BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡିଶା ଜନତା କାହାକୁ ନ ଡରି ଆଗକୁ ଚାଲନ୍ତୁ, କଂଗ୍ରେସ ଦଳ ତାଙ୍କ ସହ ରହିଛି – ରାହୁଲ ଗାନ୍ଧୀ

ଭୁବନେଶ୍ଵରରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଲେ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର : ଓଡିଶା ସରକାର ସାଧାରଣ ଜନତାଙ୍କ ଅର୍ଥକୁ ହରିଲୁଟ କରୁଛି। ପୂର୍ବରୁ ବିଜେଡି ଲୁଟ କରୁଥିଲା ଯାହା ଏବେ ବିଜେପି କରୁଛି। କର୍ପୋରେଟ ସହ ହାତ ମିଳାଇ ଲୁଟୁଛନ୍ତି। ଓଡିଶା ଜନତା କାହାକୁ ନ ଡରି ଆଗକୁ ଚାଲନ୍ତୁ, କଂଗ୍ରେସ ଦଳ ତାଙ୍କ ସହ ରହିଛି ବୋଲି ଲୋକସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି।

ଭୁବନେଶ୍ଵରରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀର ଦଳର ନେତା ରାହୁଲ ଗାନ୍ଧୀ। ରଥଯାତ୍ରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ରାହୁଲ। ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ଯୋଗ ଦେଇ ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ଏହି ଅବସରରେ ରାହୁଲ ଗାନ୍ଧୀ କହିଥିଲେ, ଓଡ଼ିଶାରେ ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଥିଲା, ସେମାନଙ୍କ ରହିଁ ରହିବ। ପେସା ଆଇନ ଲାଗୁ ନକରି ଆଦିବାସୀଙ୍କୁ ଅନ୍ୟାୟ ଭାବେ ହଟାଇ ଦିଆଯାଉଛି। ଆଦିବାସୀଙ୍କୁ ସେମାନଙ୍କ ଅଧିକାର ଫେରାଇ ଦେବ କଂଗ୍ରେସ। ଆଦିବାସୀଙ୍କ ସହ ଚାଷୀ ଏବଂ ଅବହେଳିତ ଗରିବ ଲୋକଙ୍କ ସାଙ୍ଗରେ କଂଗ୍ରେସ ସର୍ବଦା ରହିବ ବୋଲି ରାହୁଲ କହିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଦେଖା ଦେଇଥିବା ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ରାହୁଲ ଗାନ୍ଧୀ। କୋଟି ଓଡ଼ିଆଙ୍କ ଭାବାବେଗକୁ ପଛରେ ପକାଇ, ଆଦାନୀ ଏବଂ ତାଙ୍କ ପରିବାର ପାଇଁ ରଥକୁ ଅଟକା ଗଲା ବୋଲି ରାହୁଲ ଗାନ୍ଧୀ କହିଥିଲେ।

ଭୁବନେଶ୍ୱର ବରମୁଣ୍ଡା ପଡିଆରେ ରାଜ୍ଯ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ ଦିବସର ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ ଯେ ବିଜେପି ସମଗ୍ର ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଆମର କାର୍ଯ୍ଯକର୍ତ୍ତା ମାନେ ହେଲେ ବବର ସେର। ସେମାନେ ଓଡିଶାର ସ୍ଵାଭିମାନୀ ଜନତାଙ୍କ ସୁରକ୍ଷା କରୁଛନ୍ତି। ମହାରାଷ୍ଟ୍ର ଲୋକସଭା ଓ ବିଧାନସଭା ନିର୍ବାଚନ ମଧରେ କୋଟିଏ ନୂଆ ଭୋଟର ଯୋଡିହେଲେ। ଭୋଟ ଚୋରି ମହାରାଷ୍ଟ୍ରରେ ହେଲା ବିହାରରେ ମଧ୍ଯ ନିର୍ବାଚନ ଚୋରି କରିବାର ଚେଷ୍ଟା କରାଯାଉଛି।

ରାଜ୍ୟରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ ମଧ୍ଯ। ଏଠି ବିନା ଖବରରେ ଆଦିବାସୀଙ୍କୁ ହଟାଉଛନ୍ତି ଓ ତାଙ୍କୁ ସର୍ବସାନ୍ତ କରୁଛନ୍ତି। ବିକାଶ କେବଳ ଦୁଇ ତିନି ଜଣ ବ୍ୟକ୍ତିଙ୍କ ପାଇଁ ହେବା ଅନୁଚିତ। ଚାଷୀ, ଶ୍ରମିକ ସମେତ ସମସ୍ତ ଗରିବଙ୍କ ବିକାଶ ଦରକାର। ଯାହା କେବଳମାତ୍ର କଂଗ୍ରେସ ଦଳ କ୍ଷମତାକୁ ଆସିଲେହିଁ କରି ପାରିବ। ପୁରା ଦେଶରେ ନୂଆ କୃଷି ବୀମା ଲାଗୁ କରିବା କଥା କହିଲେ, ହେଲେ ସେ ପଇସା ନିଜର ଚାରିଟି ବଡ଼ କମ୍ପାନୀକୁ ଦେଇଦେଲେ। ଏବେ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ହେଲେ ଆବଶ୍ୟକ କ୍ଷତିପୂରଣ ମିଳୁନି।

ବୀମା ଯୋଜନା ପଇସା ମିଳୁନି, କର୍ପୋରେଟ ହାତରେ ଟେକି ଦିଆଯାଉଛି। ଦେଶର ସମ୍ବିଧାନ ଗରିବଙ୍କର ରକ୍ଷା କରେ। ହେଲେ ବିଜେପି ଅମ୍ବାନୀ, ଅଦାନୀଙ୍କୁ ରକ୍ଷା କରୁଛି। ଓଡିଶା ହେଉ କି ଛତିଶଗଡ଼, ସବୁ ରାଜ୍ଯରେ କେବଳ ଅଦାନୀ, ଅଦାନୀ ଜପୁଛନ୍ତି। ବିଜେପି ଜପୁଛି ଅଦାନୀ, ଅଦାନୀ, ଆଦାନୀ। ରାଜ୍ୟର କୋଟି, କୋଟି ଲୋକଙ୍କ ଭାବନାରେ ଜଡିତ ପବିତ୍ର ରଥଯାତ୍ରା। ହେଲେ ଏହି ରଥଯାତ୍ରାର କେବଳ ଅଦାନୀ ପରିବାର ପାଇଁ ସାମୟିକ ରୋକି ଦିଆଗଲା।

ରୋଜଗାର ନଷ୍ଟ କରା ଯାଉଛି। ଓଡ଼ିଶାରେ ଚାଳିଶ ହଜାରରୁ ଅଧିକ ମହିଳା ଗାଏବ। ଏଠି ପ୍ରତିଦିନ ହାରାହାରି ପନ୍ଦରରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଜାତି ଜନଗଣନା ସପକ୍ଷରେ କଂଗ୍ରେସ। ତେଲେଙ୍ଗାନାରେ ଆମ ସରକାରଙ୍କର ଉଦ୍ୟମରେ ଏହା କରାଯାଇଛି। ଫଳରେ ତେଲେଙ୍ଗାନା ସରକାର ଜାଣି ପାରୁଛି କେତେ ଧନ କାହା ପାଖରେ ଅଛି। ଓଡିଶାରେ ମଧ୍ୟ ଠିକ ଏମିତି ହିଁ ଦରକାର। ଏଠି ସରକାରରେ ଦଳିତଙ୍କୁ ସ୍ଥାନ ମିଳୁନି। ବିଜେପି ଜାତିଗତ ଜନଗଣନାକୁ ଖୁବ୍ ବିରୋଧ କରିଥିଲା। କଂଗ୍ରେସ ପେସା ଆଇନ ପାଇଁ ଲଢେଇ କରିବ ଓ ନିଶ୍ଚିନ୍ତ ପେସା ଆଇନକୁ କାଯ୍ୟକାରୀ କରିବ ବୋଲି କହିଲେ।

ଡ୍ରାଇଭର ଆସୋସିଏସନକୁ ଡରେଇବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ। ରାଜ୍ୟ ବିଜେପି ସରକାର କିନ୍ତୁ ଆସୋସେନ ତାଙ୍କ କଥା ନ ଶୁଣି ଆମକୁ ସହଯୋଗ ଦେଇଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି।

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଉଦବୋଧନରେ କହିଥିଲେ ଯେ ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସବୁ ସଂଗ୍ରାମୀଙ୍କୁ ପ୍ରଣାମ।ନେହେରୁ ଓଡିଶା ଓ ଭୁବନେଶ୍ୱର ପାଇଁ ବହୁତ କିଛି କରିଛନ୍ତି। ଏମାନଙ୍କ ଅବଦାନ ଶୂନ୍ୟ। କଂଗ୍ରେସ ଯାହା କରିଥିଲା, ମୋଦି ତାକୁ ବିକ୍ରି କରି ଦେଉଛନ୍ତି। ୧୬୦ ପବ୍ଲିକ ସେକ୍ଟର ନେହରୁ କରିଥିଲେ। ଯାହାକୁ ମୋଦି ବିକ୍ରି କରିବା ଆରମ୍ଭ କରିଛନ୍ତି। ଏହାର ଜବାବ ଦେବାକୁ ପଡ଼ିବ। ଓଡିଶା ଲୋକେ ମଜଭୁତ। ସେମାନେ ବିଜେପିକୁ ପାଠ ପଢ଼ାଇବେ।

କଂଗ୍ରେସ ଗରିବ ଓ ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସଦା କାମ କରିବ। ମୋଦି ଦେଶ ସମ୍ବିଧାନ ବଦଳାଇବାକୁ ଚାହୁଁଛନ୍ତି ତେଣୁ ଚାରି ଶହ ପାର ସିଟ ମାଗିଥିଲେ। ଆସିଥିଲେ ନିହାତି କରିଥାନ୍ତେ ହେଲେ ଜନତା ଏହା କରାଇ ଦେଲେନି। ମହାରାଷ୍ଟ୍ରରେ ବିଜେପିର ଚୋରୀ ସରକାର, ଆପଣଙ୍କୁ ଏମିତି ସରକାର ଦରକାର। ସମ୍ବିଧାନ ଅଛି ଓ ଲୋକତନ୍ତ୍ର ଅଛି ବୋଲି ଲୋକେ ସୁରକ୍ଷିତ। ସମ୍ବିଧାନର ଯାହା ଲେଖା ତାହା ବିଜେପି ଆଦୌ ପାଳନ କରୁନି। ଏବେ ସମୟ ଆସିଛି, ଜାଗ୍ରତ ହୁଅନ୍ତୁ ଓ ଉଠନ୍ତୁଆମ ସମ୍ବିଧାନକୂ ରକ୍ଷା କରନ୍ତୁ।

ଅମିତ ଶାହା ସିବିଆଇ ଓ ଇଡି ଡର ଦେଖାଉଛନ୍ତି ଡରିଲେ ମରିବେ ଆମର ଡରିବାର ନାହିଁ କିମ୍ବା ମରିବାର ନାହିଁ। ଡବଲ ଇଂଜିନ ସରକାର ଓଡ଼ିଶାର ମୁଲ୍ୟବାନ ଜମି ଅଦାନୀକୁ ସୁଲଭ ମୂଲ୍ୟରେ ବିକ୍ରି କରୁଛି। ଏଠି ମହିଳା ଓ ଶିଶୁମାନେ ଅସୁରକ୍ଷିତ, ସେମାନଙ୍କୁ ସୁରକ୍ଷା ମିଳୁ। ଆଦିବାସୀ ଭାଇ, ଭଉଣୀ, ଚାଷୀମାନଙ୍କ ସହ କଂଗ୍ରେସ ସର୍ବଦା ଅଛି ରହିବ। ଏଠି ଦଳିତଙ୍କୁ ଘାସ ଖୁଆଉଛନ୍ତି। ଆମ କର୍ମୀ ଆନ୍ଦୋଳନ କରୁଛନ୍ତି। ହେଲେ ସରକାର ଶୋଇଛନ୍ତି। ସରକାରୀ ଅଧିକାରୀଙ୍କୁ ମାଡ଼ ହେଉଛି।

ଏଗାର ମାସରେ ୨୮ ହଜାରରୁ ଅଧିକ ମହିଳା ନିର୍ଯାତନା ଶିକାର ହୋଇଛନ୍ତି। ବିଜେପି ନେତା କମିଶନ ଖାଉଛନ୍ତି। ଏମାନଙ୍କୁ ଜେଲରେ ରଖିବା ନିଶ୍ଚିତ ଦରକାର। ଆମକୁ ଲଢ଼ିବାକୁ ପଡ଼ିବ। ଲଢେଇର ଅର୍ଥ ମାରାମାରି ନୁହଁ। ଗାନ୍ଧୀଙ୍କ ଆଦର୍ଶରେ ବିକ୍ଷୋଭ ହେବ। ଇନ୍ଦିରା ଗାନ୍ଧୀ, ରାଜିବ ଗାନ୍ଧୀ, ମହାତ୍ମା ଗାନ୍ଧି ଦେଶ ପାଇଁ ବଳିଦାନ ଦେଇଛନ୍ତି। ହେଲେ ବିଜେପିରେ ଏମିତି କେହି ନେତା ଅଛି କି। ଆଜି ବି ଆମେ ଦେଶର ଅଖଣ୍ଡତା ପାଇଁ କଂଗ୍ରେସ ଲଢ଼ିବ, ମରିବାକୁ ବି ପ୍ରସ୍ତୁତ। ଓଡିଶାରେ କଂଗ୍ରେସ ମଜଭୁତ ହେଉଛି।

ଓଡିଶାରେ ବି ନିର୍ବାଚନ ଚୋରୀ ହୋଇଛି। ପୂର୍ବରୁ ଏକ ସରକାରୀ ଅଧିକାରୀ ରାଜ୍ୟ ଚଳାଉଥିଲେ। ଏବେ ଗୁଜୁରାଟରୁ ସରକାର ଚଲା ଯାଉଛି। ଯାହା ଏବେ ରଥଯାତ୍ରା ବେଳେ ପ୍ରମାଣିତ ହୋଇଛି। ସୋନିଅ ଗାନ୍ଧୀ ଆଦିବାସୀ ଏବଂ ଗରିବ ଙ୍କ ରକ୍ଷା ପାଇଁ ଆନେକ କାଯ୍ୟ କରିଛନ୍ତି। ଭଗବାନଙ୍କ ନାମ ନେଇ ବିଜେପି ଜନତାଙ୍କୁ ଠକୁଛି, ମୁହଁରେ ରାମ ନାମ ନେଇ ପାଖରେ ଛୁରୀ ରଖିଛନ୍ତି। ସମ୍ବିଧାନକୁ ବଂଚେଇବାକୁ ଏବଂ ଦେଶକୁ ଏକ କରିବାକୁ ହିଁ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରିଥିଲେ।

ବିଜେପି ଏବଂ ଆରଏସଏସ କେଉଁ ନେତା ଅଛନ୍ତି, ଯିଏ କି ଦେଶ ପାଇଁ ଜୀବନ ଦେଇଛନ୍ତି। ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କହିଲେ ସମ୍ବିଧାନ ଏବେ ସମ୍ପୂର୍ଣ୍ଣ ବିପଦରେ। ଲୋକଙ୍କ ବିଶ୍ୱାସ କେବଳହିଁ କଂଗ୍ରେସ ଉପରେ। ଆମେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ସର୍ବାଧିକ ଭୋଟ୍ ଆଣିବୁ ବୋଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରକାଶ କରିଥିଲେ।

ରାଜ୍ଯ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଭା ପରିଚାଳିତ ହୋଇଥିଲା। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ସ୍ବାଗତ ଭାଷଣ ଦେଇଥିଲେ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ, ସାଂସଦ ସପ୍ତଗିରୀ ଉଲାକା, ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଶରତ ରାଉତ, ପୁର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ମହମ୍ମଦ ମୋକିମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଚରଣ ଦାସ, ଡାକ୍ତର ଏସ୍ ରାଜେନ୍ ଏକ୍କା, ଦାଶରଥି ଗମାଙ୍ଗ, ଅଶୋକ ଦାସ, ସୋଫିଆ ଫିର୍ଦ୍ଦୋଷ, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁଟା, ମଙ୍ଗୁ ଖିଲ, କାଡ୍ରାକା ଆପଲସ୍ବାମୀ, ନୀଳମାଧବ ହିକ୍କା, ପ୍ରଫୁଲ୍ଲ ପ୍ରଧାନ, ପୁର୍ବତନ ସାଂସଦ ରଞ୍ଜୀବ ବିଶ୍ଵାଳ,ଶୁଶିଳା ତିରିଆ, ରାମ ଖୁଣ୍ଟିଆ, ଅନନ୍ତ୍ ସେଠୀ, ଡ଼ ଲଲାଟନ୍ଦୁ ମହାପାତ୍ର ପ୍ରମୁଖ ଏହି ମହା ସମାରୋହରେ ନିଜ ମତବ୍ୟକ୍ତ ସହ ସଭାକୁ ସଫଳ କରାଇ ଥିଲେ। ଶେଷରେ ସାଂସଦ ସପ୍ତଗିରି ଉଲାକା ଧନ୍ୟବାଦ ଦେଇଥିଲେ।

ରାଜ୍ଯ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ବିଶାଳ ଜନ ସମାବେଶ ବରମୁଣ୍ଡା ଠାରେ ଆୟୋଜିତ ହୋଇଥିଲା। ଏହି ସମାବେଶରେ ରାଜ୍ୟର ସମସ୍ତ ଅଞ୍ଚଳରୁ କଂଗ୍ରେସର ସମର୍ଥନରେ ପାଖାପାଖି ଦେଢ ଲକ୍ଷ ସାଧାରଣ ଜନତା ଏବଂ କଂଗ୍ରେସ କର୍ମୀ ଏବଂ ନେତୃବୃନ୍ଦ ଯୋଗଦାନ କରିଥିଲେ।

ନାର୍ଯ୍ୟ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପିସିସି ସଭାପତି ଭକ୍ତ ଚରଣ ଦାସ ପୂର୍ଣ୍ଣ ସମର୍ଥନ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ଦାସ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ ନେତୃବୃନ୍ଦ ଙ୍କୁ ଡ୍ରାଇଭର ମହାସଂଘ କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଗତକାଲି ଡ୍ରାଇଭର ମହାସଂଘ ଆନ୍ଦୋଳନ କାରୀଙ୍କୁ ପିସିସି ସଭାପତି ଶ୍ରୀ ଦାସ ସମର୍ଥନ କରିଥିବା ଆଜି ଜନନାୟକ ରାହୁଲ ଗାନ୍ଧୀ ମଧ୍ୟ ସମର୍ଥନ ଘୋଷଣା କରିଥିଲେ।