା।

କୁଳପତି ମହୋଦୟ ପ୍ରଫେସର ଚଣ୍ଡିଚରଣ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭାତୀ ପରିଡ଼ା ଯୋଗଦାନ କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ତାଙ୍କର ବକ୍ତବ୍ୟରେ ସୁସ୍ଥ ପରିବେଶ ଗଢିବାରେ ବ୍ୟକ୍ତିମାନଙ୍କର ନିଜସ୍ଵ ସଚେତନା ଓ ସୁରକ୍ଷିତ ଜଳ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ଵାରା ଏକ ସକାରାତ୍ମକ କ୍ଷୁଦ୍ର ନାଟକ ପରିବେଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ଜେଣ୍ଡର ଅଧ୍ୟୟନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନା କରିଥିବା ସହ ଏନସିସି, ଏନଏସଏସ, ୟୁଥ ରେଡି କ୍ରସ ସ୍ଵେଚ୍ଛାସେବୀ ଓ ବିଶ୍ଵବିଦ୍ୟାଳୟର ଛାତ୍ରୀ ବୃନ୍ଦ ଯୋଗଦାନ ଦେଇଥିଲେ । ଡ଼ଃ. ଦେବଜାନୀ ଖାଁ ସ୍ବାଗତ ଭାଷଣ ଓ ଡ଼ଃ. ମଲ୍ଲିକ ବାସୁ ଧନ୍ୟବାଦ ଅର୍ପଣ କରିଥିଲେ।