BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପ୍ରିୟଦର୍ଶୀ ମିଶ୍ରଙ୍କ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ଉତ୍ସବରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ହାଉସିଂ ବୋର୍ଡ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସିଂଘାପୁର ଠାରେ ଅନୁଷ୍ଠିତ ଦୁଇଦିନ ବ୍ୟାପୀ CROP STAGE ଆନୁକୂଲ୍ୟରେ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇଛନ୍ତି I ଜାତିସଂଘ ପରିବେଶ ପ୍ରତିନିଧି ଙ୍କ ସମେତ ବିଶ୍ୱର ପ୍ରାୟ 15ଟି ଦେଶର ପ୍ରତିନିଧିମାନେ ଉକ୍ତ ସମ୍ମିଳନୀ ରେ ଯୋଗଦେଇ ବିଶ୍ୱ ପରିବେଶ ସମ୍ବନ୍ଧରେ ମତ ରଖିଥିଲେ I ଶ୍ରୀ ମିଶ୍ର ଉକ୍ତ ସମ୍ମିଳନୀ ରେ ଯୋଗଦେଇ ମୃତିକାର ସୁରକ୍ଷା ଏବଂ ପ୍ଲାଷ୍ଟିକ ବର୍ଜନ ଊପରେ ଗୁରୁତ୍ୱ ଦେଇଥିଲେ I ଭାରତ ପ୍ଲାଷ୍ଟିକ ବର୍ଜନ ନୀତି ଆପଣେଇ ଥିବା ବେଳେ ସିଂଘାପୁର ଭଳି ବିକାଶଶୀଳ ଦେଶ Green Plan ଏବଂ Clean energy (Solar) ଊପରେ ପ୍ରଭୂତ ଉନ୍ନତି କରିଥିଲେ ହେଁ Micro level ରେ ପ୍ଲାଷ୍ଟିକ ବର୍ଜନ କରିବାକୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ l ମୃତିକାରେ ରାସାୟନିକ ସାରର ପ୍ରଭାବ କିଭଳି ମଣିଷର କ୍ଷତି କରୁଛି ସେ ସମ୍ବନ୍ଧରେ ମତ ରଖିବା ସହିତ ଗୃହ ନିର୍ମାଣ ବେଳେ ପର୍ଯ୍ୟାପ୍ତ ବୃକ୍ଷରୋପଣ ଊପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ l ଏ ସମ୍ବନ୍ଧରେ ନଦୀଗୁଡିକରେ ଜଳବଣ୍ଟନ ରେ ରାଜ୍ୟ ଓ ଦେଶମାନେ ରାଜନୈତିକ ସିଦ୍ଧାନ୍ତର ଉର୍ଦ୍ଧରେ ରହି ସମାଧାନ କରିବାକୁ ମାତପୋଷଣ କରିଥିଲେ l ଏହି ପରିପ୍ରେକ୍ଷୀରେ ଓଡିଶା ର ମହାନଦୀ ସମ୍ବନ୍ଧରେ ଉଦାହରଣ ଦେଇ ଶ୍ରୀ ମିଶ୍ର ଏହାଦ୍ୱାରା ରାଜ୍ୟର ଜମି, ଜଳ, ମନୁଷ୍ୟ ଓ ଜୀବଜନ୍ତୁ ତଥା ପରିବେଶ କିଭଳି ପ୍ରଭୁତ କ୍ଷତି ହେଉଛି ଦର୍ଶାଇଥିଲେ l ବିଭିନ୍ନ ଦେଶର ସରକାର ମାନେ ଏଭଳି ଜଳ ବଣ୍ଟନ ସମ୍ବନ୍ଧରେ ଗଭୀର ଅନୁଶୀଳନ କରିବାକୁ ଶ୍ରୀ ମିଶ୍ର ମତପୋଷଣ କରିଥିଲେ ଏବଂ ଶ୍ରୀ ମିଶ୍ରଙ୍କୁ GRIT Award ରେ ସମ୍ମାନିତ କରାଯାଇଥିଲା l