BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ପୁରୀରେ ଦର୍ଶନ ଦେବେ କାଳିଆ ସାଆନ୍ତେ।

ପୁରୀ,୩/୧(ଓଡ଼ିଆ ନ୍ୟୁଜ):ଭକ୍ତଙ୍କର ସେ ସାଆନ୍ତେ। ତାଙ୍କୁ ଦେଖିବାକୁ ଭକ୍ତ ବ୍ୟାକୁଳ ସେ ମଧ୍ୟ ଭକ୍ତଙ୍କୁ ଦେଖିବାକୁ ବ୍ୟାକୁଳ। ଆଜିଠାରୁ ବାହାର ଲୋକଙ୍କ ପାଇଁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ। ଏହା ସହିତ ପୁରୀବାସୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିପାରିବେ; କିନ୍ତୁ ସେମାନେ ମଧ୍ୟ ବାହାର ଲୋକଙ୍କ ଭଳି କୋଭିଡ୍‌ ପରୀକ୍ଷା ନେଭେଟିଭ୍‌ ରିପୋର୍ଟ ସାଥିରେ ଆଣିବାକୁ କୁହାଯାଇଛି। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି କାର୍ଯ୍ୟ। କୋଭିଡ୍‌ କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପ୍ରଶାସନ ସ୍ଥିର କରିଛି। କୋଭିଡ ନେଗେଟିଭ ରିପୋର୍ଟ ଏବଂ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ମାର୍କେଟ ଛକରୁ ବ୍ୟାରିକେଡ ଦେଇ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଯିବାକୁ ପଡିବ। ସେଠାରେ କୋଭିଡ ନେଗେଟିଭ ରିପୋର୍ଟ ସମେତ ପରିଚୟପତ୍ର ଯାଞ୍ଚ ପରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜରେ ହାତ ଧୋଇବାକୁ ପଡିବ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ୧୮ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ଶତାଧିକ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ୨ ଅତିରିକ୍ତ ଏସ୍‌ପି, ୬ଡିଏସ୍‌ପି, ୯ଜଣ ଇନ୍ସପେକ୍ଟର, ୩୫ ଇନ୍ସପେକ୍ଟର ଓ ସବ୍‌ଇନ୍ସପେକ୍ଟର, ୪୦କନଷ୍ଟେବଳ ଏବଂ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।