BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍କୁଲରେ ଛାତ୍ରଙ୍କୁ ଛୁରା ମାଡ।

ପୁରୀ,୩୧/୩(ବ୍ୟୁରୋ) ଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ନବମ ଶ୍ରେଣୀ ଛାତ୍ର ଫେରାର ଅଛି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ କେଉଁ ଘଟଣାକୁ କେନ୍ଦ୍ର କରି ଛୁରାମାଡ଼ ହେଲା ତାହା ଅସ୍ପଷ୍ଟ ରହିଛି । ଆକ୍ରମଣକାରୀ ଛାତ୍ର କେଉଁଠୁ ଛୁରୀ ଆଣିଲା ତାହା ବି ଜଣା ପଡ଼ିନି ।