BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦୁଇ ଦିନ ହେଲେ ମଧ୍ୟ ପୋଲିସ ହାତ ଖାଲି

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳ ଘଟଣାରେ ଦୁଇ ଦିନ ବିତି ଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ଅଭିଯୋଗ ଅନୁସାରେ, ଜଣେ ଛାତ୍ରୀକୁ ଟେକି ନେଇ ତା’ ଦେହରେ ନିଆଁ ଲଗାଇଦେଇଥିଲା ଏବଂ ଛାତ୍ରୀ ଜଣକ ପ୍ରାୟ ୭୫ ଭାଗ ପୋଡ଼ି ଯାଇଥିଲା।

ଘଟଣା ପରେ ଅନୁସନ୍ଧାନ ଅଭିଯାନ ଚାଲିଛି ବୋଲି ପୋଲିସ କହୁଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଆଧାରରେ ପୋଲିସ କାହାକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇପାରିନାହିଁ। ପୋଲିସ ମୁଖିଆ, ଆଇଜି, ଏସପି ସହ ଆଲୋଚନା କରି ପୋଲିସ ଡିଜି ଘଟଣା ସ୍ଥଳର ତଦନ୍ତ ପରେ ଫେରିଛନ୍ତି। ଘଟଣାର ଗମ୍ଭୀରତା ଦୃଷ୍ଟିରେ ରଖି, ଫୋନ କଲ୍ ରେକର୍ଡ ଓ ଡିଜିଟାଲ ଟ୍ରାନ୍ସାକ୍ସନ୍ ଯାଞ୍ଚ କରାଯାଉଛି। ସାଇବର ୱିଶେଷଜ୍ଞମାନେ ମଧ୍ୟ ଏହି ତଥ୍ୟ ବିଶ୍ଳେଷଣ କରୁଛନ୍ତି।

ଏପଟେ ଗୁରୁତର ଅବସ୍ଥାରେ ଥିବା ପୀଡିତାଙ୍କୁ ଦିଲ୍ଲୀ ଏମ୍ସ ବର୍ନ ICUରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ କଥା ଅନୁଯାୟୀ, ତାଙ୍କ ଶରୀରର ୭୫% ଅଂଶ ପୋଡ଼ିଯାଇଛି ଓ ସେ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ବହୁ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଟିମ ତାଙ୍କ ଚିକିତ୍ସାରେ ଲାଗିଛନ୍ତି।

ସେଠାରେ ପୋଲିସର ଅଭିଯୁକ୍ତ ଚିହ୍ନଟ ଓ ଗିରଫ ହେବା ପ୍ରତି ଲୋକଙ୍କ ଆଶା ଓ ଚାପ ବଢ଼ୁଛି।  ସ୍ଥାନୀୟ ଲୋକମାନେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରୁଛନ୍ତି।

ଘଟଣା କେବଳ ଏକ ବ୍ୟକ୍ତିଗତ ଅପରାଧ ନୁହେଁ, ବରଂ ଏହା ମାନବିକ ମୂଲ୍ୟ ବିରୁଦ୍ଧରେ ହୋଇଥିବା ଗଭୀର ଆଘାତ। ଏହି ଘଟଣା ପାଇଁ ଦାୟୀ ଲୋକମାନେ କେବେ ଧରାପଡ଼ିବେ ଓ ନ୍ୟାୟ ଦିଆଯିବ, ଏହା ଏବେ ପ୍ରଶ୍ନ ଚିହ୍ନରେ ଅଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ