- ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
- ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
- ବିଗତ ବର୍ଷଗୁଡ଼ିକରେ, ଆମେ ଆଦିବାସୀ ସମାଜକୁ ହିଂସାରୁ ବାହାର କରି ବିକାଶର ଏକ ନୂତନ ମାର୍ଗରେ ନେବା ପାଇଁ କାମ କରିଛୁ: ପ୍ରଧାନମନ୍ତ୍ରୀ
- ଏକବିଂଶ ଶତାବ୍ଦୀରେ ଭାରତର ବିକାଶକୁ ପୂର୍ବ ଭାରତରୁ ଗତି ମିଳିବ: ପ୍ରଧାନମନ୍ତ୍ରୀ
- Live Telecast Link : https://youtube.com/live/1UKTuL1PAHg?feature=share
ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶର ବାର୍ତ୍ତା ନେଇ ଓଡ଼ିଶା ଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ମୋଦୀଜୀ ଓଡ଼ିଶାର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି ଓ ମୋଦୀଜୀଙ୍କ ପ୍ରେରଣାରେ ଓଡ଼ିଶା ଆଜି ବିକଶିତ ଭାରତର… pic.twitter.com/6eOwjWisec
— Mohan Charan Majhi (@MohanMOdisha) June 20, 2025
ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ୧୮୬୫୩କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଭେଟି ଦେଇଥିଲେ। ଏଥିରେ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୃଷି ବିଭାଗର ୧୪୩ କୋଟି ଟଙ୍କାର ଦୁଇଟି ପ୍ରକଳ୍ପ, ୩୨କୋଟି ଟଙ୍କାର ଗୋଟିଏ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ, ଜଳସମ୍ପଦ ଓ ପାନୀୟଜଳ ପାଇଁ ୨୫୫୩ କୋଟି ଟଙ୍କାର ୧୯ଟି ପ୍ରକଳ୍ପ, ଶକ୍ତି କ୍ଷେତ୍ରରେ ୮୦୮୩କୋଟି ଟଙ୍କାର ୨୩ଟି ପ୍ରକଳ୍ପ, ସଡ଼କ ଓ ସେତୁ ପାଇଁ ୧୬୧୬ କୋଟି ଟଙ୍କାର ୨୨ଟି ପ୍ରକଳ୍ପ, ସହରାଞ୍ଚଳ ଭିତ୍ତିଭୂମି ପାଇଁ ୧୮୫୮କୋଟି ଟଙ୍କାର ୨୫ଟି ପ୍ରକଳ୍ପ, ରେଳ କ୍ଷେତ୍ରରେ ୨୭୫୬ କୋଟି ଟଙ୍କାର ୭ଟି ପ୍ରକଳ୍ପ, ଜାତୀୟ ରାଜପଥ ପାଇଁ ୧୪୩୨କୋଟି ଟଙ୍କାର ୪ଟି ପ୍ରକଳ୍ପ, ବନ୍ଦର କ୍ଷେତ୍ରରେ ୫୬ କୋଟି ଟଙ୍କାର ଗୋଟିଏ ପ୍ରକଳ୍ପ ଏବଂ ୧୨୩କୋଟି ଟଙ୍କାର ଆଉ ଏକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ରହିଥିଲା।
ଡବଲ ଇଞ୍ଜିନ ସରକାରରେ ହେଉଛି ଓଡ଼ିଶାର ଡବଲ ବିକାଶ । ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ । #1YearOfDoubleEngine #BarshaEkUpalabdhiAnek pic.twitter.com/r85g25dtCs
— Mohan Charan Majhi (@MohanMOdisha) June 20, 2025
जनसेवा और जनविश्वास को समर्पित सरकार की पहली वर्षगांठ पर ओडिशा के सभी परिवारजनों का वंदन-अभिनंदन। आपकी आकांक्षाओं पर खरा उतरने के लिए डबल इंजन सरकार दिन-रात मेहनत कर रही है। जय जगन्नाथ! https://t.co/G7sSPPOSMh
— Narendra Modi (@narendramodi) June 20, 2025
ରେଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୬ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ୨୭୫୬ କୋଟି ଟଙ୍କା ବିନିଯୋଗ ହୋଇଛି। ଏଥିରେ ସୋନପୁର-ପୁରୁଣା କଟକ ରେଳ ଲାଇନ୍ ଉଦ୍ଘାଟିତ ହୋଇଛି। ଏହାଦ୍ୱାରା ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି। ଏହା ସହିତ ସରଳା ଓ ଶାସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଜୁନ୍ ୨୦ ତାରିଖ ହେଉଛି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ଆଜିର ଦିନରେ ଓଡ଼ିଶାର ପ୍ରଥମ ବିଜେପି ସରକାରଙ୍କର ଗୋଟିଏ ବର୍ଷ ପୂରଣ ହେଉଛି। ଏହି ବାର୍ଷିକୀ ପାଳନ କେବଳ ଏକ ସରକାରଙ୍କର ନୁହେଁ, ବରଂ ଜନସେବା ଏବଂ ଜନ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ସୁଶାସନ ପ୍ରତିଷ୍ଠାର ବାର୍ତ୍ତା ଦେଉଛି। ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ଆଶା ପୂରଣ କରିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ଓଡ଼ିଶାବାସୀଙ୍କର ସମର୍ଥନ ଏବଂ ବିଶ୍ୱାସକୁ ସ୍ୱୀକାର କରି ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଯୋଗୀ ଦଳକୁ ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏମାନଙ୍କର ପ୍ରୟାସ ଓଡ଼ିଶାର ବିକାଶକୁ ନୂତନ ଗତି ଦେଇଛି।
ଶ୍ରୀ ମୋଦୀ କହିଥିଲେ, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ, ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ସମୟରେ, ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ମୂଳଦୁଆ ପାଲଟିଛି, ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶା ଏହାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ବିକାଶର ମନ୍ତ୍ରକୁ ଆନ୍ତରିକତାର ସହିତ ଗ୍ରହଣ କରିଛି। ରାଜ୍ୟ ଏହି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି ବୋଲି ସେ ଜୋର୍ ଦେଇ କହିଥିଲେ।
ଓଡ଼ିଶାରେ ତାଙ୍କ ସରକାରର ପ୍ରଥମ ବର୍ଷ ପୂରଣ ହେବା ସହିତ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ନିୟୋଜିତ ହେବା ଏକ ପବିତ୍ର ସଂଯୋଗ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥ ଏକ ବିଶାଳ ପ୍ରେରଣାର ଉତ୍ସ। ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିର ସହ ଜଡିତ ସମସ୍ୟାର ମଧ୍ୟ ସମାଧାନ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ । କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଶ୍ରୀ ମୋହନ ମାଝୀ ଏବଂ ତାଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।
ସେ କହିଥିଲେ ଯେ ସରକାର ଗଠନ ହେବା ପରେ ତୁରନ୍ତ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଥିଲା। ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା ରାଜନୈତିକ ବିଜୟର ବିଷୟ ନୁହେଁ ବରଂ କୋଟି କୋଟି ଭକ୍ତଙ୍କ ଆସ୍ଥାକୁ ସ୍ୱୀକାର କରିବାର ଏକ ସମ୍ମାନଜନକ କାର୍ଯ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, କାନାଡାରେ ଜି-୭ ଶିଖର ସମ୍ମିଳନୀ ସମାପ୍ତ ହେବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ନିମନ୍ତ୍ରଣକୁ ସେ ବିନମ୍ରତାର ସହିତ ଅସ୍ୱୀକାର କରିଥିଲେ, କାରଣ ସେ ଆଜି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିକୁ ଆସିବା ଲାଗି ଯୋଜନା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଦେଶର ଲୋକମାନେ ପୂର୍ବ ଶାସନ ମଡେଲ ଦେଖିଥିଲେ, ଯେଉଁଥିରେ ସୁଶାସନର ଅଭାବ ଥିଲା ଏବଂ ଏହା ଲୋକଙ୍କ ଜୀବନକୁ ସହଜ କରି ପାରିନଥିଲା। ବିକାଶ ପ୍ରକଳ୍ପଗୁଡ଼ିକୁ ବିଳମ୍ବ କରିବା, ବାଧା ସୃଷ୍ଟି କରିବା ଓ ଦିଗହରା କରିବା ଏବଂ ବ୍ୟାପକ ଦୁର୍ନୀତି ପାଇଁ ପୂର୍ବ ଶାସନ ମଡେଲକୁ ଶ୍ରୀ ମୋଦୀ ସମାଲୋଚନା କରିଥିଲେ ।
ସେ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆମ ବିକାଶ ମଡେଲକୁ ଦେଶ ବ୍ୟାପକ ଭାବରେ ଅନୁଭବ କରିଛି। ଗତ ଦଶନ୍ଧିରେ, ଅନେକ ରାଜ୍ୟ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନର ସାକ୍ଷୀ ହୋଇଛନ୍ତି। ଏହି ରାଜ୍ୟଗୁଡ଼ିକ କେବଳ ସରକାରରେ ପରିବର୍ତ୍ତନ ଦେଖି ନାହାଁନ୍ତି, ବରଂ ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ଏକ ନୂତନ ଯୁଗରେ ପ୍ରବେଶ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
ପୂର୍ବ ଭାରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏକ ଦଶନ୍ଧି ପୂର୍ବରୁ, ଆସାମ ଅସ୍ଥିରତା, ବିଚ୍ଛିନ୍ନତାବାଦ ଏବଂ ହିଂସାରେ ଜର୍ଜରିତ ଥିଲା। ଆଜି, ଆସାମ ଏକ ନୂତନ ବିକାଶ ପଥରେ ଅଗ୍ରଗତି କରୁଛି। ଶ୍ରୀ ମୋଦୀ ଆହୁରି କହିଥିଲେ, ଅନେକ ଦଶନ୍ଧି ଧରି ଚାଲିଥିବା ବିଦ୍ରୋହୀ କାର୍ଯ୍ୟକଳାପ ଏବେ ବନ୍ଦ ହୋଇଯାଇଛି। ଆସାମ ଏବେ ଅନେକ ମାପଦଣ୍ଡରେ ଦେଶର ଅନେକ ରାଜ୍ୟକୁ ପଛରେ ପକାଇ ଦେଇଛି।
ତ୍ରିପୁରା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଦଶନ୍ଧି ଦଶନ୍ଧି ଧରି ବାମପନ୍ଥୀ ଶାସନ ପରେ, ଲୋକମାନେ ତାଙ୍କ ଦଳକୁ ସୁଯୋଗ ଦେଇଥିଲେ। ପୂର୍ବରୁ ତ୍ରିପୁରା ପ୍ରତ୍ୟେକ ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିଲା । ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିଲା ଏବଂ ସରକାରୀ ବ୍ୟବସ୍ଥା ଜନସାଧାରଣଙ୍କ ସମସ୍ୟା ସମାଧାନ ପ୍ରତି ପ୍ରତିକ୍ରିୟାଶୀଳ ନଥିଲା। ହିଂସା ଏବଂ ଦୁର୍ନୀତି ଦ୍ୱାରା ଲୋକମାନେ ଅସୁବିଧାରେ ପଡ଼ିଥିଲେ । ହେଲେ ଆଜି ତ୍ରିପୁରା ଶାନ୍ତି ଏବଂ ପ୍ରଗତିରେ ଏକ ପ୍ରତୀକ ଭାବରେ ଉଭା ହେଉଛି ବୋଲି ସେ କହିଥିଲେ ।
ଏହା ସହିତ ମାନନୀୟ ପ୍ରଧାନମନ୍ତ୍ରୀ ଓଡ଼ିଆ ଅସ୍ମିତାର ସୁରକ୍ଷା ତଥା ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ ନିମନ୍ତେ ବରପୁତ୍ର ସମ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୧୯ କୋଟି ଟଙ୍କା ବିନିଯୋଗ ହେବ।… pic.twitter.com/W1GoiSaFwS
— Mohan Charan Majhi (@MohanMOdisha) June 20, 2025
ପ୍ରଧାନମନ୍ତ୍ରୀ କହିଥିଲେ, ଅନେକ ଦଶନ୍ଧି ଧରି ଓଡ଼ିଶା ମଧ୍ୟ ଅନେକ ଆହ୍ୱାନକୁ ନେଇ ସଂଘର୍ଷ କରିଆସୁଥିଲା। ଗରିବ କିମ୍ବା ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇନଥିଲେ। ଦୁର୍ନୀତି ଏବଂ ଲାଲଫିତା ରାଜ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ରାଜ୍ୟସାରା ଭିତ୍ତିଭୂମି ଏକ ଭୟଙ୍କର ସ୍ଥିତିରେ ଥିଲା। ବିକାଶ ପ୍ରକ୍ରିୟାରେ ଓଡ଼ିଶାର ଅନେକ ଅଞ୍ଚଳ କ୍ରମଶଃ ପଛରେ ପଡ଼ିଯାଉଥିଲା। ଏପରି ଆହ୍ୱାନପୂର୍ଣ୍ଣ ସ୍ଥିତି ଓଡ଼ିଶାର ଦୁର୍ଭାଗ୍ୟଜନକ ବାସ୍ତବତା ପାଲଟିଥିଲା। ଗତ ଏକ ବର୍ଷ ଧରି ସେମାନଙ୍କ ସରକାର ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୂର୍ଣ୍ଣ ସଂକଳ୍ପ ସହିତ କାର୍ଯ୍ୟ କରିଛି ବୋଲି ସେ ଦୃଢ଼ତାର ସହିତ କହିଥିଲେ ।
ସେ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ମଡେଲର ମିଶ୍ରଣ, ଦୃଶ୍ୟମାନ ଫଳାଫଳ ଦେଖାଇବା ଆରମ୍ଭ କରିଛି। ଆଜି ଉଦଘାଟିତ ଏବଂ ଆରମ୍ଭ ହୋଇଥିବା ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟର ମିଶ୍ର ପ୍ରଭାବକୁ ପ୍ରତିଫଳିତ କରେ।
ସେ କହିଥିଲେ ଯେ ଏହି ମଡେଲ ଓଡ଼ିଶାବାସୀଙ୍କ ପାଇଁ ଦୁଇଗୁଣ ଲାଭ ଆଣିଛି। ଏକ ଉଦାହରଣ ଦେଇ ଶ୍ରୀ ମୋଦୀ ମନେ ପକାଇ ଦେଇଥିଲେ ଯେ ଦୀର୍ଘ ସମୟ ଧରି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବାହାରେ ରହିଥିଲେ।
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ସମ୍ପୂର୍ଣ୍ଣ ଦେଶ ବିକାଶର ନୂତନ ଶିଖରକୁ ପହଞ୍ଚିଛି । ଗତ କିଛି ବର୍ଷରେ, ଦେଶର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଘଟିଛି । ଆଜି ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇଛି । ଦେଶରେ ଦାରିଦ୍ର୍ୟ ହାର ୨୭.୧% ରୁ ହ୍ରାସ ପାଇ ୫.୩% ରେ ପହଞ୍ଚିଛି। ଏହା ପ୍ରମାଣିତ କରେ ଯେ,… pic.twitter.com/rqItOmmjD7
— Mohan Charan Majhi (@MohanMOdisha) June 20, 2025
ଆଜି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଭୟ ଏକତ୍ର ରାଜ୍ୟରେ ଲାଗୁ ହୋଇଛି । ଏହା ଦ୍ୱାରା ଓଡ଼ିଶାର ପ୍ରାୟ ୩ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁନିଶ୍ଚିତ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ସୁବିଧା କେବଳ ଓଡ଼ିଶାର ଡାକ୍ତରଖାନାରେ ନୁହେଁ ବରଂ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। ଏହି ଯୋଜନାରେ ଏପର୍ଯ୍ୟନ୍ତ ଓଡ଼ିଶାର ୨ ଲକ୍ଷ ଲୋକ ମାଗଣା ଚିକିତ୍ସା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଲୋକ ୧୨ରୁ ଅଧିକ ରାଜ୍ୟରେ ମାଗଣା ଚିକିତ୍ସା ପାଇଛନ୍ତି। ଏପରି ଚିକିତ୍ସା ସୁବିଧା ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଅକଳ୍ପନୀୟ ଥିଲା।
ଶ୍ରୀ ମୋଦୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଡେଲର ଏହି ମିଶ୍ରଣ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଆହୁରି ମୂଲ୍ୟ ଆଣିଛି। ଓଡ଼ିଶାରେ ୭୦ ବର୍ଷରୁ ଅଧିକ ବୟସର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ବର୍ତ୍ତମାନ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଯୋଗ୍ୟ ହୋଇଛନ୍ତି । ଏହା ସାଧାରଣ ପରିବାର ଉପରେ ସ୍ୱାସ୍ଥ୍ୟସେବା ବୋଝକୁ ବହୁ ପରିମାଣରେ ହ୍ରାସ କରିଛି। ସେହିପରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓଡ଼ିଶାର ଚାଷୀମାନେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇ ନଥିଲେ। ବର୍ତ୍ତମାନ, ଚାଷୀମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାରୁ ଦ୍ୱିଗୁଣିତ ଲାଭ ପାଉଛନ୍ତି। ସରକାର ଧାନ ପାଇଁ ଅଧିକ କ୍ରୟ ମୂଲ୍ୟ ପ୍ରତିଶ୍ରୁତି ଦେଇଥିଲେ, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଧାନ ଚାଷୀଙ୍କୁ ଲାଭ ଦେଇଛି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଥିଲା ଯାହାର ଓଡ଼ିଶା ସମ୍ପୂର୍ଣ୍ଣ ଲାଭ ପାଇପାରିନଥିଲା। ଆଜି ଲୋକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାର ଲାଭ ପାଉଛନ୍ତି। ସେ ଆହୁରି କହିଛନ୍ତି ଯେ ମହିଳା, ଚାଷୀ ଏବଂ ଯୁବକମାନଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ଗ୍ୟାରେଣ୍ଟି ଦ୍ରୁତ ଗତିରେ କାର୍ଯ୍ୟକାରୀ ହୋଇଛି।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ସରକାରଙ୍କ ଏକ ପ୍ରମୁଖ ସଫଳତା ହେଉଛି ଅବହେଳିତ ବର୍ଗର ସଶକ୍ତିକରଣ। ଓଡ଼ିଶାରେ ବହୁସଂଖ୍ୟାରେ ଆଦିବାସୀ ଲୋକ ବସବାସ କରନ୍ତି। ଅତୀତରେ, ଆଦିବାସୀ ସମ୍ପ୍ରଦାୟ ପଛୁଆ, ଦରିଦ୍ର ଏବଂ ବଞ୍ଚିତ ହୋଇ ନିୟମିତ ଅବହେଳାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ଧରି ଦେଶକୁ ଶାସନ କରୁଥିବା ଦଳ ରାଜନୈତିକ ଲାଭ ପାଇଁ ଆଦିବାସୀ ଜନସଂଖ୍ୟାକୁ ଶୋଷଣ କରିଥିଲା। କାରଣ ଏହି ଦଳ ବିକାଶ ପ୍ରଦାନ କରିନଥିଲା କିମ୍ବା ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣକୁ ସୁନିଶ୍ଚିତ କରିନଥିଲା। ସେମାନେ ଦେଶର ବିସ୍ତୃତ ଅଞ୍ଚଳକୁ ନକ୍ସଲବାଦ, ହିଂସା ଏବଂ ଅତ୍ୟାଚାରର ନିଆଁରେ ଠେଲି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ପୂର୍ବରୁ, ଦେଶର ୧୨୫ ରୁ ଅଧିକ ଆଦିବାସୀ ବହୁଳ ଜିଲ୍ଲା ନକ୍ସଲ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲା। ଏହି ଆଦିବାସୀ ଅଞ୍ଚଳଗୁଡ଼ିକୁ ଅନୁଚିତ ଭାବରେ ‘ଲାଲ କରିଡର’ ନାମରେ କଳଙ୍କିତ କରାଯାଇଥିଲା। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ପଛୁଆ ଘୋଷଣା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୂର୍ବ ଶାସନ ଦ୍ୱାରା ପରିତ୍ୟକ୍ତ କରାଯାଇଥିଲା। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ତାଙ୍କ ସରକାର ଆଦିବାସୀ ସମାଜକୁ ହିଂସାର ପରିବେଶରୁ ବାହାର କରି ବିକାଶର ଏକ ନୂତନ ମାର୍ଗକୁ ଆଣିବା ପାଇଁ କାର୍ଯ୍ୟ କରିଛି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ତାଙ୍କ ସରକାର ହିଂସା ପ୍ରସାରଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଦିବାସୀ ଅଞ୍ଚଳରେ ବିକାଶର ଏକ ନୂତନ ଧାରା ଆରମ୍ଭ ହୋଇଛି, ଫଳସ୍ୱରୂପ, ନକ୍ସଲ ହିଂସାର ପ୍ରଭାବ ଏବେ ଦେଶର ୨୦ ରୁ କମ୍ ଜିଲ୍ଲାକୁ ହ୍ରାସ ପାଇଛି। ବର୍ତ୍ତମାନ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନର ଗତି ସହିତ, ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଶୀଘ୍ର ହିଂସାର ଛାୟାରୁ ମୁକ୍ତ ହେବେ, ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକାଶ କରିଥିଲେ।
ଆଦିବାସୀ ସମ୍ପ୍ରଦାୟର ସ୍ୱପ୍ନ ପୂରଣ କରିବା, ସେମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନର ଅସୁବିଧା ହ୍ରାସ କରିବା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦୀ କହିଥିଲେ।
ସେ ଉଲ୍ଲେଖ କରିଥିଲେ ଯେ ପ୍ରଥମ ଥର ପାଇଁ ଆଦିବାସୀ ବିକାଶ ପାଇଁ ବିଶେଷ ଭାବରେ ଦୁଇଟି ପ୍ରମୁଖ ଜାତୀୟ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଦୁଇଟି ପଦକ୍ଷେପ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି। ପ୍ରଥମ ଯୋଜନାକୁ ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ବୋଲି ସେ ସୂଚନା ଦେଇଥିଲେ। ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ ୬୦ ହଜାରରୁ ଅଧିକ ଆଦିବାସୀ ଗ୍ରାମରେ ବିକାଶ କାର୍ଯ୍ୟ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାରେ ମଧ୍ୟ ଆଦିବାସୀ ପରିବାର ପାଇଁ ଘର ନିର୍ମାଣ କରାଯାଉଛି, ରାସ୍ତା ନିର୍ମାଣ କରାଯାଉଛି, ଏବଂ ବିଦ୍ୟୁତ୍ ଏବଂ ପାଣି ସୁବିଧା ପ୍ରତିଷ୍ଠା କରାଯାଉଛି। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଓଡ଼ିଶାର ୧୧ଟି ଜିଲ୍ଲାରେ ୪୦ଟି ଆବାସିକ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ସରକାର ଏହି ପଦକ୍ଷେପଗୁଡ଼ିକରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଅନ୍ୟତମ ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଯୋଜନାର ପ୍ରେରଣା ଓଡ଼ିଶା ଭୂମିରୁ ଆସିଛି। ଏହି ପଦକ୍ଷେପକୁ ରୂପ ଦେବାରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଏବଂ ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନକୁ ସେ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଏହି ଯୋଜନା ବ୍ୟାପକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କୁ ସମର୍ଥନ କରିବା ଉପରେ ଧ୍ୟାନ ଦେଉଛି। ଏହି ଯୋଜନା ଅଧୀନରେ ଅନେକ ଛୋଟ ଆଦିବାସୀ ପଡ଼ାରେ ଶହ ଶହ କୋଟି ଟଙ୍କାର ବିକାଶ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।
ଓଡ଼ିଶାରେ ବହୁ ସଂଖ୍ୟକ ମତ୍ସ୍ୟଜୀବୀ ବାସ କରନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଥମ ଥର ପାଇଁ, ଏମାନଙ୍କ କଲ୍ୟାଣ ପାଇଁ ଏକ ପ୍ରମୁଖ ଦେଶବ୍ୟାପୀ ଯୋଜନା – ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ପ୍ରଣୟନ କରାଯାଇଛି। ମତ୍ସ୍ୟଜୀବୀମାନେ ଏବେ କିଷାନ କ୍ରେଡିଟ୍ କାର୍ଡ ସୁବିଧାର ଲାଭ ମଧ୍ୟ ପାଉଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ୨୫ ହଜାର କୋଟିର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି। ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବହୁତ ଲାଭ ଦେବ ଏବଂ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।
ଏକବିଂଶ ଶତାବ୍ଦୀରେ ଦେଶର ଅଭିବୃଦ୍ଧି ପୂର୍ବ ଭାରତ ଦ୍ୱାରା ପରିଚାଳିତ ହେବ। ଏହା ପୂର୍ବୋଦୟର ଯୁଗ ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ। ଏହି ମନୋଭାବ ସହିତ, ସରକାର ସମଗ୍ର ପୂର୍ବ କ୍ଷେତ୍ର ସହିତ ଓଡ଼ିଶାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ, ଏକ ବର୍ଷ ପୂର୍ବେ ସେମାନଙ୍କ ସରକାର ଗଠନ ହେବା ପରେ, ଏହି ଅଭିଯାନ ଆହୁରି ଗତି ପାଇଛି। ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରର ସମ୍ପ୍ରସାରଣକୁ ଉଲ୍ଲେଖ କରି ସେ କହିଥିଲେ, ଏହା ଓଡ଼ିଶାର ଖଣିଜ ଏବଂ ବନ୍ଦର-ନେତୃତ୍ୱାଧୀନ ଅର୍ଥନୀତିକୁ ସୁଦୃଢ଼ କରୁଛି।
କେନ୍ଦ୍ର ସରକାର ଓଡ଼ିଶାରେ ସଡ଼କ, ରେଳ ଏବଂ ବିମାନ ସଂଯୋଗ ବୃଦ୍ଧି ପାଇଁ ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପାରାଦୀପରେ ଏକ ମେଗା ଡୁଆଲ୍-ଫିଡ୍ କ୍ରାକର୍ ଏବଂ ଡାଉନଷ୍ଟ୍ରିମ୍ ୟୁନିଟ୍ ପ୍ରତିଷ୍ଠା, ଚଣ୍ଡିଖୋଲରେ ଏକ ଅଶୋଧିତ ତୈଳ ଭଣ୍ଡାରଣ କେନ୍ଦ୍ର ଏବଂ ଗୋପାଳପୁରରେ ଏକ ଏଲଏନଜି ଟର୍ମିନାଲ ଭଳି ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ପ୍ରତିଷ୍ଠା କରିବ। ଏହି ବିକାଶ ପେଟ୍ରୋଲିୟମ୍, ପେଟ୍ରୋକେମିକାଲ୍ସ, ବୟନଶିଳ୍ପ ଏବଂ ପ୍ଲାଷ୍ଟିକ୍ ସହିତ ଜଡିତ ଶିଳ୍ପକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।
ଓଡ଼ିଶାର ବିକାଶ ଯାତ୍ରାକୁ ଧ୍ୟାନରେ ରଖି ଯେଉଁ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି, ତାହା ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ । pic.twitter.com/jX6uZyx78Z
— Narendra Modi (@narendramodi) June 20, 2025
ସେ କହିଥିଲେ ଯେ ଏହା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ଏକ ବିଶାଳ ନେଟୱର୍କ ସୃଷ୍ଟି କରିବ। ଏହା ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଓଡ଼ିଶାର ପେଟ୍ରୋଲିୟମ୍ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଓଡ଼ିଶା ଭାରତର ପେଟ୍ରୋକେମିକାଲ୍ସ ହବ୍ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ଦୂରଦୃଷ୍ଟି ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ଆବଶ୍ୟକ। ଆମର ସରକାର କେବଳ ଗୋଟିଏ ବର୍ଷର ସଫଳତା କିମ୍ବା ପାଞ୍ଚ ବର୍ଷର ଲକ୍ଷ୍ୟ ପର୍ଯ୍ୟନ୍ତ ସୀମିତ ନୁହେଁ। ଆମେ ଆଗାମୀ ଦଶନ୍ଧି ପାଇଁ ଏକ ରୋଡମ୍ୟାପ୍ ନିର୍ମାଣ କରୁଛୁ ବୋଲି ଶ୍ରୀ ମୋଦୀ କହିଥିଲେ। ଓଡ଼ିଶା ସରକାର ରାଜ୍ୟର ଶତବାର୍ଷିକୀ ବର୍ଷ-୨୦୩୬ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ବିଜେପି ସରକାର ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି- ୨୦୪୭ ପାଇଁ ଏକ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଭିଜନ ୨୦୩୬ ସମୀକ୍ଷା କରି, ସେ ଏହାକୁ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ବୋଲି ବର୍ଣ୍ଣନା କରିଥିଲେ ଏବଂ ପ୍ରତ୍ୟେକ ଉଦ୍ଦେଶ୍ୟ ହାସଲ ପାଇଁ ଓଡ଼ିଶାର ଯୁବପିଢ଼ିଙ୍କ ପ୍ରତିଭା ଏବଂ ସମର୍ପଣ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ। ଏକତ୍ରିତ ଭାବରେ, ଆମେ ଓଡ଼ିଶାକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ଶେଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଭୁବନେଶ୍ୱରରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ଉପଲବ୍ଧି ପାଇଁ ସମ୍ମାନିତ ଲକ୍ଷପତି ଦିଦିମାନଙ୍କୁ ଭେଟି ଖୁସି ଲାଗିଲା। ନିଜର ଦୃଢ଼ସଂକଳ୍ପ ଦ୍ୱାରା ସେମାନେ କେବଳ ରାଜ୍ୟର ସମୃଦ୍ଧିରେ ଯୋଗଦାନ କରୁନାହାନ୍ତି ବରଂ ସାରା ଦେଶ ପାଇଁ ଉଦାହରଣ ପାଲଟିଛନ୍ତି । pic.twitter.com/Ykutzb2ZAu
— Narendra Modi (@narendramodi) June 20, 2025
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗୀକରଣକୁ ବିସ୍ତାର କରୁଥିବା ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ପ୍ରଥମ ଥର ପାଇଁ ଯୋଡ଼ି ହୋଇଛି ।
ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ପରିବହନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (କ୍ରୁଟ୍) ସିଷ୍ଟମ ଅଧୀନରେ ୧୦୦ଟି ବୈଦ୍ୟୁତିକ ବସ୍ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାସହିତ ଏକ ଆଧୁନିକ, ପରିବେଶ ଅନୁକୂଳ ସହରାଞ୍ଚଳ ଗତିଶୀଳତା ନେଟୱାର୍କକୁ ସମର୍ଥନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ପ୍ରକାଶ କରିଛନ୍ତି। ୨୦୩୬ (ଯେତେବେଳେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ) ଏବଂ ୨୦୪୭ (ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ)ର ଐତିହାସିକ ବର୍ଷଗୁଡ଼ିକ ଉପରେ ଆଧାରିତ ଏହି ସଂକଳ୍ପ ଦସ୍ତାବିତ ସମାବେଶୀ ବିକାଶ ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ଭବିଷ୍ୟତ ରୂପରେଖ ପ୍ରଦାନ କରୁଛି ।
ବିଶିଷ୍ଟ ଓଡ଼ିଆଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ, ପ୍ରଧାନମନ୍ତ୍ରୀ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ପ୍ରତିମୂର୍ତ୍ତି, ପାଠାଗାର ଏବଂ ସାର୍ବଜନୀନ ସ୍ଥାନ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନିତ କରି ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ବରପୁତ୍ରମାନନଙ୍କ ଜନ୍ମସ୍ଥାନକୁ ଜୀବନ୍ତ ସ୍ମାରକୀରେ ପରିଣତ କରିବା ଲାଗି ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟରେ ସମୃଦ୍ଧି ଏବଂ ସ୍ୱାବଲମ୍ବନର ପ୍ରତୀକ ଭାବରେ ୧୬.୫୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦିଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରୁ କୃତିତ୍ୱ ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସାମିଲ ହେଲେ ହଜାରେ କଳାକାର
ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ବରରେ ଏକ ହଜାର କଳାକାର ଏକାଠି ହୋଇଥିଲେ। ବିମାନବନ୍ଦରଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ମୋଟ୍ ୨୨ଟି ମଞ୍ଚ ପ୍ରସ୍ତୁତ ହୋଇଥିଲା। ବିମାନବନ୍ଦର ନିକଟରେ ପୁରୀର ସାହିଯାତ, ଦୁଲ୍ଦୁଲି, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଶବର ଶବରୁଣୀ, ଘୋଡ଼ାନାଚ, କୋୟା ନୃତ୍ୟ, ଗୋଟିପୁଅ ନୃତ୍ୟ, ବଣ୍ଡା ନୃତ୍ୟ, ପଶୁମୁଖା, ଢେମ୍ସା, ଲଉଡ଼ି ଖେଳ, ସାନ୍ତାଳୀ ନାଚ, ଝୁମର, ଡାଲ୍ଖାଇ, ଗଞ୍ଜାମର ରଣପା ନୃତ୍ୟ ପରିବେଷଣ କରାଯାଇଥିଲା। ଘଣ୍ଟ, ମୃଦଙ୍ଗ ଓ ସଙ୍କୀର୍ତ୍ତନରେ ବି କମ୍ପିଥିଲା।
ଭୁବନେଶ୍ୱର ରୋଡ ଶୋ’ରେ ନିଜ ପରିବାରଜନଙ୍କ ସ୍ନେହ ଓ ଆଶୀର୍ବାଦ ପାଇ ଅଭିଭୂତ । pic.twitter.com/Qzjx1x0rPS
— Narendra Modi (@narendramodi) June 20, 2025
ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୩୩ ପ୍ଲାଟୁନ୍ ପୁଲିସ ବିଭିନ୍ନ ଛକରେ ମୁତୟନ ହୋଇଥିଲେ। ଜୟଦେବବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବ ଲୋକାରଣ୍ୟ ହୋଇଯିବା ପରେ ଜାମ୍ ହୋଇଯାଇଥିଲା। ଏମିତିରେ ବି ସହରର ପ୍ରମୁଖ ଅଞ୍ଚଳ ଓ ଜାତୀୟ ରାଜପଥର ସର୍ଭିସ୍ ରୋଡ୍ କର୍ମୀଙ୍କୁ ଆଣିଥିବା ବସ୍ ଛାଉଣିରେ ରହିଥିଲା। ଫଳରେ ରାସ୍ତା ସଂକୁଚିତ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ଯାଉଥିବା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା। କାର୍କେଡ୍ କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଥିବା ବେଳେ ସେହି ରାସ୍ତାରେ ଆମ୍ବୁଲାନ୍ସ ଯାଉଥିଲା। କାର୍କେଡ୍ ତୁରନ୍ତ ଏକ ପାର୍ଶ୍ବକୁ ଚାଲିଗଲା ଓ ବିନା ବାଧାରେ ଆମ୍ବୁଲାନ୍ସଟି ଆଗକୁ ଯାଇଥିଲା।
ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ, ୧୦୦ଟି ଇ-ବସ୍ ଉଦ୍ଘାଟିତ
ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାକୁ ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୩୧୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ, ପ୍ରତିମୂର୍ତ୍ତି ସ୍ଥାପନ, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ଖୋଲା ଆକାଶ ନାଟ୍ୟମଞ୍ଚ ଇତ୍ୟାଦିର ନିର୍ମାଣ ଆଦି ରହିଛି।
ପ୍ରଧାନମନ୍ତ୍ରୀ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ରେ ଏବେ ଆଉ ୮ଟି ରୁଟ୍ରେ ଏହି ଇ-ବସ୍ ଚାଲିବ। ନୂତନ ଭାବେ ନରାଜରେ ନିର୍ମିତ ଇ-ବସ୍ ଡିପୋ ମଧ୍ୟ ଆଜି ଉଦ୍ଘାଟିତ ହୋଇଛି। ଏହି ୧୦୦ଟି ନୂଆ ଇଭି ବସ୍ ନରାଜ ଡିପୋରୁ ହିଁ ଚଳାଚଳ କରିବ। ଏ ନେଇ ସିଇଇଡବ୍ଲ୍ୟୁର ସିନିୟର ପ୍ରୋଗ୍ରାମ୍ ଲିଡର୍ ହିମାନୀ ଜୈନ କହିଛନ୍ତି ଯେ ଏହି ବସ୍ଗୁଡ଼ିକ ସାମିଲ ହେବା ଫଳରେ ‘କ୍ରୁଟ୍’ର ସମୁଦାୟ ୫୬୦ଟି ବସ୍ ମଧ୍ୟରୁ ପ୍ରାୟ ୫୦% ବସ୍ ଇଭି ହେବ।
ନାଚିଲେ ମୁକେଶ, ସନାତନ, ପ୍ରଶାନ୍ତ; ଫଟୋ ଉଠାଇଲେ ସିଦ୍ଧାନ୍ତ
ଆଜିର କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକଙ୍କ ପାଇଁ ମୋଦୀଙ୍କ ମଞ୍ଚ ସମ୍ମୁଖରେ ବସିବାର ବ୍ୟବସ୍ଥା ହୋଇନଥିଲା। ସେମାନଙ୍କ ପାଇଁ ମୁଖ୍ୟ ମଞ୍ଚଠାରୁ ଦୂରରେ ଆଉ ଏକ ମଞ୍ଚ ହୋଇଥିଲା। ସେଠାରେ ଫ୍ୟାନ୍, କୁଲର୍ ବ୍ୟବସ୍ଥା ନଥିବାରୁ ବିଧାୟକ ଓ ସାଂସଦମାନେ ପୂରା ଅସ୍ତବ୍ୟସ୍ତ ହୋଇଯାଇଥିଲେ। ହେଲେ ମୋଦୀଙ୍କ ସ୍ବାଗତ ପାଇଁ ବାଜୁଥିବା ଗୀତର ତାଳେ ତାଳେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଧୁମ୍ ନାଚିଥିଲେ। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ତାଙ୍କ କ୍ୟାମେରାରେ ବିଧାୟକମାନଙ୍କର ବିଭିନ୍ନ ପୋଜ୍ର ଫଟୋ ଉଠାଉଥିଲେ। ସେହିପରି କଳିଙ୍ଗ ଷ୍ଟାଡିୟମ ନିକଟରେ ଲୋଇସିଂହାର ଲୋକନୃତ୍ୟ ପରିବେଷିତ ହୋଇଥିଲା। ସେଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଧାୟକ ସନାତନ ବିଜୁଳି ନାଚୁଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ
ଓଡ଼ିଶାରେ ଆମର ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କର ଭରପୂର ସମର୍ଥନ ମିଳୁଛି । ଏହା ଭୁବନେଶ୍ୱରରେ ଲୋକଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଜଣାପଡ଼ୁଛି । pic.twitter.com/WtfUfRpBiD
— Narendra Modi (@narendramodi) June 20, 2025