BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୨ ନମ୍ବର ଓ୍ବାର୍ଡରେ ଧୁମଧାମରେ ପାଳିତ ହେଲା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,- ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ନିୟୁ ଗଭର୍ଣ୍ଣମେଣ୍ଟ କଲୋନୀ ସ୍ଥିତ ଓାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବର୍ଣ୍ଣାଢ୍ୟ ଆଲୋକମାଳା ଭିତରେ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ କହିଥିଲେ ରାଜଧାନୀ ପ୍ରତିଷ୍ଠା ହେବାର ୭୫ ବର୍ଷ ହୋଇଛି । ଏହାରି ଭିତରେ ଆମ ରାଜଧାନୀରେ ଅନେକ ପରିର୍ବନ ଘଟିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହକି ବିଶ୍ୱକପ୍ ଆୟୋଜିତ ହୋଇ ସାରା ବିଶ୍ୱରେ ଆମେ ପରିଚିତ ହୋଇ ପାରିଛେ । ରାସ୍ତାଘାଟ ଠାରୁ ଆରମ୍ଭ କରି ଗମନାଗମନ, ପରିମଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମର ଅନେକ ଉନ୍ନତି ଘଟିଛି । ଯାହା କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି ।

ସମ୍ମାନୀତ ଅତିଥି ଭାବେ ଓାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ଯୁବନେତା ଚଗଲା ଜେନା, ମିଟୁ ପରିଡା, କାଳିଚରଣ ସିଂ, ବସନ୍ତ ତ୍ରିପାଠୀ ଯୋଗ ଦେଇଥିଲେ । ବରିଷ୍ଠ ନାଗରିକମାନେ ଯୋଗଦାନ କରି ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ । ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମହିଳା ମାନଙ୍କ ଦ୍ୱାରା ଝୋଟି ପ୍ରତିଯୋଗିତା, ପିଲା ମାନଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଓ ନାଚ, ଗୀତ ଅନୁଷ୍ଠିତ ହୋଇଥିଲା । ସି ବାର ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ହୁଇଲ ଚେୟାର ବଣ୍ଟନ ସହିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ କର୍ପୋରେଟର ପୁରସ୍କୃତ କରିଥିଲେ । ସମାଜସେବୀ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭଗବାନ ଦାଶ ସଂଯୋଜନା କରିଥିଲେ । ବାବୁଭାଇ ଟିମର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।