BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପୁଣି ନାବାଳିକାକୁ ବଳତ୍କାର

ପୁରୀ ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଭଡ଼ାଘରେ ରହନ୍ତି। ରବିବାର ପୂର୍ବାହ୍ନ ୧୦ଟାରେ ଶିଶୁକନ୍ୟା ଜଣକ ଘରେ ଖେଳୁଥିଲେ। ଏହି ସମୟରେ ସେ ଏକା ଥିଲେ। ଏହାର ସୁଯୋଗରେ ତାଙ୍କ ପାଖ ଘରେ ଭଡ଼ା ରହୁଥିବା ମହେଶ୍ୱର ମହାନ୍ତି ଓରଫ ମହି (୩୩) ଶିଶୁକନ୍ୟାଙ୍କୁ ଉଠାଇ ନେଇ ଛାତ ଉପରକୁ ଚାଲିଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିଲେ। ବହୁ ସମୟ ଧରି ଝିଅକୁ ଦେଖିବାକୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଘରର ଏକ କୋଣରେ ଝିଅ ବସି କାନ୍ଦୁଥିବାର ଦେଖିବାକୁ ପାଇ ପଚାରିବାରୁ ସବୁ କଥା ଜାଣିବାକୁ ପାଇଥିଲେ। ତାଙ୍କ ସମ୍ବେଦନଶୀଳ ସ୍ଥାନରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ତେଣୁ ସେମାନେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍ଗିନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ପରିବାରବର୍ଗ ପୁରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଉଭୟ ପରିବାର ପଡ଼ିଶା ହୋଇଥିବାବେଳେ ମହେଶ୍ୱର ଏଭଳି
ଜଘନ୍ୟ କାଣ୍ଡ ଘଟାଇଥିବା ନେଇ ନାବାଳିକାଙ୍କ ପରିବାରବର୍ଗ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବଳାତ୍କାର ବେଳେ ମହେଶ୍ୱର ମଦ୍ୟପାନ କରିଥିଲେ ବୋଲି ସେମାନେ କହିଛନ୍ତି। ଝିଅକୁ ନ୍ୟାୟ ମିଳୁ ଏବଂ ଅଭିଯୁକ୍ତ କଠୋର ଦଣ୍ଡ ପାଆନ୍ତୁ ବୋଲି ପୀଡ଼ିତାଙ୍କ ମା’ କୋହଭରା କଣ୍ଠରେ କହିଛନ୍ତି। ଏନେଇ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ଅଭିଯୋଗ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଏସ୍‌ପି କନୱର ବିଶାଲ ସିଂ, ଅତିରିକ୍ତ ଏସ୍‌ପି ମିହିର ରଞ୍ଜନ ପଣ୍ଡା ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସେଠାରୁ ତଥ୍ୟ ସଂଗ୍ରହ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟ ଓ ସାହିପଡ଼ିଶାଙ୍କୁ ପଚରାଉଚରା କରାଯାଇଛି। ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରି ଫେରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମହେଶ୍ୱରଙ୍କ ପାଖରେ ମୋବାଇଲ ଫୋନ୍‌ ନାହିଁ। ତେଣୁ ମୋବାଇଲ ଫୋନ୍‌ ନମ୍ବର ଟ୍ରେସ୍‌ କରି ତାଙ୍କୁ ଧରିବା ସମ୍ଭବପର ହୋପାରିବନାହିଁ। ତଥାପି ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ପୋଲିସ ଚଢାଉ କରୁଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।