BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଘରୋଇ ହସ୍ପିଟାଲରେ କାହିଁକି ବଢୁଛି ସିଜରିଆନ ଡେଲିଭରୀ, ତଦନ୍ତ ହେବ

ଭୁବନେଶ୍ୱର : ରାଜ୍ୟରେ ସିଜରିିଆନ ପ୍ରସବ (ଡେଲିଭରି) ଚିନ୍ତାଜନକ ସ୍ଥିତିକୁ ଗଲାଣି। ସ୍ବାଭାବିକ ପ୍ରସବଠାରୁ ସିଜରିଆନ ଡେଲିଭରି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଉଦ୍‌ବେଗ ପ୍ରକାଶ କରିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବଜନିତ ସିଜରିଆନ(ସି-ସେକ୍ସନ) ଅଡିଟ୍‌ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସହରାଞ୍ଚଳର ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ’ ୧ରୁ ଏହି ଅଡିଟ୍‌ ଆରମ୍ଭ କରିବାକୁ କୁହାଯାଇଛି।
ପୂର୍ବରୁ ସମସ୍ତ ସରକାରୀ ହସ୍ପିଟାଲ ପାଇଁ ଏହି ଅଡିଟ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଏବେ ଏହି ଅଡିଟ୍‌ ଘରୋଇ ହସ୍ପିଟାଲକୁ ସମ୍ପ୍ରସାରିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅସ୍ତ୍ରୋପଚାରଜନିତ ପ୍ରସବ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍‌ଏଫ୍‌ଏମ୍‌ଏସ୍‌-୪) ଅନୁଯାୟୀ ୨୦୧୫-୧୬ ଓ ଏନ୍‌ଏଫ୍‌ଏମ୍‌ଏସ୍‌-୫ ଅନୁଯାୟୀ ୨୦୧୯-୨୧ ମଧ୍ୟରେ ଏହି ପ୍ରସବଜନିତ ଅସ୍ତ୍ରୋପଚାର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚତ୍ଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗଠିତ ପ୍ରଜନନ ଶିଶୁ ସ୍ବାସ୍ଥ୍ୟ ପ୍ୟାନେଲ ଦ୍ୱାରା ଧାର୍ଯ୍ୟ ସ୍ତରଠାରୁ ଏହା ବହୁ ଅଧିକ। ଏଥିଯୋଗୁ ରାଜ୍ୟରେ ଏବେ ପ୍ରସବଜନିତ ଅସ୍ତ୍ରୋପଚାର ସମ୍ପର୍କରେ ଅଡିଟ୍‌ କରିବା ଅପରିହାର୍ଯ୍ୟ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଘରୋଇ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରସବଜନିତ ଅସ୍ତ୍ରୋପଚାରର ଅଡିଟ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରସଙ୍ଗରେ ୩ଟି ପର୍ଯ୍ୟାୟରେ ଅଡିଟ୍‌ କରାଯିବ। ପ୍ରଥମେ ନିର୍ଦ୍ଧାରିତ ଫର୍ମାଟରେ ଅଡିଟ୍‌ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ଫର୍ମାଟ-ବି’ରେ ସ୍ଥାନିତ କରାଯିବ। ଜନସ୍ବାସ୍ଥ୍ୟ ଅଧିକାରୀ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଠିକ୍‌ ଭାବେ ଅଡିଟ୍‌ କରିବା ପରେ ଫର୍ମାଟ-ସି’ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ପଠାଇବେ। ଏ ସଂକ୍ରାନ୍ତରେ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଛି, ଯିଏକି ସମସ୍ତ ଘରୋଇ ସ୍ବାସ୍ଥ୍ୟ ସଂସ୍ଥା ସହ ସମନ୍ବୟ ରକ୍ଷା କରି ଏହି ଅଡିଟ୍‌ କିପରି ଠିକ୍‌ ଭାବେ କାର୍ଯ୍ୟ କରାଯିବ ସେ ସମ୍ପର୍କରେ ତଦାରଖ କରିବେ।