BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ: ପୌରାଞ୍ଚଳ ଓ ପରିବହନ ବିଭାଗ କାର୍ଯ୍ୟର ସମୀକ୍ଷା, ସ୍ପଞ୍ଜ କଲୋନୀର ଡ୍ରେନେଜ ସମସ୍ୟାର କଲେ ଅନୁଧ୍ୟାନ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ନଗର ଉନ୍ନୟନ ଓ ଗୃହ ନିର୍ମାଣ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଏକ ବରିଷ୍ଠ ଅଧିକାରୀଙ୍କ ଦଳ କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପ୍ରଥମେ ପ୍ରମୁଖ ସଚିବ ଉଷା ପାଢ଼ୀ କେନ୍ଦୁଝର ପୌରପାଳିକା ୯ ନମ୍ବର ୱାର୍ଡ ଅନ୍ତର୍ଗତ ସ୍ପଞ୍ଜ କଲୋନି ପରିଦର୍ଶନରେ ଯାଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳବନ୍ଦୀ ଏବଂ ଡ୍ରେନେଜ୍ ସମସ୍ୟାର କାରଣ ଅନୁସନ୍ଧାନ କରିଥିଲେ। ୱାଟକୋର ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମ୍ଭାବ୍ୟ ସମାଧାନ ବିଷୟରେ ଆଲୋଚନା କରିବା ସହ କଲୋନୀର ବାସିନ୍ଦାଙ୍କ ସହିତ ମଧ୍ୟ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେମାନଙ୍କର ସହଯୋଗ ପାଇଁ ଅନୁରୋଧ କରିଥିଲେ।

ଏହାପରେ ପ୍ରମୁଖ ସଚିବ ଉଷା ପାଢ଼ୀ ଓଡ଼ିଶା ରାଜ୍ୟ ପରିବହନ ନିଗମ ଦ୍ୱାରା ପରିଚାଳିତ ସରକାରୀ ବସଷ୍ଟାଣ୍ଡ ଏବଂ ପୌରପାଳିକା ବସଷ୍ଟାଣ୍ଡ ପରିଦର୍ଶନ କରି ପରିଚାଳକ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହିତ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଆହୁରିମଧ୍ୟ ସେ ଆମ ବସ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରିଥିଲେ।

ଏହାପରେ ପ୍ରମୁଖ ସଚିବ ଉଷା ପାଢ଼ୀ ଜିଲ୍ଲାପାଳ, କେନ୍ଦୁଝର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ କେନ୍ଦୁଝର ଜିଲ୍ଲାର ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା ବୈଠକ କରିଥିଲେ। ବର୍ଷା ଋତୁରେ ଲୋକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସେ ସମସ୍ତ ଅଧିକାରୀଙ୍କୁ ଡ୍ରେନେଜ୍ ଏବଂ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ସମସ୍ତ ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।