BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜୟଗୁରୁ କହି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ତାଳବଣିଆସ୍ଥିତ ସ୍ପୋଟର୍ସ କମ୍ପ୍ଲେକ୍ସଠାରେ ରବିବାର ଆୟୋଜିତ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ ତମ ପୂର୍ତ୍ତି ଉତ୍ସବରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୁନ୍ଦର ରାଜ୍ୟ ଓ ଦେଶ ଗଠନ ପାଇଁ  ଆହ୍ବାନ ଦେଇଛନ୍ତି।

ସଭାସ୍ଥଳକୁ ଯାଇ ପ୍ରଥମେ ଜୟ ଜଗନ୍ନାଥ ଏବଂ ଜୟଗୁରୁ କହି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଠାକୁର ଅନୁକୂଳଚନ୍ଦ୍ରଙ୍କ ସ୍ମୃତିଚାରଣ କରିବା ସହ ଠାକୁରଙ୍କ ଭକ୍ତ ସମାଜ ସେବାରେ ଭଲ ଯୋଗଦାନ କରୁଥିବା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ୧୦୦ ବର୍ଷ ତଳେ ଠାକୁର ଅନୁକୂଳଚନ୍ଦ୍ର ପୁରୀ ଆସିଥିଲେ। ଠାକୁରଙ୍କ ସହ ତାଙ୍କର ବହୁ ଅନୁଗାମୀ ମଧ୍ୟ ପୁରୀ ଆସିଥିଲେ। ସୁନ୍ଦର ଓ ସୁସ୍ଥ ଓଡ଼ିଶା ଗଠନରେ ସେମାନଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ସତ୍‌ସଙ୍ଗର ଲକ୍ଷଲକ୍ଷ ଅନୁଗାମୀ ସମାଜ କଲ୍ୟାଣ ଲାଗି କାମ କରୁଛନ୍ତି। ତେଣୁ ସମସ୍ତେ ମିଶି ସୁନ୍ଦର ରାଜ୍ୟ ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉତ୍ସବରେ ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ମହୋତ୍ସବ କମିଟିର ଆବାହକ ଡକ୍ଟର ବିନାୟକ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ।  ସତ୍‌ସଙ୍ଗର ବରିଷ୍ଠ କର୍ମକର୍ତ୍ତା ଡ. ନୃସିଂହ ତ୍ରିପାଠୀ, ଯତୀନ୍ଦ୍ରନାଥ ମହାନ୍ତି ଓ ଡମ୍ବରୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୭୦ ହଜାରରୁ ଅଧିକ ସତ୍‌ସଙ୍ଗୀ ପ୍ରେମୀ ଯୋଗ ଦେଇଥିଲେ।