BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୧୧ ରୁ ଘଡଘଡି ସହିତ ବର୍ଷା

ଭୁବନେଶ୍ୱର,୯।୧(ବ୍ୟୁରୋ): ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ନିଂ ଜାରି କରିଛି । ୧୧ ତାରିଖରେ ଘଡ଼ଘଡ଼ି ସହ ବର୍ଷା ନେଇ ପଶ୍ଚିମ ଓଡ଼ିଶାର ୭ଟି ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି । ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାକୁ ସତର୍କ ସୂଚନା ରହିଛି । ସେହିଭଳି ୧୨ ତାରିଖରେ ଘଡ଼ଘଡ଼ି ବର୍ଷା ଓ କୁଆପଥର ବୃଷ୍ଟି ନେଇ କଳାହାଣ୍ଡି, କନ୍ଧମାଳ, ଅନଗୋଳ, ବୌଦ୍ଧ, କଟକ, ନୟାଗଡ଼, ଢେଙ୍କାନାଳ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି ।
୧୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଆସନ୍ତା ୨ ଦିନ ମଧ୍ୟରେ ବୃଦ୍ଧି ପାଇବ । ଫଳରେ ତାପମାତ୍ରା ବୃଦ୍ଧି ପାଇ କମ ଶୀତ ରାଜ୍ୟରେ ଅନୁଭୂତ ହେବ ।