BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର।

ଜୟପୁର,୧୯।୫: କରୋନା ସଂକ୍ରମଣରୁ ଠିକ୍‌ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁଯାୟୀ ବୁଧବାର ସମଗ୍ର ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରାଯାଇଛି। ରାଜ୍ୟର ଚିକିତ୍ସା ଓ ସ୍ବାସ୍ଥ୍ୟ ବିଭାଗ ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ଅଖିଲ ଅରୋରା ଜାରି କରିଥିବା ଅଧିସୂଚନା ଅନୁସାରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବ ଯୋଗୁ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବ୍ଲାକ୍‌ ଫଙ୍ଗସ୍‌ କରୋନା ସଂକ୍ରମଣର ପାର୍ଶ୍ୱପ୍ରତିକ୍ରିୟା ଭାବେ ଦେଖାଦେଇଛି। ତେଣୁ କୋଭିଡ-୧୯ ଓ ବ୍ଲାକ୍‌ ଫଙ୍ଗସ୍‌ର ସମନ୍ବିତ ଓ ସମନ୍ବିତ ଚିକିତ୍ସାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।