BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ରତ୍ନଭଣ୍ଡାର ଭିତରୁ ମିଳିବ କି ଗୁପ୍ତ ଭଣ୍ଡାର ସନ୍ଧାନ

ପୁରୀ: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିଛି । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ବସିଥିବା  ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପୁଣି ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ ବୋଲି ନିଷ୍ବତ୍ତି ହୋଇଛି ।
ଏନେଇ ଜଷ୍ଟିସ ରଥ କହିଛନ୍ତି, ରତ୍ନ ଭଣ୍ଡାର ସ୍ଥାନାନ୍ତରିତ କରିବା ପରେ ଏହାର ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିଲା । ହେଲେ ଏହାରି ଭିତରେ, ଭିତର ରତ୍ନଭଣ୍ଡାର ରହସ୍ୟକୁ ନେଇ ଅନେକ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏହାକୁ ପୁଣି ଥରେ ଯାଞ୍ଚ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଭିତର ରତ୍ନଭଣ୍ଡାରରେ କିଛି ଗୁପ୍ତ ସମ୍ପତ୍ତି ଥିବା ନେଇ ଲୋକଙ୍କ ଭାବବେଗକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି । ଯେଭଳି ଭବିଷ୍ୟତରେ ଏନେଇ କିଛି ଦ୍ବନ୍ଦ୍ବ ନରହୁ ।
ଏହାପୂର୍ବରୁ ଭିତରେ ଥିବା ସମସ୍ତ ଖାଲି ସିନ୍ଦୁକଗୁଡିକୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ଘର ନିର୍ଦ୍ଧାରିତ କରିବେ । ପୂର୍ବ ଭଳି ସବୁ କିଛି ଭିଡିଓଗ୍ରାଫି ସହ ସ୍ଥାନାନ୍ତରିତ କରାଯିବ । ଆବଶ୍ୟକ ପଡିଲେ ଏହାର ମରାମତି ମଧ୍ୟ କରାଯିବ । ଯେହେତୁ ଏହା ଏସଓପିରେ ନଥିଲା ତେଣୁ ପୁନଶ୍ଚ ଯାଞ୍ଚକୁ ଦୃଷ୍ଟିରେ ରଖି ଏଥିପାଇଁ ଏସଓପି ତିଆରି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।
ଏହାସହିତ ଯେହେତୁ ପୁରୁଣା ମନ୍ଦିର ସେଥିପାଇଁ ଯାହାବି ଅତ୍ୟାଧୁନିକ ଜ୍ଞାନ କୌଶଳ ଆବଶ୍ୟକ ସେ ସବୁକୁ ଯୋଗାଇ ଦେବା ପାଇଁ ପରିଚାଳନା କମିଟିକୁ ଜଣାଯିବ । ସମସ୍ତଙ୍କ ଅନୁମତି କ୍ରମେ ଏକ ଦିନ ଧାର୍ଯ୍ୟ କରାଯାଇ ପୁଣି ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଯଦି କିଛି ଗୁପ୍ତ ସମ୍ପତ୍ତି ଅଛି ବୋଲି ଆଭାସ ମିଳେ ତାହା ହେଲେ ସେ ଦିଗରେ ଆଗକୁ ପଦକ୍ଷେପ ନିଆଯିବ, ନଚେତ୍ ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ରଥ ।