କଟକ: ପାଠପଢ଼ାରେ କ୍ଷେତ୍ରରେ ଛାତ୍ରୀମାନେ ସବୁବେଳେ ଆଗରେ ରହିଆସିଛନ୍ତି। ଆଜିର ଛାତ୍ରୀମାନେ ନିଜର ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ସାହିତ୍ୟ ଏବଂ ଶିକ୍ଷା ଠାରୁ ବିଜ୍ଞାନ, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପାଦଚିହ୍ନ ଛାଡି ଯାଉଛନ୍ତି। ସେମାନଙ୍କୁ ସମାନ ସୁବିଧା ସୁଯୋଗ ମିଳିଲେ ସେମାନେ ଭଲ ପ୍ରଦର୍ଶନ କରନ୍ତି। ଆଜି ନାରୀ ଶିକ୍ଷାର ଯଦି ପ୍ରସାର ଘଟିଛି। ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର କ୍ଷେତ୍ରରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଅବାଦନ ଅତୁଳନୀୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
President Droupadi Murmu laid the foundation stone for the redevelopment of three buildings of Ravenshaw Girls' High School at Cuttack. The President advised girl students to take inspiration from women who are setting new standards of success in various fields. She said that… pic.twitter.com/rjtiCNY5lT
— President of India (@rashtrapatibhvn) July 15, 2025
ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷାଦାନ ଏବଂ ଉନ୍ନତ ଭିରିଭୂମି ଏକ ଉତ୍ତମ ଶିକ୍ଷାଗତ ପରିବେଶ ସୃଷ୍ଟି କରିଥାଏ। ପୁନଃ ଉନ୍ନତିକରଣ ପ୍ରକଳ୍ପ ଶେଷ ହେବା ପରେ, ଏହି ବିଦ୍ୟାଳୟର ସୁବିଧା ଆହୁରି ଉନ୍ନତ ହେବ ବୋଲି ସେ କହିଥିଲେ । ନିଜର ଜ୍ଞାନ, ଆତ୍ମବିଶ୍ଵାସ, ଦକ୍ଷତା ଏବଂ ସମର୍ପଣର ଶକ୍ତି ବଳରେ ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇବାର ସାମର୍ଥ୍ୟ ଛାତ୍ରୀମାନଙ୍କଠାରେ ରହିଛି। ତେବେ ଦକ୍ଷତା ବୃଦ୍ଧି ଓ ସଫଳତା ହାସଲ ପାଇଁ ସମାଜର ବିଭିନ୍ନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଥିବା ମହିଳାମାନଙ୍କ ଠାରୁ ପ୍ରେରଣା ହାସଲ କରିବା ଜରୁରୀ ବୋଲି ରାଷ୍ଟ୍ରପତି କହିଥିଲେ।
ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୮୬ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଇତିହାସକୁ ନେଇ ଏକ କଫି ଟେବୁଲ ପୁସ୍ତକ ରାଷ୍ଟ୍ରପତି ଉନ୍ମୋଚନ
କରିଥିଲେ।
ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପାଟି, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭଗ୍ନହରି ମହତାବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମେୟର ସୁବାସ ସିଂହ, ବିଧାୟିକା ସୋପିଆ ପିନ୍ଦୋସ ପ୍ରମୁଖ ଅତିଥ୍ ଭାବେ ଯୋଗଦେଇଥିଲେ।
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଡ . ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ… pic.twitter.com/FFFJPVO6tO
— CMO Odisha (@CMO_Odisha) July 15, 2025
ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତୀ ରଥ ଏବଂ ପରିଚାଳନା କମିଟିର ସଭାପତି ହୃଶିକେଶ ବଳ ସମାରୋହରେ ଯୋଗ ଦେଇ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଐତିହାସିକ ସଫଳତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ୮୬ କୋଟି ୫୬ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରେ ୩ ଅଟ୍ଟାଳିକା କାର୍ଯ୍ୟ କରାଯିବ। ଛାତ୍ରୀନିବାସ, ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ଏବଂ ପୁରୁଣା ଐତିହ୍ୟ ସୌଧ ଓ ପୋଖରୀର ପୁନଃଉଦ୍ଧାର କରାଯାଇ ଦେଢ଼ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।
୧୮୭୩ ମସିହାରେ ପ୍ରତିଷ୍ଠିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ବାଳିକାମାନଙ୍କ ପାଇଁ ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ। କଟକ ସହରର ସହରାଞ୍ଚଳରେ ଅବସ୍ଥିତ, ଏହି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରିଚାଳନାରେ ପରିଚାଳିତ ହୁଏ। ଏହା କଟକ ଜିଲ୍ଲାର କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CUTTACK MC) ବ୍ଲକ ମଧ୍ୟରେ ଅବସ୍ଥିତ। ୧୫୦ ବର୍ଷରୁ ଅଧିକ ସମୟ ଧରି ଏକ ସମୃଦ୍ଧ ଐତିହ୍ୟ ସହିତ, ଏହି ବିଦ୍ୟାଳୟ ଏହି ଅଞ୍ଚଳ ସମେତ ରାଜ୍ୟରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦଶନ୍ଧି ଧରି, ଏହା ଅଗଣିତ ଯୁବ ମନକୁ ପ୍ରତିପାଳନ କରିଛି, ଗୁଣାତ୍ମକ ଶିକ୍ଷା, ଦୃଢ଼ ମୂଲ୍ୟବୋଧ ଏବଂ ଶୈକ୍ଷିକ ଏବଂ ବ୍ୟକ୍ତିଗତ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିଛି।
ରିପୋର୍ଟ : ଶୁଭସ୍ମିତା ପ୍ରଧାନ