ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି
ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ
ନୂଆଦିଲ୍ଲୀ: ସାରା ଦେଶରେ ମହା ଆଡ଼ମ୍ବର ସହକାରେ ଭାରତର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଛନ୍ତି ଏବଂ ସ୍ବାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।
ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ, ଆତ୍ମନିର୍ଭର ଭାରତକୁ ବିକଶିତ ଭାରତର ଏକ ପ୍ରମୁଖ ଭିତ୍ତିଭୂମି ଭାବରେ ରେଖାଙ୍କିତ କରି ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି, ମହାକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି ବୋଲି ପ୍ରକାଶ କରିଥିଲେ। ଅପରେସନ ସିନ୍ଦୂର ଉପରେ ଆଲୋକପାତ କରି ସେ କହିଥିଲେ ଯେ, ରଣନୈତିକ ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ କ୍ଷମତାଗୁଡିକ ବିପଦକୁ ନିର୍ଣ୍ଣାୟକ ଭାବରେ ମୁକାବିଲା କରିବା, ସ୍ୱାବଲମ୍ବନଶୀଳତାକୁ ଜାତୀୟ ଶକ୍ତି, ମର୍ଯ୍ୟାଦାର ଆଧାର କରିବା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଯାତ୍ରାର ମୂଳଦୁଆ କରିବା ପାଇଁ ମହତ୍ଵପୂର୍ଣ୍ଣ ଅଟେ।
୧. ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ଏବଂ ଅପରେସନ ସିନ୍ଦୂର : ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରକୁ ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାର ଏକ ଉଦାହରଣ ଭାବରେ ଉଲ୍ଲେଖ କରି ଏହାର ପ୍ରଶଂସା କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ସହିତ ସ୍ୱଦେଶୀ କ୍ଷମତାଗୁଡିକ ଭାରତକୁ ନିର୍ଣ୍ଣାୟକ ଏବଂ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ, ଯାହା ଏହା ପ୍ରମାଣିତ କରିଥାଏ ଯେ ଜାତୀୟ ସୁରକ୍ଷା ବିଦେଶ ଉପରେ ନିର୍ଭର କରିପାରିବ ନାହିଁ।
୨. ଜେଟ୍ ଇଞ୍ଜିନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା : ଭାରତୀୟ ଉଦ୍ଭାବକମାନଙ୍କୁ ଏବଂ ଯୁବପିଢ଼ିଙ୍କୁ ଭାରତରେ ଜେଟ୍ ଇଞ୍ଜିନ ବିକଶିତ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହା ଦ୍ଵାରା ଭବିଷ୍ୟତର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶୀ ଏବଂ ଆତ୍ମନିର୍ଭରଶୀଳ ବୋଲି ନିଶ୍ଚିତ ହୋଇପାରିବ ।
୩. ସେମିକଣ୍ଡକ୍ଟର ଏବଂ ଉଚ୍ଚ-ପ୍ରଯୁକ୍ତି ନେତୃତ୍ୱ : ଭାରତ ୨୦୨୫ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ସ ଲଞ୍ଚ କରିବ , ଯାହା ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶର ବର୍ଦ୍ଧିତ ଶକ୍ତିକୁ ପ୍ରତିଫଳିତ କରିବ। ସେ ବିଶ୍ୱ ସ୍ତରରେ ହେଉଥିବା ପ୍ରତିଦ୍ଵନ୍ଦିତା ପାଇଁ ଏଆଇ, ସାଇବର ସୁରକ୍ଷା, ଡିପ୍-ଟେକ୍ ଏବଂ ଅପରେଟିଂ ସିଷ୍ଟମ କ୍ଷେତ୍ରରେ ନବସୃଜନ ଉପରେ ଗୁରୁତ୍ୱାରୋପ କରିଥିଲେ।
୪. ମହାକାଶ କ୍ଷେତ୍ରର ସ୍ୱତନ୍ତ୍ରତା : ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଉଲ୍ଲେଖନୀୟ ସଫଳତାର ଉତ୍ସବ ପାଳନ କରି, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନିଜସ୍ୱ ମହାକାଶ ଷ୍ଟେସନ ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି, ଯାହା ସ୍ୱଦେଶୀ ମହାକାଶ କ୍ଷମତାର ଏକ ନୂତନ ଯୁଗର ସଙ୍କେତ ଦେଇଛି।
ସେ ଆଲୋକପାତ କରିଥିଲେ ଯେ , ୩୦୦ ରୁ ଅଧିକ ଷ୍ଟାର୍ଟଅପ୍ ଉପଗ୍ରହ, ଅନୁସନ୍ଧାନ ଏବଂ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିରେ ସକ୍ରିୟ ଭାବରେ ନବସୃଜନ କରୁଛନ୍ତି, ଯାହା ସୁନିଶ୍ଚିତ କରୁଛି ଯେ ଭାରତ କେବଳ ମହାକାଶ ବିଜ୍ଞାନ ଏବଂ ଅନୁସନ୍ଧାନରେ ଭାଗ ନେଉନାହିଁ, ବିଶ୍ୱ ସ୍ତରରେ ନେତୃତ୍ୱ ମଧ୍ୟ ନେଉଛି।
୫. ସ୍ୱଚ୍ଛ ଏବଂ ନବୀକରଣୀୟ ଶକ୍ତି : ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି ସ୍ୱାଧୀନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ , ଏହା ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ କୃଷକମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ଏବଂ ଏହା କରାଯିବ।
ସେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ତରରେ ଗ୍ଲୋବାଲ ୱାର୍ମିଂ ଉପରେ ବିତର୍କ କରାଯାଉଥିବା ବେଳେ, ଭାରତ ୨୦୩୦ ସୁଦ୍ଧା ୫୦% ସ୍ୱଚ୍ଛ ଶକ୍ତି ହାସଲ କରିବାକୁ ସଂକଳ୍ପ ନେଇଥିଲା, କିନ୍ତୁ ଏହାର ଜନସାଧାରଣଙ୍କ ପ୍ରତିବଦ୍ଧତା ଯୋଗୁଁ ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇପାରିଛି। ସୌର, ପରମାଣୁ, ଜଳ ଏବଂ ଉଦଜାନ ଶକ୍ତିକୁ ଉନ୍ନତ କରାଯାଇଛି, ଯାହା ଶକ୍ତି ଉପରେ ସମ୍ପୂର୍ଣ ନିର୍ଭରଶୀଳତା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ମୋଦୀ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ମାଧ୍ୟମରେ ପରମାଣୁ ଶକ୍ତିର ବିସ୍ତାର ଉପରେ ଭାରତର ଧ୍ୟାନ ରହିଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ , ବର୍ତ୍ତମାନ ୧୦ଟି ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ଅଛି ଏବଂ ଭାରତର ସ୍ୱାଧୀନତାର ୧୦୦ତମ ବର୍ଷ ସୁଦ୍ଧା, ରାଷ୍ଟ୍ର ଏହାର ପରମାଣୁ ଶକ୍ତି କ୍ଷମତାକୁ ଦଶଗୁଣ ବୃଦ୍ଧି କରିବା, ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ସମର୍ଥନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
୬. ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ : ଶକ୍ତି, ଶିଳ୍ପ ଏବଂ ପ୍ରତିରକ୍ଷା ପାଇଁ ଆବଶ୍ୟକୀୟ ସମ୍ବଳଗୁଡ଼ିକୁ ସୁରକ୍ଷିତ କରିବା ଲାଗି, ଭାରତ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଆରମ୍ଭ କରିଛି, ଯାହା ଅନୁସାରେ ୧୨୦୦ଟି ସ୍ଥାନରେ ଅନୁସନ୍ଧାନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଏହି ଖଣିଜ ପଦାର୍ଥଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା ରଣନୈତିକ ସ୍ୱାୟତ୍ତତା ସୁଦୃଢ଼ ହୁଏ, ଯାହା ଭାରତର ଶିଳ୍ପ ଏବଂ ପ୍ରତିରକ୍ଷା କ୍ଷେତ୍ରଗୁଡ଼ିକୁ ଆତ୍ମନିର୍ଭରଶୀଳ କରିଥାଏ।
୭. ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ : ଭାରତ ଏହାର ଗଭୀର ଜଳ ଶକ୍ତି ସମ୍ପଦକୁ ଉପଯୋଗ କରିବ, ଶକ୍ତି ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ଏବଂ ବିଦେଶୀ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ।
୮. କୃଷି ଆତ୍ମନିର୍ଭରଶୀଳତା ଏବଂ ସାର : ପ୍ରଧାନମନ୍ତ୍ରୀ ମୋଦୀ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଜାତୀୟ ଖାଦ୍ୟ ନିରାନତ୍ତାକୁ ସୁରକ୍ଷା ଦେବା ପାଇଁ ଘରୋଇ ଭାବରେ ସାର ଉତ୍ପାଦନ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦ୍ୱାରା ଦେଶର କୃଷି କ୍ଷେତ୍ର ସ୍ୱାଧୀନ ଭାବରେ ଉନ୍ନତି କରିବ, କୃଷକଙ୍କ କଲ୍ୟାଣକୁ ସୁରକ୍ଷା ପ୍ରଦାନ କରାଯିବ ଏବଂ ଭାରତର ଆର୍ଥିକ ସାର୍ବଭୌମତ୍ୱକୁ ସୁଦୃଢ଼ କରାଯିବ।
୯.ଡିଜିଟାଲ୍ ସାର୍ବଭୌମତ୍ୱ ଏବଂ ସ୍ୱଦେଶୀ ପ୍ଲାଟଫର୍ମ : ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ଭାରତର ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକଶିତ କରିବାକୁ ଆହ୍ୱାନ କରିଛନ୍ତି, ଯାହା ଯୋଗାଯୋଗ, ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାରିବେଶିକ ବ୍ୟବସ୍ଥାକୁ ସୁରକ୍ଷିତ ଏବଂ ସ୍ଵତନ୍ତ୍ର ରଖିବ, ଯାହା ଭାରତର ଡିଜିଟାଲ୍ ସ୍ୱାୟତ୍ତତାକୁ ସୁଦୃଢ଼ କରିବ।
୧୦. ଔଷଧ ଏବଂ ନବସୃଜନରେ ଆତ୍ମନିର୍ଭରଶୀଳତା : ପ୍ରଧାନମନ୍ତ୍ରୀ ମୋଦୀ “ବିଶ୍ୱର ଔଷଧ ଶିଳ୍ପ” ଭାବରେ ଭାରତର ଶକ୍ତି ଉପରେ ଆଲୋକପାତ କରିଥିଲେ ଏବଂ ଗବେଷଣା ଏବଂ ବିକାଶରେ ଅଧିକ ନିବେଶ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଆମେ କ’ଣ ମାନବଜାତିର କଲ୍ୟାଣ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ସୁଲଭ ଔଷଧ ଯୋଗାଇବା ଉଚିତ ନୁହେଁ କି ?” ବୋଲି ସେ ପ୍ରଶ୍ନ କରିଥିଲେ।
ସେ ଘରୋଇ ଔଷଧ ଉଦ୍ଭାବନରେ ଭାରତର ବୃଦ୍ଧି ପାଉଥିବା ଶକ୍ତି ଉପରେ ଆଲୋକପାତ କରିଥିଲେ, ନୂତନ ଔଷଧ, ଟିକା ଏବଂ ଜୀବନ ରକ୍ଷାକାରୀ ଚିକିତ୍ସାକୁ ସମ୍ପୂର୍ଣ୍ଣ ରୂପେ ଭାରତ ମଧ୍ୟରେ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ପକ୍ଷରୁ କୋଭିଡ – ୧୯ ସମୟରେ ନିଆଯାଇଥିବା ପଦକ୍ଷେପକୁ ଯେଉଁ ପ୍ରତିକ୍ରିୟା ମିଳିଥିଲା, ଯେଉଁ ସମୟରେ ସ୍ୱଦେଶୀ ଟୀକା ଏବଂ କୋୱିନ୍ ଭଳି ପ୍ଲାଟଫର୍ମ ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିଲା, ସେଥିରୁ ପ୍ରେରଣା ନେଇ, ସେ ଦେଶକୁ ଏହି ନବସୃଜନ ଭାବନାକୁ ବ୍ୟାପକ କରିବାକୁ ଅନୁରୋଧ କରିଥିଲେ। ସେ ଗବେଷକ ଏବଂ ଉଦ୍ୟୋଗୀମାନଙ୍କୁ ନୂତନ ଔଷଧ ଏବଂ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ପାଇଁ ପେଟେଣ୍ଟ ସୁରକ୍ଷିତ କରିବାକୁ ଆହ୍ୱାନ କରିଥିଲେ, ଯାହା ଦ୍ଵାରା ଏହା ନିଶ୍ଚିତ ହୋଇପାରିବ ଯେ , ଭାରତ କେବଳ ନିଜର ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରେ ନାହିଁ ବରଂ ବିଶ୍ୱ କଲ୍ୟାଣରେ ମଧ୍ୟ ଯୋଗଦାନ ଦିଏ, ନିଜକୁ ଚିକିତ୍ସା ଆତ୍ମନିର୍ଭରଶୀଳତା ଏବଂ ନବସୃଜନର କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରେ।
୧୧. ସ୍ୱଦେଶୀକୁ ସମର୍ଥନ : ପ୍ରଧାନମନ୍ତ୍ରୀ ମୋଦୀ ନାଗରିକ ଏବଂ ଦୋକାନୀମାନଙ୍କୁ “ଭୋକାଲ୍ ଫର୍ ଲୋକାଲ” ପଦକ୍ଷେପ ଅନୁସାରେ ଭାରତରେ ନିର୍ମିତ ସାମଗ୍ରୀକୁ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ, ସ୍ୱଦେଶୀ ବାଧ୍ୟବାଧକତା ନୁହେଁ, ବରଂ ଗର୍ବ ଏବଂ ଶକ୍ତିରୁ ଉତ୍ପନ୍ନ ହେବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବା, ଉଦ୍ୟୋଗୀତାକୁ ସମର୍ଥନ କରିବା ଏବଂ ଭାରତର ଅର୍ଥନୈତିକ ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଦୋକାନ ବାହାରେ “ସ୍ୱଦେଶୀ” ବୋର୍ଡ ଲଗାଇବା ଭଳି ଦୃଶ୍ୟମାନ ପ୍ରଚାର ପାଇଁ ଆହ୍ୱାନ କରିଥିଲେ।
୧୨. ମିଶନ ସୁଦର୍ଶନ ଚକ୍ର: ପରମ୍ପରାକୁ ସମ୍ମାନ ଏବଂ ପ୍ରତିରକ୍ଷାକୁ ସୁଦୃଢ଼ କରିବା : ପ୍ରଧାନମନ୍ତ୍ରୀ ମୋଦୀ “ମିଶନ ସୁଦର୍ଶନ ଚକ୍ର” ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ , ଯାହାର ଉଦ୍ଦେଶ୍ୟ ଶତ୍ରୁ ପ୍ରତିରକ୍ଷା ଅନୁପ୍ରବେଶ ଯୋଜନାକୁ ପ୍ରଭାବହୀନ କରିବା ଏବଂ ଭାରତର ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି କରିବା। ସେ ମିଶନକୁ କିମ୍ବଦନ୍ତୀ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସହିତ ଯୋଡ଼ିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଆଧୁନିକ ପ୍ରତିରକ୍ଷା ନବସୃଜନକୁ ମାର୍ଗଦର୍ଶନ କରିବା ପାଇଁ ଭାରତ କିପରି ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ପୌରାଣିକ ଐତିହ୍ୟରୁ ପ୍ରେରଣା ଆଣେ । ଏହି ମିଶନ ଭାରତର ରଣନୈତିକ ସ୍ୱାୟତ୍ତତା ପ୍ରତି ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରେ, ଯାହା ଯେକୌଣସି ବିପଦର ଦ୍ରୁତ, ସଠିକ୍ ଏବଂ ଶକ୍ତିଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ କରିଥାଏ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ। ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି ଯେଉଁଗୁଡ଼ିକ ଦେଶକୁ ପାହାଚ ପରେ ପାହାଚ ଚଢ଼ି ଶିଖର ଛୁଇଁବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହୋଇ ଡିଆଁ ମାରିବାକୁ ସଙ୍କେତ ଦେଇଛି। ଦେଶବାସୀଙ୍କୁ ଏହି ଅଭିଭାଷଣରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଚିପ୍ ତିଆରି କରିବାଠାରୁ ଆରମ୍ଭ କରି ଜେଟ୍ ଇଞ୍ଜିନ୍ ନିର୍ମାଣ କରିବା ପର୍ଯ୍ୟନ୍ତ, ପରମାଣୁ କାର୍ଯ୍ୟକ୍ରମର ୧୦ ଗୁଣା ବିସ୍ତାର ଠାରୁ ଆରମ୍ଭ କରି ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ୧ ଲକ୍ଷ କୋଟି ଟଙ୍କାର ଯୋଜନା ପର୍ଯ୍ୟନ୍ତ, ତାଙ୍କର ବାର୍ତ୍ତା ସ୍ପଷ୍ଟ ରହିଛି। ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବା ସହ ଭାରତ ନିଜର ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବ, ନିଜସ୍ୱ ସର୍ତ୍ତାବଳୀ ସ୍ଥିର କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସେମି କଣ୍ଡକ୍ଟର: ହଜିଯାଇଥିବା ଦଶନ୍ଧିରୁ ମିଶନ ମୋଡ୍ ୫୦-୬୦ ବର୍ଷ ପୂର୍ବେ ସେମି କଣ୍ଡକ୍ଟର କାରଖାନା ସ୍ଥାପନ ପାଇଁ ପ୍ରୟାସର କଳ୍ପନାକୁ କିପରି ‘ଜନ୍ମରୁ ହିଁ ହତ୍ୟା’ କରାଯାଇଥିଲା” ତାହାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ଭାରତ ଏବେ ମିଶନ ମୋଡ୍ ରେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା, ଦେଶ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ତିଆରି ଆରମ୍ଭ କରିବ।
୨୦୪୭ ସୁଦ୍ଧା ପରମାଣୁ ଶକ୍ତି କ୍ଷମତା ଦଶଗୁଣ ବୃଦ୍ଧି ପାଇବ : ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଦେଶର ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ଦଶଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଆରମ୍ଭ ହୋଇଥିବା ମିଶନର ଅଂଶ ସ୍ୱରୂପ ୧୦ଟି ନୂତନ ପରମାଣୁ ରିଆକ୍ଟର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି।
ଜିଏସ୍ଟି ସଂସ୍କାର – ଏକ ଦୀପାବଳି ଉପହାର : ଦେଶରେ ଜିଏସ୍ଟି ବ୍ୟବସ୍ଥାର ସଂସ୍କାର ହେବ। ଏହାକୁ ପରବର୍ତ୍ତୀ ପିଢ଼ିର ସଂସ୍କାର ବୋଲି କହିଛନ୍ତି ଶ୍ରୀ ମୋଦୀ। ଦୀପାବଳି ଅବସରରେ ଏହି ନୂଆ ନୀତି ଉନ୍ମୋଚିତ ହେବ, ଯାହା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ କରିବ ଏବଂ ଏମ୍ଏସ୍ଏମ୍ଇ, ସ୍ଥାନୀୟ ବିକ୍ରେତା ଏବଂ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
ଭାରତ ପାଇଁ ସଂସ୍କାର ଟାସ୍କଫୋର୍ସ : ପ୍ରଧାନମନ୍ତ୍ରୀ ମୋଦୀ ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ଚଳାଇବା ପାଇଁ ଏକ ଉତ୍ସର୍ଗୀକୃତ ସଂସ୍କାର ଟାସ୍କଫୋର୍ସ ଗଠନ ଘୋଷଣା କରିଛନ୍ତି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲାଲ ଫିତା ପ୍ରତିବନ୍ଧକକୁ ହଟାଇବା ଏବଂ ଶାସନକୁ ଆଧୁନିକୀକରଣ କରିବା ହେଉଛି ଏହାର ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପାଇଁ ୧ ଲକ୍ଷ କୋଟି : ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ପ୍ରମୁଖ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀମାନେ ୧୫ ହଜାର ଟଙ୍କା ପାଇବେ। ଏହି ଯୋଜନାର ଲକ୍ଷ୍ୟ ୩କୋଟି ଯୁବ ଭାରତୀୟଙ୍କୁ ଲାଭ ପହଞ୍ଚାଇବ, ସ୍ୱତନ୍ତ୍ର ଭାରତରୁ ସମୃଦ୍ଧ ଭାରତ ପର୍ଯ୍ୟନ୍ତ ସେତୁକୁ ମଜବୁତ କରିବ।
ଉଚ୍ଚ-ଶକ୍ତିଶାଳୀ ଜନସଂଖ୍ୟା ମିଶନ : ପ୍ରଧାନମନ୍ତ୍ରୀ ମୋଦୀ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଏବଂ ଅବୈଧ ପ୍ରବାସ ଯୋଗୁଁ ଜନସଂଖ୍ୟାଗତ ଅସନ୍ତୁଳନର ବିପଦ ଉପରେ ଆଲୋକପାତ କରିଛନ୍ତି। ଏହାକୁ ଜାତୀୟ ସୁରକ୍ଷା ପାଇଁ ଏକ ଆହ୍ୱାନ ବୋଲି ବିବେଚନା କରିବା ସହ ଏହାର ମୁକାବିଲା ପାଇଁ ସେ ଏକ ଉଚ୍ଚ-ଶକ୍ତିଶାଳୀ ଜନସଂଖ୍ୟା ମିଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ମିଶନ ଦ୍ୱାରା ଭାରତର ନାଗରିକମାନଙ୍କର ଏକତା, ଅଖଣ୍ଡତା ଏବଂ ଅଧିକାର ସୁରକ୍ଷିତ ରହିବ।
ଶକ୍ତି ସ୍ୱାଧୀନତା – ସମୁଦ୍ର ମନ୍ଥନର ଆରମ୍ଭ :ପ୍ରଧାନମନ୍ତ୍ରୀ ମୋଦୀ ସୂଚାଇଥିଲେ ଯେ ଭାରତର ବଜେଟର ଏକ ବଡ଼ ଅଂଶ ଏବେ ବି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆମଦାନୀ କରିବାରେ ଖର୍ଚ୍ଚ ହେଉଛି। ସେ ସୌର, ହାଇଡ୍ରୋଜେନ, ଜଳ ଏବଂ ପରମାଣୁ ଶକ୍ତିର ପ୍ରମୁଖ ପ୍ରସାର ସହିତ ସମୁଦ୍ର ସମ୍ପଦକୁ ବ୍ୟବହାର କରିବା ପାଇଁ ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ ଆରମ୍ଭ ଘୋଷଣା କରିଥିଲେ।
ଭାରତରେ ନିର୍ମିତ ଜେଟ୍ ଇଞ୍ଜିନ୍ – ଏକ ଜାତୀୟ ଆହ୍ୱାନ : ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଯେପରି ଆମେ କୋଭିଡ୍ ସମୟରେ ଟିକା ଏବଂ ଡିଜିଟାଲ୍ ନେଣଦେଣ ପାଇଁ ୟୁପିଆଇ ତିଆରି କରିଥିଲୁ, ସେହିପରି ଆମେ ମଧ୍ୟ ଆମର ନିଜସ୍ୱ ଜେଟ୍ ଇଞ୍ଜିନ୍ ନିର୍ମାଣ କରିବା ଉଚିତ ଏବଂ ଆମର ବୈଜ୍ଞାନିକ ଏବଂ ଯୁବପିଢ଼ିଙ୍କୁ ଏହାକୁ ଏକ ସିଧାସଳଖ ଆହ୍ୱାନ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୯ତମ ସ୍ୱାଧୀନତା ଦିବସ ଅଭିଭାଷଣ : ବିକଶିତ ଭାରତ ୨୦୪୭ ପାଇଁ ଏକ ଦୂରଦୃଷ୍ଟି
୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ତାଙ୍କର ଦୀର୍ଘତମ ଏବଂ ନିର୍ଣ୍ଣାୟକ ଅଭିଭାଷଣ ପ୍ରଦାନ କରିଥିଲେ, ଯାହା ୧୦୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୪୭ ମସିହା ସୁଦ୍ଧା ଏକ ସମୃଦ୍ଧ ଭାରତ ପାଇଁ ଏକ ସାହସିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲା। ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରାଷ୍ଟ୍ରରୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସୀ, ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଦେଶ ଭାବେ ଭାରତର ଯାତ୍ରା ଉପରେ ଆଲୋକପାତ କରିଥିଲେ। ପ୍ରମୁଖ ବିଶେଷତ୍ୱ ଏବଂ ଘୋଷଣା :
୧. କୌଣସି ବ୍ଲାକମେଲ ନାହିଁ, କୌଣସି ଆପୋଷ ବୁଝାମଣା ନାହିଁ: ପହଲଗାମ ଆକ୍ରମଣ ପରେ କରାଯାଇଥିବା ଅପରେସନ ସିନ୍ଦୁରକୁ ଭାରତର ରଣନୈତିକ ସ୍ୱାୟତ୍ତତାର ପ୍ରଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହି ଅପରେସନ ଆତଙ୍କବାଦୀ ନେଟୱାର୍କ ଏବଂ ପାକିସ୍ତାନରେ ଥିବା ସେମାନଙ୍କର ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା, ଯାହା ଏକ ନୂତନ ଯୁଗର ସଙ୍କେତ ଦେଇଥିଲା ଯେଉଁଠାରେ ଭାରତ ଆଉ ଆଣବିକ ବ୍ଲାକମେଲ୍ କିମ୍ବା ବିଦେଶୀ ସର୍ତ୍ତାବଳୀ ଉପରେ ଧମକ ଗ୍ରହଣ କରିବ ନାହିଁ।
ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ସେ ଦୃଢତାର ସହ ସ୍ପଷ୍ଟ କରିଥିଲେ : “ରକ୍ତ ଏବଂ ଜଳ ଏକାଠି ପ୍ରବାହିତ ହେବ ନାହିଁ ବୋଲି ଭାରତ ଏବେ ନିଷ୍ପତ୍ତି ନେଇଛି। ଲୋକମାନେ ହୃଦୟଙ୍ଗମ କରିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତି ଅନ୍ୟାୟ ଥିଲା। ସିନ୍ଧୁ ନଦୀ ପ୍ରଣାଳୀର ଜଳ ଶତ୍ରୁ ଜମିକୁ ଜଳସେଚିତ କରୁଥିଲା, ଯେତେବେଳେ କି ଆମର କୃଷକମାନେ କ୍ଷତିଗ୍ରସ୍ତ ହୋଇଥିଲେ।
ଏହି ବିବୃତ୍ତି ପୁନର୍ବାର ନିଶ୍ଚିତ କରିଛି ଯେ ଭାରତ ଆଉ ଏହାର ଜାତୀୟ ସ୍ୱାର୍ଥରେ ଆପୋଷ ବୁଝାମଣା କରିବ ନାହିଁ, ଏବଂ ଏହି ଅପରେସନ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ପ୍ଲାଟଫର୍ମ ଉପରେ ନିର୍ଭର କରି ଦ୍ରୁତ ଏବଂ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିବାରେ ଦେଶର କ୍ଷମତାକୁ ରେଖାଙ୍କିତ କରଛି।
୨. ଆତ୍ମନିର୍ଭର ଭାରତ, ପ୍ରଯୁକ୍ତିବିଦ୍ୟା, ଶିଳ୍ପକୁ ସୁଦୃଢ଼ କରିଛି : ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ଏକ ରାଷ୍ଟ୍ରର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥାଏ। ଏହା ଦୁର୍ଭାଗ୍ୟଜନକ ଯେତେବେଳେ ନିର୍ଭରଶୀଳତା ଏକ ବିପଜ୍ଜନକ ଅଭ୍ୟାସରେ ପରିଣତ ହୁଏ। ସେଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବା ପାଇଁ ସଚେତନ ଏବଂ ପ୍ରତିବଦ୍ଧ ରହିବା ଆବଶ୍ୟକ। ଆତ୍ମନିର୍ଭରଶୀଳତା କେବଳ ରପ୍ତାନି, ଆମଦାନୀ, ଟଙ୍କା କିମ୍ବା ଡଲାର ବିଷୟରେ ନୁହେଁ। ଏହା ଆମର ସାମର୍ଥ୍ୟ, ନିଜସ୍ୱ ଭାବରେ ଠିଆ ହେବା ପାଇଁ ଆମର ଶକ୍ତି ବିଷୟରେ । “ସେଥିପାଇଁ ସେ ଘୋଷଣା କରିଥିଲେ ଯେ ୨୦୨୫ ସୁଦ୍ଧା ଭାରତ ନିଜର ପ୍ରଥମ ମେଡ-ଇନ୍-ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତ କରିବ ଏବଂ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟାରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରି ଘରୋଇ ବ୍ୟବସାୟୀଙ୍କ ପାଇଁ ଆଣବିକ କ୍ଷେତ୍ରକୁ ଉନ୍ମୁକ୍ତ କରୁଛି। ସେ ପ୍ରତ୍ୟେକ ନାଗରିକ, ବିଶେଷ କରି ଯୁବକମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ଜେଟ୍ ଇଞ୍ଜିନ, ସୋସିଆଲ ମିଡିଆ ପ୍ଲାଟଫର୍ମ, ସାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ସ୍ୱଦେଶୀ ଭାବରେ ଉଦ୍ଭାବନ ଏବଂ ଉତ୍ପାଦନ କରି ରାଷ୍ଟ୍ର ନିର୍ମାଣରେ ଅଂଶଗ୍ରହଣ କରନ୍ତୁ, ଏକ ଭବିଷ୍ୟତ ଗଠନ କରନ୍ତୁ ଯେଉଁଠାରେ ଭାରତ ଆତ୍ମନିର୍ଭରଶୀଳ, ଶକ୍ତିଶାଳୀ ରାଷ୍ଟ୍ରଭାବେ ବିଶ୍ୱ ସ୍ତରରେ ଛିଡାହୋଇ ପାରିବ । ନିଜର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବଳକୁ ସୁରକ୍ଷିତ ରଖିବା ଦିଗରେ ଭାରତର ସାହସିକ ପଦକ୍ଷେପ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ମାଧ୍ୟମରେ, ଶକ୍ତି, ଶିଳ୍ପ ଏବଂ ପ୍ରତିରକ୍ଷା ପାଇଁ ଆବଶ୍ୟକ ଖଣିଜ ପଦାର୍ଥର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଦେଶ ୧୨୦୦ଟି ସ୍ଥାନରେ ଅନୁସନ୍ଧାନ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଖଣିଜ ପଦାର୍ଥକୁ ନିୟନ୍ତ୍ରଣ କରିବା ଦ୍ୱାରା ଭାରତର ରଣନୈତିକ ସ୍ୱାୟତ୍ତତା ସୁଦୃଢ଼ ହେବ ଏବଂ ଏହାର ଶିଳ୍ପ ଓ ପ୍ରତିରକ୍ଷା କ୍ଷେତ୍ର ବାସ୍ତବରେ ଆତ୍ମନିର୍ଭରଶୀଳ ହେବ। ଏହାର ପରିପୂରକ ଭାବେ, ଜାତୀୟ ଗଭୀର ଜଳ ଅନ୍ୱେଷଣ ମିଶନ ଭାରତର ଉପକୂଳ ଶକ୍ତି ସମ୍ବଳର ଉପଯୋଗ କରିବ, ଶକ୍ତି ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବ ଏବଂ ବିଦେଶୀ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ, ଯାହା ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ଶକ୍ତିଶାଳୀ ଭାରତ ଦିଗରେ ଆଉ ଏକ ପଦକ୍ଷେପ ହେବ।
୩. “ବିଶ୍ୱର ଔଷଧ କ୍ଷେତ୍ର” ଭାବେ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଔଷଧ ଏବଂ ନବସୃଜନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲାଗି ଦେଶକୁ ଅନୁରୋଧ କରିଥିଲେ। ସେ ପଚାରିଥିଲେ, “ଆମେ ମାନବତାର କଲ୍ୟାଣ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ଶସ୍ତା ଔଷଧ ଯୋଗାଇବା ଉଚିତ୍ ନୁହେଁ କି?” ଘରୋଇ ଫାର୍ମାସ୍ୟୁଟିକାଲ୍ ନବସୃଜନ କ୍ଷେତ୍ରରେ ଭାରତର ବୃଦ୍ଧି ପାଉଥିବା ଦକ୍ଷତା ଏବଂ ସମ୍ପୂର୍ଣ୍ଣ ଭାବେ ଭାରତ ମଧ୍ୟରେ ନୂତନ ଔଷଧ, ଟିକା ଏବଂ ଜୀବନ ରକ୍ଷାକାରୀ ଚିକିତ୍ସା ବିକଶିତ କରିବାର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଭାରତର କୋଭିଡ-୧୯ ପ୍ରତିକ୍ରିୟାରୁ ପ୍ରେରଣା ନେଇ, ଯେଉଁଠାରେ ସ୍ୱଦେଶୀ ଟିକା ଏବଂ କୋୱିନ ଭଳି ପ୍ଲାଟଫର୍ମ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି, ସେ ଏହି ନବସୃଜନ ଭାବନାକୁ ବିସ୍ତାର କରିବାକୁ ଦେଶକୁ ଆହ୍ୱାନ କରିଥିଲେ।ଗବେଷକ ଏବଂ ଉଦ୍ୟୋଗୀମାନଙ୍କୁ ନୂତନ ଔଷଧ ଏବଂ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ପାଇଁ ପେଟେଣ୍ଟ ସୁରକ୍ଷିତ କରିବାକୁ ଅନୁରୋଧ କରାଯାଇଥିଲା, ଯାହା ଦ୍ୱାରା ଭାରତ କେବଳ ନିଜର ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ଚିକିତ୍ସା ଆତ୍ମନିର୍ଭରଶୀଳତା ଏବଂ ନବସୃଜନର ଏକ ବିଶ୍ୱସ୍ତରୀୟ ହବ୍ ମଧ୍ୟ ହେବ, ଯାହା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମାନବ କଲ୍ୟାଣରେ ନେତୃତ୍ୱ ନେବାର ଦେଶର କ୍ଷମତାକୁ ପ୍ରଦର୍ଶିତ କରିବ।
୪. ମିଶନ ସୁଦର୍ଶନ ଚକ୍ର, ରଣନୈତିକ ପ୍ରତିରକ୍ଷା ବୃଦ୍ଧି : ଭାରତର ଆକ୍ରମଣାତ୍ମକ ଏବଂ ପ୍ରତିରୋଧ କ୍ଷମତାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ପୌରାଣିକ ଐତିହ୍ୟରୁ ପ୍ରେରଣା ନେଇ ମିଶନ ସୁଦର୍ଶନ ଚକ୍ରର ଶୁଭାରମ୍ଭ କରିଥିଲେ। ସେ କହିଥିଲେ, “ଆମ ଉପରେ ଆକ୍ରମଣ କରିବାକୁ ଶତ୍ରୁମାନଙ୍କ ଯେକୌଣସି ପ୍ରୟାସକୁ ବିଫଳ କରିବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀ ସୃଷ୍ଟି କରିବା ଲାଗି ଭାରତ ମିଶନ ସୁଦର୍ଶନ ଚକ୍ର ଆରମ୍ଭ କରୁଛି।” ଏହି ପଦକ୍ଷେପ ଭାରତର ରଣନୈତିକ ସ୍ୱାୟତ୍ତତାକୁ ସୁଦୃଢ଼ କରି ଦ୍ରୁତ, ସଠିକ୍ ଏବଂ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳିକୁ ବୃଦ୍ଧି କରିବା ପାଇଁ ପରିକଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, “୨୦୩୫ ସୁଦ୍ଧା ସମସ୍ତ ସାର୍ବଜନୀନ ସ୍ଥାନକୁ ସୁରକ୍ଷା କବଚ ଦ୍ୱାରା ଆଚ୍ଛାଦିତ କରାଯିବ”, ଯାହା ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବା ସହିତ ରାଷ୍ଟ୍ର ପାଇଁ ବ୍ୟାପକ ସୁରକ୍ଷା ସୁନିଶ୍ଚିତ କରିବ।
୫. ପରବର୍ତ୍ତୀ ପିଢ଼ିର ସଂସ୍କାର: ପ୍ରଧାନମନ୍ତ୍ରୀ ମୋଦୀ ପରବର୍ତ୍ତୀ ପିଢ଼ିର ଆର୍ଥିକ ସଂସ୍କାର ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଘୋଷଣା କରିଥିଲେ, ଯାହାର ଉଦ୍ଦେଶ୍ୟ ଆର୍ଥିକ କାର୍ଯ୍ୟକଳାପକୁ ପରିଚାଳନା କରୁଥିବା ଆଇନ, ନିୟମ ଏବଂ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ସେ ଉଲ୍ଲେଖ କରିଥିଲେ ଯେ ସରକାର ୪୦,୦୦୦ରୁ ଅଧିକ ଅନାବଶ୍ୟକ ଅନୁପାଳନ ଏବଂ ୧୫୦୦ରୁ ଅଧିକ ପୁରୁଣା ଆଇନକୁ ଉଚ୍ଛେଦ କରିସାରିଛନ୍ତି ଏବଂ ସଂସଦର ସଦ୍ୟତମ ଅଧିବେଶନରେ ୨୮୦ରୁ ଅଧିକ ବ୍ୟବସ୍ଥକୁ ଉଚ୍ଛେଦ କରାଯାଇଛି। ଦୀପାବଳି ସୁଦ୍ଧା ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଦ୍ୱାରା ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ ପାଇବ, ଏମଏସଏମଇ, ସ୍ଥାନୀୟ ବିକ୍ରେତା ଏବଂ ଗ୍ରାହକମାନେ ଉପକୃତ ହେବେ, ଏହା ସହିତ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ଏକ ଅଧିକ ଦକ୍ଷ, ନାଗରିକ ଅନୁକୂଳ ଅର୍ଥନୀତି ସୃଷ୍ଟି କରିବ।
୬. ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ଯୁବ ସଶକ୍ତିକରଣ : ଭାରତର ଜନସାଂଖିକୀୟ ଲାଭାଂଶକୁ ସୁଦୃଢ଼ କରିବା ଏବଂ ଦେଶର ଯୁବକମାନେ ଏହାର ଅଭିବୃଦ୍ଧିରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବା ସୁନିଶ୍ଚିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ମୋଦୀ ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା, ଏକ ଲକ୍ଷ କୋଟି ଟଙ୍କାର ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ଅଧୀନରେ ନବ ନିଯୁକ୍ତ ଯୁବକମାନଙ୍କୁ ୧୫,୦୦୦ ଟଙ୍କା କରି ମିଳିବ ଏବଂ ଏଥିରେ ୩ କୋଟି ଯୁବବ ଯୁବତୀଙ୍କୁ ଲକ୍ଷ୍ୟରେ ରଖାଯାଇଛି ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପଦକ୍ଷେପ ଭାରତର ଜନସଂଖ୍ୟା ସାମର୍ଥ୍ୟକୁ ବାସ୍ତବ ଆର୍ଥିକ ଏବଂ ସାମାଜିକ ସମୃଦ୍ଧିରେ ରୂପାନ୍ତରିତ କରିବ, ସ୍ୱତନ୍ତ୍ର ଭାରତରୁ ସମୃଦ୍ଧ ଭାରତ ପର୍ଯ୍ୟନ୍ତ ସେତୁକୁ ସୁଦୃଢ଼ କରିବ ଏବଂ ଦେଶର ପ୍ରଗତି ଏବଂ ବିକାଶରେ ସକ୍ରିୟ ଯୋଗଦାନ ପାଇଁ ଯୁବକମାନଙ୍କୁ ସଶକ୍ତ କରିବ।
୭. ଶକ୍ତି ଏବଂ ଆଣବିକ ଆତ୍ମନିର୍ଭରଶୀଳତା : ପ୍ରଧାନମନ୍ତ୍ରୀ ମୋଦୀ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବଳକୁ ସୁରକ୍ଷିତ ରଖିବା ଦିଗରେ ଭାରତର ସାହସିକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ମାଧ୍ୟମରେ, ଶକ୍ତି, ଶିଳ୍ପ ଏବଂ ପ୍ରତିରକ୍ଷା ପାଇଁ ଆବଶ୍ୟକ ଖଣିଜ ପଦାର୍ଥର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଦେଶ ୧୨୦୦ଟି ସ୍ଥାନରେ ଅନୁସନ୍ଧାନ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଖଣିଜ ପଦାର୍ଥକୁ ନିୟନ୍ତ୍ରଣ କରିବା ଦ୍ୱାରା ଭାରତର ରଣନୈତିକ ସ୍ୱାୟତ୍ତତା ସୁଦୃଢ଼ ହୋଇଥାଏ ଏବଂ ଏହାର ଶିଳ୍ପ ଓ ପ୍ରତିରକ୍ଷା କ୍ଷେତ୍ର ବାସ୍ତବରେ ଆତ୍ମନିର୍ଭରଶୀଳ ହୋଇଥାଏ। ଏହାର ପରିପୂରକ ଭାବେ, ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ ଭାରତର ଉପକୂଳ ଶକ୍ତି ସମ୍ବଳର ଉପଯୋଗ କରିବ, ବିଦେଶୀ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ଶକ୍ତି ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବ, ଯାହା ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ଶକ୍ତିଶାଳୀ ଭାରତ ଦିଗରେ ଆଉ ଏକ ପଦକ୍ଷେପ।
ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଦେଶ ନିର୍ଦ୍ଧାରିତ ସମୟର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ମସିହାରେ ୫୦ ପ୍ରତିଶତ ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ କରିସାରିଛି। ଭାରତର ଆଣବିକ ଶକ୍ତି ଉତ୍ପାଦନ କ୍ଷମତାକୁ ସେ ୨୦୪୭ ମସିହା ସୁଦ୍ଧା ଦଶଗୁଣ ବୃଦ୍ଧି କରିବାର ଯୋଜନା ମଧ୍ୟ ଘୋଷଣା କରିଥିଲେ, ଯେଉଁଥିରେ ୧୦ଟି ନୂତନ ଆଣବିକ ରିଆକ୍ଟର କାର୍ଯ୍ୟ ଚାଲୁ ରହିଛି, ଯାହା ଶକ୍ତି ସୁରକ୍ଷା ଏବଂ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଭାରତ ଶକ୍ତି ଆମଦାନୀ ଉପରେ ନିର୍ଭରଶୀଳ ନହେବ, ତେବେ ସଞ୍ଚୟ ହୋଇଥିବା ଅର୍ଥ କୃଷକଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହୋଇପାରିବ, ଯାହା ଦେଶର ସମୃଦ୍ଧିର ମେରୁଦଣ୍ଡକୁ ଆହୁରି ମଜବୁତ କରିବ।
୮. ମହାକାଶ କ୍ଷେତ୍ରରେ ସ୍ୱାଧୀନତା, ଅଗ୍ରଣୀ ନବସୃଜନ : ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ବୃଦ୍ଧି ପାଉଥିବା ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ।ଗଗନଯାନ ଅଭିଯାନର ସଫଳତାକୁ ଆଧାର କରି ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ପାଇଁ ପ୍ରସ୍ତୁତି ଜାରି ରହିଛି। ୩୦୦ ରୁ ଅଧିକ ଷ୍ଟାର୍ଟଅପ୍ ବର୍ତ୍ତମାନ ଉପଗ୍ରହ ପ୍ରଯୁକ୍ତିବିଦ୍ୟା, ମହାକାଶ ଅନୁସନ୍ଧାନ ଏବଂ ଅତ୍ୟାଧୁନିକ ଅନୁସନ୍ଧାନରେ ଉଦ୍ଭାବନ କରୁଛନ୍ତି, ଯାହା ଦର୍ଶାଉଛି ଯେ ଭାରତ କେବଳ ବିଶ୍ୱ ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ କରୁନାହିଁ ବରଂ ସ୍ୱଦେଶୀ ସମାଧାନ ସହିତ ଆଗକୁ ବଢୁଛି ।
୯. କୃଷକମାନେ, ଭାରତର ସମୃଦ୍ଧିର ମେରୁଦଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ, “ଭାରତ ସେମାନଙ୍କ ସ୍ୱାର୍ଥରେ ଆପୋଷ ବୁଝାମଣା କରିବ ନାହିଁ” ସେ ଗୁରୁତ୍ୱାରୋପ କରିଥିଲେ ଯେ ସେ କୃଷକ ଏବଂ ପଶୁପାଳକମାନଙ୍କ ପାଇଁ କୌଣସି କ୍ଷତିକାରକ ନୀତି ବିରୁଦ୍ଧରେ, ସେମାନଙ୍କ ଅଧିକାର ଏବଂ ଜୀବିକା ରକ୍ଷା କରିବା ପାଇଁ ଏକ ପ୍ରାଚୀର ଭାବେ ଠିଆ ହୋଇଛନ୍ତି। ସେ କହିଥିଲେ ଯେ ଦୁଗ୍ଧ, ଡାଲି ଏବଂ ଝୋଟ କ୍ଷେତ୍ରରେ ଭାରତ ୧ମ ଏବଂ ଧାନ, ଗହମ, କପା, ଫଳ ଏବଂ ପନିପରିବା କ୍ଷେତ୍ରରେ ୨ୟ ସ୍ଥାନରେ ରହିଥିବାରୁ କୃଷି ଭାରତର ବିକାଶର ଏକ ଆଧାରଶିଳା ହୋଇ ରହିଛି। କୃଷି ରପ୍ତାନୀ ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି, ଯାହା ଦେଶର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରତିଫଳିତ କରୁଛି। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ, ସେ ୧୦୦ଟି ପଛୁଆ କୃଷି ଜିଲ୍ଲା ପାଇଁ ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଥିଲେ, ଯାହା ପିଏମ କିଷାନ, ଜଳସେଚନ ଯୋଜନା ଏବଂ ପଶୁପାଳନ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଜାରି ରହିଥିବା ସହାୟତାର ପରିପୂରକ, ଯାହା ଭାରତର ସମୃଦ୍ଧିର ମେରୁଦଣ୍ଡକୁ ସୁଦୃଢ଼ ଏବଂ ନମନୀୟ ରଖିବା ସୁନିଶ୍ଚିତ କରିଥାଏ।
୧୦. ଉଚ୍ଚ କ୍ଷମତା ସମ୍ପନ୍ନ ଜନସଂଖ୍ୟା ମିଶନ, ଜାତୀୟ ଅଖଣ୍ଡତାର ସୁରକ୍ଷା : ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅଖଣ୍ଡତାର ସୁରକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। ବେଆଇନ ଅନୁପ୍ରବେଶ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ବିଷୟରେ ସେ ଚେତାବନୀ ଦେଇ ସୀମାନ୍ତବର୍ତ୍ତୀ ଅଞ୍ଚଳ ଏବଂ ନାଗରିକଙ୍କ ଜୀବିକା ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେ ଉଚ୍ଚ କ୍ଷମତା ସମ୍ପନ୍ନ ଜନସଂଖ୍ୟା ଆଧାରିତ ମିଶନର ଘୋଷଣା କରିଥିଲେ, ଯାହାର ଉଦ୍ଦେଶ୍ୟ ଭାରତର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଉଭୟ ରଣନୈତିକ ଏବଂ ସାମାଜିକ ଆହ୍ୱାନର ମୁକାବିଲା କରିବା।ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଏକ ବିକଶିତ ଭାରତ ୨୦୪୭ ପାଇଁ ତାଙ୍କର ଦୃଷ୍ଟିକୋଣକୁ ରେଖାଙ୍କିତ କରିଥିଲେ, ଯେଉଁଥିରେ ଭାରତର ପ୍ରଗତି ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଆଧାରିତ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। ସେ ନାଗରିକମାନଙ୍କୁ ମନେ ପକାଇ ଦେଇଥିଲେ ଯେ ଭାରତର ଶକ୍ତି ଏହାର ଜନସଂଖ୍ୟା, ନବସୃଜନ ଏବଂ ଆତ୍ମନିର୍ଭରଶୀଳତା ପ୍ରତି ପ୍ରତିବଦ୍ଧତା ମଧ୍ୟରେ ରହିଛି, ପ୍ରତ୍ୟେକ ଭାରତୀୟଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ, ତାହା ଭାରତ ନିର୍ମିତ ଉତ୍ପାଦ କ୍ରୟ କରି ହେଉ କିମ୍ବା ଦେଶର ସ୍ୱାଧୀନତାର ଶତବାର୍ଷିକୀ ସୁଦ୍ଧା ଏକ ସମୃଦ୍ଧ, ଶକ୍ତିଶାଳୀ ଏବଂ ବିକଶିତ ଭାରତ ସୁନିଶ୍ଚିତ କରିବା ପାଇଁ ବୈଜ୍ଞାନିକ, ବୈଷୟିକ ଏବଂ ଉଦ୍ୟୋଗୀ ଅଂଶଗ୍ରହଣ କରି ହେଉ।
ସ୍ୱାଧୀନତା ଦିବସରେ କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ : ଚାଷୀମାନେ ଭାରତର ମେରୁଦଣ୍ଡ
୭୯ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ ବୋଲି କହିଥିଲେ। ସେ ମନେ ପକାଇଥିଲେ ଯେ ଉପନିବେଶବାଦୀ ଶାସନ କିପରି ଦେଶକୁ ଗରିବ କରିଦେଇଥିଲା, କିନ୍ତୁ କୃଷକମାନଙ୍କର ଅକ୍ଳାନ୍ତ ପ୍ରୟାସ ହିଁ ଭାରତର ଶସ୍ୟଭଣ୍ଡାର ପୂରଣ କରିଥିଲା ଏବଂ ଦେଶର ଖାଦ୍ୟ ସାର୍ବଭୌମତ୍ୱକୁ ସୁରକ୍ଷିତ କରିଥିଲା। ତାଙ୍କର ଅଭିଭାଷଣରେ ଭାରତୀୟ କୃଷିର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ସହିତ ହୃଦୟସ୍ପର୍ଶୀ କୃତଜ୍ଞତା ପ୍ରକାଶ କରିଥିଲେ।
କୃଷକ – ଭାରତର ସମୃଦ୍ଧିର ମେରୁଦଣ୍ଡ :ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତର ବର୍ଦ୍ଧିତ ଅର୍ଥନୀତି ସିଧାସଳଖ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀମାନଙ୍କୁ ଲାଭ ପହଞ୍ଚାଉଛି। ଆଜି, ଭାରତ ଏହି ସଫଳତା ପାଇଛି:
- ଦୁଗ୍ଧ, ଡାଲି ଏବଂ ପାଟ ଉତ୍ପାଦନରେ ବିଶ୍ୱ ସ୍ତରରେ ନମ୍ବର ୧
- ଚାଉଳ, ଗହମ, କପା, ଫଳ ଏବଂ ପନିପରିବା କ୍ଷେତ୍ରରେ ନମ୍ବର ୨
- କୃଷି ରପ୍ତାନି ବର୍ତ୍ତମାନ ଟ.4 ଲକ୍ଷ କୋଟି ଅତିକ୍ରମ କରିଛି। ଆଞ୍ଚଳିକ ବ୍ୟବଧାନକୁ ଆହୁରି ପୂରଣ କରିବା ପାଇଁ, ପ୍ରଧାନମନ୍ତ୍ରୀ ୧୦୦ଟି ପଛୁଆ କୃଷି ଜିଲ୍ଲାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଧନ୍ୟ ଧାନ୍ୟ କୃଷି ଯୋଜନା ଘୋଷଣା କରିଛନ୍ତି।
- ତାଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରି ସେ ଘୋଷଣା କରିଛନ୍ତି: “କୃଷକ, ମତ୍ସ୍ୟଜୀବୀ ଏବଂ ପଶୁପାଳକଙ୍କ ପାଇଁ, ମୋଦୀ ସର୍ବଦା ସୁରକ୍ଷାର ପ୍ରାଚୀର ଭାବରେ ଠିଆ ହେବେ।”
ସିନ୍ଧୁ ଜଳ ଚୁକ୍ତି – ଭାରତର ସ୍ୱାର୍ଥ ପ୍ରଥମ : ସିନ୍ଧୁ ଜଳ ଚୁକ୍ତିକୁ ଅନ୍ୟାୟ ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଚୁକ୍ତିନାମା, ଏହାର ବର୍ତ୍ତମାନର ରୂପରେ, ଭାରତର ଚାଷୀମାନଙ୍କୁ କ୍ଷତି ପହଞ୍ଚାଇଛି। ସେ ଘୋଷଣା କରିଛନ୍ତି ଯେ ଭାରତ ଆଉ ଏପରି ଏକପାଖିଆ ବ୍ୟବସ୍ଥାକୁ ଗ୍ରହଣ କରିବ ନାହିଁ ଏବଂ ନିଜ କ୍ଷେତ ଏବଂ ଲୋକଙ୍କ ପାଇଁ ଜଳର ସଠିକ୍ ଅଂଶ ପୁନଃପ୍ରାପ୍ତ କରିବ।
କୃଷି ସ୍ୱାବଲମ୍ବୀତା – ସାର ଏବଂ ଇନପୁଟ୍ : ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଖାଦ୍ୟ ସୁରକ୍ଷାକୁ ଆମଦାନୀ ପାଇଁ ଅସୁରକ୍ଷିତ ଭାବରେ ଛଡ଼ାଯାଇପାରିବ ନାହିଁ। ସେ ସାର ଏବଂ ପ୍ରମୁଖ ଇନପୁଟ୍ର ଘରୋଇ ଉତ୍ପାଦନର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ନିଶ୍ଚିତ କରିବ ଯେ ଭାରତୀୟ ଚାଷୀମାନେ ସଶକ୍ତ ହେବେ ଏବଂ ଭାରତର କୃଷି ସ୍ୱାଧୀନ ଭାବରେ ବିକଶିତ ହେବ। ଏହା କେବଳ କୃଷକଙ୍କ କଲ୍ୟାଣ ପାଇଁ ନୁହେଁ ବରଂ ଦେଶର ଆର୍ଥିକ ସାର୍ବଭୌମତ୍ୱକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଆମର ଯୋଜନା ଯୋଗୁଁ ଅଧିକ ଆତ୍ମବିଶ୍ୱାସୀ କୃଷକ: ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କ ଶକ୍ତିକୁ ପ୍ରଶଂସା କରି କହିଛନ୍ତି ଯେ କ୍ଷୁଦ୍ର କୃଷକ, ପଶୁପାଳକ କିମ୍ବା ମତ୍ସ୍ୟଜୀବୀ ସମସ୍ତେ ଅନେକ ବିକାଶମୂଳକ ଯୋଜନାରେ ଉପକୃତ ହେଉଛନ୍ତି।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି, ବର୍ଷା ଜଳ ଅମଳ, ଜଳସେଚନ ପ୍ରକଳ୍ପ, ଗୁଣାତ୍ମକ ବିହନ ବଣ୍ଟନ ଏବଂ ଠିକ୍ ସମୟରେ ସାର ଯୋଗାଣ ଭଳି ପଦକ୍ଷେପ ସମଗ୍ର ଦେଶରେ କୃଷକଙ୍କ ଆତ୍ମବିଶ୍ୱାସ ବଢ଼ାଇଛି।
କୃଷକଙ୍କ ସୁରକ୍ଷା ପାଇଁ ଏକ ପ୍ରାଚୀର :ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନକୁ ଏକ ପ୍ରତିଶ୍ରୁତି ସହିତ ସମାପ୍ତ କରିଛନ୍ତି ଯାହା ସମଗ୍ର ଦେଶରେ ପ୍ରତିଫଳିତ ହୋଇଛି:
“ଭରତର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବିଙ୍କ ସହିତ ସମ୍ପର୍କିତ ଯେକୌଣସି ଅହିତକର ନିତୀ ଆଗରେ ମୋଦୀ ପ୍ରାଚୀର ପରି ରହିଛି। ଭାରତ ଏହାର ଚାଷୀଙ୍କ ହିତ ସହିତ କୌଣସି ପ୍ରକାର ବୁଝାମଣା କରିବ ନାହିଁ।‘‘
ପ୍ରଧାନମନ୍ତ୍ରୀଙ୍କ ସବୁଠୁ ଲମ୍ବା ଅଭିଭାଷଣ
ଜାତୀୟ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ୧୦୩ ମିନିଟ୍ ଧରି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ, ଯାହା ଦେଶର ସ୍ୱାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଅଭିଭାଷଣ ବୋଲି କୁହାଯାଉଛି। ଭାରତର ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୭ଟା ୩୩ ମିନିଟ୍ରେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ୯ଟା ୧୬ ମିନିଟ୍ରେ ତାଙ୍କର ଅଭିଭାଷଣକୁ ସେ ବିରାମ ଦେଇଥିଲେ। ଏହା ସହିତ ସେ ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୨୦୨୪ ସ୍ୱାଧୀନତା ଦିବସରେ ସେ ୯୮ ମିନିଟ୍ ଧରି ଭାଷଣ ଦେଇଥିଲେ।
ଆଜିର ୧୦୩ ମିନିଟ୍ର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୂର, ସିନ୍ଧୁ ନଦୀ ଚୁକ୍ତି, ଆତ୍ମନିର୍ଭର ଭାରତ ଠାରୁ ଆରମ୍ଭ କରି ଦେଶର ପରମାଣୁ ଶକ୍ତି, ଜିଏସ୍ଟିରେ ସଂସ୍କାର, ଅନୁପ୍ରବେଶ ଏବଂ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ଆଦି ବ୍ୟାପକ ବିଷୟରେ କହିଥିଲେ। ତା’ ସହିତ ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବିକଶିତ ଭାରତ ରୋଜଗାର ଯୋଜନା ଘୋଷଣା କରିଥିଲେ।
ପୂର୍ବର ପ୍ରଧାନମନ୍ତ୍ରୀମାନଙ୍କ ଅପେକ୍ଷା ମୋଦୀଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ଅପେକ୍ଷାକୃତ ଲମ୍ବା ରହିଆସିଛି। ୨୦୨୩ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯୦ ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ। ୨୦୧୬ ସ୍ୱାଧୀନତା ଦିବସରେ ତାଙ୍କ ଅଭିଭାଷଣର ଅବଧି ୯୬ ମିନିଟ୍ ରହିଥିବା ବେଳେ ୨୦୧୯ ସ୍ୱାଧୀନତା ଦିବସରେ ସେ ୯୨ ମିନିଟ୍ ଧରି ଭାଷଣ ଦେଇଥିଲେ।
ସ୍ୱାଧୀନତା ଦିବସରେ ସବୁଠୁ ଲମ୍ବା ସମୟ ଧରି ଭାଷଣ ଦେବାର ରେକର୍ଡ ଥିଲା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାଁରେ। ୧୯୪୭ ମସିହାରେ ସେ ୭୨ ମିନିଟ୍ ଧରି ଭାଷଣ ଦେଇଥିଲେ। ତାଙ୍କ ପଛକୁ ରହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ। ୧୯୯୭ ମସିହା ସ୍ୱାଧୀନତା ଦିବସରେ ସେ ୭୧ ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ। ତେବେ ୨୦୧୫ ମସିହାରେ ଏହି ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ବର୍ଷ ସ୍ୱାଧୀନତା ଦିବସରେ ସେ ୮୫ ମିନିଟ୍ ଧରି ଭାଷଣ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣ ଦେଇଥିଲେ ୨୦୧୪ ମସିହାରେ। ସେଥର ସେ ୬୫ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ୨୦୧୭ ସ୍ୱାଧୀନତା ଦିବସରେ ସେ ୫୬ ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ, ଯାହା ତାଙ୍କର ସବୁଠୁ ଛୋଟ ସ୍ୱାଧୀନତା ଦିବସ ଅଭିଭାଷଣ।
ସ୍ୱାଧୀନତା ଦିବସରେ ସବୁଠୁ କମ୍ ସମୟ ପାଇଁ ଭାଷଣ ଦେବାର ରେକର୍ଡ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ନାଁରେ। ୧୯୫୪ ମସିହା ସ୍ୱାଧୀନତା ଦିବସରେ ଜବାହରଲାଲ ନେହରୁ ମାତ୍ର ୧୪ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ସେହିପରି ୧୯୬୬ ମସିହା ସ୍ୱାଧୀନତା ଦିବସରେ ଇନ୍ଦିରା ଗାନ୍ଧୀ ମଧ୍ୟ ୧୪ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ। ୨୦୧୨ ଓ ୨୦୧୩ ମସିହା ସ୍ୱାଧୀନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯଥାକ୍ରମେ ୩୨ ଓ ୩୫ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ୨୦୦୨ ଓ ୨୦୦୩ ସ୍ୱାଧୀନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯଥାକ୍ରମେ ୨୫ ଓ ୩୦ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଛି। ଲଗାତାର ୧୨ ଥର ସ୍ୱାଧୀନତା ଦିବସ ଅଭିଭାଷଣ ଦେବାରେ ସେ ବନିଯାଇଛନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ତାଙ୍କ ଆଗରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ସେ ଲଗାତାର ୧୭ ଥର ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହିତ ଦେଶକୁ ସମ୍ବୋଧିତ କରିଥିଲେ।