BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିଂହଦ୍ଵାର ଗୁମୁଟରୁ ଡେଇଁ ମୃତ୍ୟୁ

ପୁରୀ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି। ତେବେ ସେ କେଉଁ ପରିସ୍ଥିତିରେ ଗୁମୁଟ ଉପରୁ ଡେଇଁଲେ ତାହା ଜଣାପଡି ନାହିଁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସିଂହଦ୍ୱାର ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବଳରାମ ୨ ଦିନ ହେଲା ମନ୍ଦିର ପରିସର ଅଞ୍ଚଳରେ ବୁଲାବୁଲି କରୁଥିଲେ। କିଛି ଲୋକ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ମଧ୍ୟ କହୁଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ସେ ଆନନ୍ଦ ବଜାରକୁ ଲାଗିଥିବା ମେଘନାଦ ପାଚେରି କଡେ କଡେ ଆସି ସିଂହଦ୍ୱାର ଗୁମୁଟ ଉପରକୁ ଚଢିଯାଇଥିଲେ। ସେମାନେ ଡାକ ପକାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହି ସମୟରେ ସେ ତଳକୁ ଡେଇଁ ପଡିଥିବା କହିଛନ୍ତି। ତେବେ ପ୍ରକୃତ ଘଟଣା ଜାଣିବା ନେଇ ପୋଲିସ ସିସିଟିଭି ଯାଞ୍ଚ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପାଖରୁ ଏକ ପର୍ସରେ ଆଧାର କାର୍ଡ ମିଳିଥିଲା। ଆଧାରକାର୍ଡରୁ ପରିଚୟ ଜଣାପଡିଛି। ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିବା ଘଟଣା ଶ୍ରୀମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।