BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଭକ୍ତ ନିବାସ ବୁକି° ପାଇଁ ଓ୍ବେବ ସାଇଟ୍ ଲୋକାର୍ପିତ

ପୁରୀ,୧୦ା୧୨: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସଗୁଡ଼ିକର ବୁକିଂ ପାଇଁ ଏକ ନୂଆ ୱେବ ଆପ୍ଲିକେଶନ୍‌ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଯୋଗଦେଇ ନୂଆ ଓ୍ବେବ ଆପ୍ଲିକେଶନ୍‌କୁ ଲୋକାର୍ପଣ କରିଛନ୍ତି। ଏହି ନୂତନ ଆପ୍ଲିକେଶନ୍‌ର ଆଡ୍ରେସ୍‌ ହେଉଛି- https://stayatpurijagannath.in।ଏହି ଆପ୍ଲିକେଶନ୍‌ ଜରିଆରେ ନୀଳାଦ୍ରି ଭକ୍ତନିବାସ, ଶ୍ରୀଗୁଣ୍ଡିଚା ଓ ନୀଳାଚଳ ଭକ୍ତ ନିବାସ ପାଇଁ ଅନ୍‌ଲାଇନରେ ରୁମ୍‌ ବୁକ୍‌ କରିହେବ। ପୂର୍ବରୁ ଭକ୍ତ ନିବାସରେ ବ୍ୟବସ୍ଥିତ ଭାବେ ଅନଲାଇନ୍‌ ବୁକିଂ ସୁବିଧା ନ ଥିବା ବେଳେ ଅଧିକାଂଶ ଲୋକେ ଅଫଲାଇନ୍‌ ଜରିଆରେ ଭକ୍ତନିବାସରେ ରହିବା ପାଇଁ ରୁମ୍‌ ବୁକ୍‌ କରୁଥିଲେ। ମାତ୍ର ବର୍ତ୍ତମାନ ନୂଆ ୱେବ ପୋର୍ଟାଲ ଜରିଆରେ ୩ମାସ ପୂର୍ବରୁ ଆଡଭାନ୍ସ ବୁକିଂ ମଧ୍ୟ କରାଯାଇପାରିବ। ସେହିଭଳି ଅଫଲାଇନ୍‌ କ୍ଷେତ୍ରରେ ୭ଦିନ ଭିତରେ ଆଡଭାନ୍ସ ବୁକିଂ କରାଯିବାର ବ୍ୟବସ୍ଥା ରହିଛି। ୩ଟି ଯାକ ଭକ୍ତନିବାସ ମଧ୍ୟରୁ ନୀଳାଦ୍ରିରେ ୧୧୨, ନୀଳାଚଳରେ ୬୪ ଓ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୭୨ଟି ରୁମ୍‌କୁ ମିଶାଇ ସମୁଦାୟ ୨୫୦ଟି ରୁମ୍‌ ରହିଛି। ବିନା ଶୀତତାପ ନିୟନ୍ତ୍ରିତ କକ୍ଷ ବାବଦକୁ ଦିନ ପିଛା ୬୬୦ ଟଙ୍କା ଦର ସ୍ଥିର ହୋଇଥିବାବେଳେ ଶୀତତାପ ନିୟନ୍ତ୍ରିତ କକ୍ଷ ପାଇଁ ୧୨୫୪ ସହ ଜିଏସ୍‌ଟି କର ଦେବାକୁ ପଡ଼ୁଛି। ପୋର୍ଟାଲ ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଅନ୍ୟ ଅଧିକାରୀଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀରେ ପର୍ଯ୍ୟଟକଙ୍କ ଆଗମନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନୂଆ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଓ ପୁରୀ ଭ୍ରମଣ ପାଇଁ ଆସୁଥିବା ଲୋକେ ଭକ୍ତ ନିବାସରେ ରାତ୍ରୀଯାପନ କରିବାର ସୁବିଧା ନେବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିବେଦନ କରାଯାଇଛି।