BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆଜିଠାରୁ ପଶ୍ଚିମ ଦ୍ଵାର ପେଟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ

ପୁରୀ,୨୯।୪: ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଦର୍ଶନ ବ୍ୟବସ୍ଥା ଶୁକ୍ରବାରଠାରୁ ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମେତ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ରଥ ନିର୍ମାଣ ପାଇଁ ସିଂହଦ୍ୱାର ସମ୍ମୁଖରେ କାର୍ଯ୍ୟ ହେବାକୁ ଥିବାରୁ ଗହଳି କମାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବାର ଅନୁମତି ରହିଛି। ତେବେ ଶୁକ୍ରବାରଠାରୁ ଉଭୟ ପୁରୀ ସହରବାସୀ ଏବଂ ଅନ୍ୟ ଶ୍ରଦ୍ଧାଳୁମାନେ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିବେ। ସେହିପରି ଶ୍ରଦ୍ଧାଳୁମାନେ ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ଦେଇ ମନ୍ଦିରରୁ ପ୍ରସ୍ଥାନ କରିବେ। ପଶ୍ଚିମଦ୍ୱାରରେ ଏପର୍ଯ୍ୟନ୍ତ ଭକ୍ତଙ୍କ ଲାଗି ଶେଡ୍‌ ବ୍ୟବସ୍ଥା ହୋଇପାରିନାହିଁ। ସିଂହଦ୍ୱାରରେ ଥିବା ଶେଡ୍‌ ବାହାର କରାଯାଇ ନ ଥିବାରୁ ପଶ୍ଚିମଦ୍ୱାରରେ ଲଗାଯାଇପାରିନାହିଁ। ଶେଡ୍‌ ବାହାର କରାଯାଇ ପଶ୍ଚିମଦ୍ୱାରରେ ଲଗାଯିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ପଶ୍ଚିମଦ୍ୱାରରେ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଥିବା ଛୋଟ ଛାମୁଣ୍ଡିଆ ରହିଥିବା ବେଳେ ମେଟାଲ୍‌ ଡିଟେକ୍ଟର ଓ ସାନିଟାଇଜର ବ୍ୟବସ୍ଥା ହୋଇଛି। ଖରାକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଓ ପୂର୍ବଦ୍ୱାରରେ ପାଦଚଲା ମ୍ୟାଟ୍‌ ପକାଯାଇଥିବା ବେଳେ ଏବେ ସବୁ ଦ୍ୱାରରେ ଏଭଳି ବ୍ୟବସ୍ଥା କରାଯିବ। ଫଳରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ ପାଦ ତାତିବ ନାହିଁ। ମାର୍କଣ୍ଡେଶ୍ୱର ସାହି ବାସିନ୍ଦା ପଦ୍ମଲୋଚନ ମିଶ୍ର କହିଛନ୍ତି, ସିଂହଦ୍ୱାର ନିକଟବର୍ତ୍ତୀ ଅଞ୍ଚଳରେ ମାତ୍ରାଧିକ ଗହଳି ହେଉଥିଲା। ପଶ୍ଚିମଦ୍ୱାରରେ ଦର୍ଶନ ସୁଯୋଗ ମିଳିବା ପରେ ଗହଳି କମିବ। ଯାହାଫଳରେ ଯାତାୟାତ ସୁବିଧାଜନକ ହେବ।