BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଯମଜ ଭ୍ରାତା କିଶୋର ଓ ଅଶୋକ, ବିକାଶମୂଳକ କାର୍ଯ୍ୟ ଉପରେ କଲେ ଆଲୋଚନା

  • ଓଡିଶାରେ ସାଂସ୍କୃତିକ ସଂରକ୍ଷଣ ଏବଂ ଆଦିବାସୀ କଲ୍ୟାଣ ମଜବୁତ ହେଉ

  • ରାଇରଙ୍ଗପୁରରେ ଏକ ଜାତୀୟ ଆଦିବାସୀ ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଉ

  • ‘ଝୁମର’ ପାଇଁ ଏକ ଜାତୀୟ କେନ୍ଦ୍ର ପ୍ରତିଷ୍ଠା ହେବା ଦରକାର

  • ଖିଚିଂ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନକୁ ଅଣାଯାଉ

  • ରାଜ୍ୟ ଜଳ ପରିଚାଳନା ପ୍ରାଧିକରଣ ଗଠନ କରି ଓଡ଼ିଶାରେ ପାଇଲଟ ପ୍ରକଳ୍ପ ଆାରମ୍ଭ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ବର: ଯମଜ ଭ୍ରାତା ପ୍ରଫେସର କିଶୋର ବାସା ଏବଂ ଇଂ. ଅଶୋକ ବାସା ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଏବଂ ଏହି ଅବସରରେ ଉଭୟ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି।

ବର୍ତ୍ତମାନ ପ୍ରଫେସର କିଶୋର ବାସା  ଭାରତ ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କ ଯାଆଁଳା ଭାଇ ଇଂ.  ଅଶୋକ ବାସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଫ୍ ଇଓ)ର ଷ୍ଟ୍ରାଟେଜିକ୍ ପ୍ଲାନିଂ କମିଟିର ଅଧ୍ୟକ୍ଷ ରହିଛନ୍ତି।

ଏହି ଅବସରେ ଉଭୟ ଯମଜ ଭ୍ରାତା ରାଷ୍ଟ୍ରପତିଙ୍କ ସହ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପ୍ରଫେସର କିଶୋର ବାସା ଓଡିଶାରେ ସାଂସ୍କୃତିକ ସଂରକ୍ଷଣ ଏବଂ ଆଦିବାସୀ କଲ୍ୟାଣକୁ ମଜବୁତ ହେଉ ଏବଂ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ରାଷ୍ଟ୍ରପତିଙ୍କୁ କହିଥିଲେ।

ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ମୟୂରଭଞ୍ଜର ରାଇରଙ୍ଗପୁରରେ ଏକ ଜାତୀୟ ଆଦିବାସୀ ବିକାଶ ପ୍ରତିଷ୍ଠାନ (ଏନଆଇଟିଡି) ପ୍ରତିଷ୍ଠା କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳର ଜନବହୁଳ ଜନସଂଖ୍ୟା ଦ୍ୱାରା ଘେରି ରହିଥିବା ରାଇରଙ୍ଗପୁରର ରଣନୈତିକ ସ୍ଥାନ ଉପରେ ସେ ଆଲୋକପାତ କରିଥିଲେ । ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟ (ଏନ୍ଆଇଆରଡି) ଢାଞ୍ଚାରେ ପ୍ରସ୍ତାବିତ ଅନୁଷ୍ଠାନକୁ ବିକଶିତ କରାଯାଇପାରିବ ବୋଲି ସେ ରାଷ୍ଟ୍ରପତିଙ୍କୁ ପ୍ରଫେସର କିଶୋର ବାସା ଅବଗତ କରାଇଛନ୍ତି।

ପ୍ରଫେସର କିଶୋର ବାସା ‘ଝୁମର’ର ସାଂସ୍କୃତିକ ମୂଲ୍ୟବୋଧ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି, ଯାହା ଓଡିଶା, ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ସମ୍ପ୍ରଦାୟ ମଧ୍ୟରେ ସାମାଜିକ-ସାଂସ୍କୃତିକ ଏକତାକୁ ପ୍ରତିଫଳିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପାରମ୍ପାରିକ ପ୍ରଦର୍ଶନ କଳା ଭାବେ ପରିଚିତି ଲାଭ କରିଛି। ଏହି ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ ସେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ମୟୂରଭଞ୍ଜର ବାରିପଦା ଠାରେ ‘ଝୁମର’ ପାଇଁ ଏକ ଜାତୀୟ କେନ୍ଦ୍ର ପ୍ରତିଷ୍ଠା ହେବା ଦରକାର ବୋଲି ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। ହାବ୍ୟତୀତ ସଂରକ୍ଷଣ, ପ୍ରଦର୍ଶନୀ ଓ ଗବେଷଣା ପାଇଁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଜାତୀୟ ଖ୍ୟାତିସମ୍ପନ୍ନ ଖିଚିଂ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନକୁ ଆଣିବାକୁ ସେ ଆଲୋଚନା କରିଛନ୍ତି।

ଇଂ. ଅଶୋକ ବାସା ମିଳିତ ଜାତିସଂଘ ଦ୍ୱାରା “ଜଳ କାର୍ଯ୍ୟ ଦଶନ୍ଧି ୨୦୧୮-୨୦୨୮” ଆରମ୍ଭ ଏବଂ ଏସଡିଜି ୬, ୧୧, ୧୩ ଏବଂ ୧୪ ସହିତ ଜଳ ସ୍ଥିରତାର ସିଧାସଳଖ ସଂଯୋଗ ବିଷୟରେ ଉଲ୍ଲେଖ କରି ମାନ୍ୟବର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଭାରତ ବର୍ତ୍ତମାନ ଏହାର ଇତିହାସର ସବୁଠାରୁ ଭୟଙ୍କର ଜଳ ଅଭାବର ସମ୍ମୁଖୀନ ହେଉଛି, ଯାହା ୨୦୫୦ ସୁଦ୍ଧା ଜିଡିପିରେ ୬% ହ୍ରାସ ଘଟାଇପାରେ ଏବଂ ୨୦୩୦ ସୁଦ୍ଧା ଜାତୀୟ ଜଳ ଚାହିଦା ଉପଲବ୍ଧତାକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି, ଯାହା ଫଳରେ ଉତ୍କଟ ଜଳ ଅଭାବ ଦେଖାଦେବାର ସମ୍ଭାବନା ରହିଛି।

ଏହି ଉଦବେଗଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୃଢ଼ ପ୍ରଶାସନ ଏବଂ ସମନ୍ୱିତ ଜଳ ସମ୍ପଦ ପରିଚାଳନାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜଳ ନୀତିର ପୁନର୍ଗଠନ ଏବଂ ସ୍ଥାୟୀ, ବୈଜ୍ଞାନିକ ଏବଂ ସମନ୍ୱିତ ଜଳ ପରିଚାଳନା ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ଏକ ରାଜ୍ୟ ଜଳ ପରିଚାଳନା ପ୍ରାଧିକରଣ ଗଠନ କରି ଓଡ଼ିଶାରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବୈଠକରେ ଏକ ବିସ୍ତୃତ ପ୍ରକଳ୍ପ ନୋଟ୍ ହସ୍ତାନ୍ତର କରାଯାଇଥିଲା।

ଉଭୟ ପ୍ରଫେସର କିଶାେର ବାସା ଏବଂ ଇଂ. ଅଶୋକ ବାସା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ମୂଲ୍ୟବାନ ସମୟ ପାଇଁ ଏବଂ ଦେଶର ଦୀର୍ଘକାଳୀନ ଲାଭ ପାଇଁ ସେମାନଙ୍କର ଚିନ୍ତାଧାରା ଉପସ୍ଥାପନ କରିବାକୁ ଅନୁମତି ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।