BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଯୁବତୀଙ୍କ ମାୟା ଯାଲରେ ୧୬ ଯୁବକ ବରବାଦ୍।

ପୁଣେ: ଲଭ,ସେକ୍ସ, ଧୋକ୍କାର ପରିମାଣ ଧିରେ ଧିରେ ବଢ଼ିବାରେ ଲାଗିଛି।ଏହାର ମାଧ୍ୟମ ସାଜିଛି ବିଭିନ୍ନ ଡେଟି° ଆପ। ଯୁବକ ଯୁବତୀ ମାନେ ଏହାକୁ ବ୍ୟବହାର କରି ବିଭିନ୍ନ ମାଧ୍ୟମରେ ଲୁଟପାଟ କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ପୁଣେରେ। ଜଣେ ଯୁବତୀ ଡେଟିଂ ଆପ୍‌ ଜରିଆରେ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କଠାରୁ ଟଙ୍କା ଆଣୁଥିଲେ।

ପୁଣେର ପିମ୍ପରି ଚିଞ୍ଚଓ୍ବାଡ୍‌ର ସାଧୁ ଚୌକରେ ଥିବା ରାଧିକା ଆପାର୍ଟମେଣ୍ଟରେ ରୁହନ୍ତି ସୟାଲି କାଲେ। ସେ ଜଣେ ଦ୍ୱିତୀୟ ବର୍ଷ ବିସିଏ ଡ୍ରପ୍‌ ଆଉଟ୍‌ ଛାତ୍ରୀ। ସେ ମୋବାଇଲ ସେବା ପ୍ରଦାନକାରୀ ଏକ କମ୍ପାନୀରେ ଚାକରି କରିଥିଲେ। ହେଲେ ଲକ୍‌ଡାଉନ୍‌ ସମୟରେ ତାଙ୍କର ଚାକିରି ଚାଲିଯାଇଥିଲା। ଏହାପରେ ତାଙ୍କ ମା’ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଭାଇ ବିପିଓରେ କାମ କରୁଥିଲେ ହେଁ ସୟାଲିଙ୍କୁ ଅସୁବିଧା ହୋଇଥିଲା। ଏଣୁ ସେ ଟଙ୍କା ରୋଜଗାର କରିବାର ଭୂଲ ବାଟ ବାଛି ନେଇଥିଲେ। ଯେଉଁଟି ଥିଲା ଅନ୍‌ଲାଇନ୍‌ ଡେଟିଂ।

ଗତ ସପ୍ତାହରେ ଆଶିଷ ନାମକ ଜଣେ ଚେନ୍ନାଇର ଯୁବକ ପୋଲିସ ନିକଟରେ ସୟାଲିଙ୍କ ନାମରେ ଅଭିଯୋଗ କରିଥିଲେ। ଡେଟିଂ ଆପ୍‌ରେ ଉଭୟ ଉଭୟଙ୍କୁ ଭେଟିଥିଲେ। ଏହାପରେ ଆଶିଷଙ୍କୁ ସୟାଲି ପୁଣେର ଏକ ହୋଟେଲକୁ ଡାକିଥିଲେ। ସେଠାକୁ ଆସିବା ପରେ କୋଲ୍ଡଡ୍ରିକ୍ସରେ ନିଶା ଦେଇ ସେ ତାଙ୍କର ଚେନ, ନଗଦ ଟଙ୍କା ଏବଂ ଅନ୍ୟ ଜିନିଷ ଚୋରି କରି ଫେରାର ହୋଇଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଘଟଣାର ତଦନ୍ତ ପରେ ପୋଲିସ ସୟାଲିଙ୍କୁ ଗିରଫ କରିଛି। ସେ ଟିଣ୍ଡର ଏବଂ ବମ୍ବଲ ଆପ୍‌ ଜରିଆରେ ଯୁବକମାନଙ୍କ ସହ କଥା ହୋଇ ନିଜର ପ୍ରେମରେ ଫସାଉଥିଲେ। ପରେ ତାଙ୍କୁ ନିଜ ଘରକୁ ଅଥବା ହୋଟେଲକୁ ଡାକି ଲୁଟ୍‌ କରି ଫେରାର ହୋଇଯାଉଥିଲେ। ଗିରଫ ହେବା ଯାଏ ସେ ୧୬ରୁ ଅଧିକ ଥର ଏପରି କରିସାରିଥିଲେ। ପୋଲିସ ତାଙ୍କ ନିକଟକୁ ଚୋରି ସାମଗ୍ରୀ ସହ ୧୫ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।