BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାଲେଶ୍ବର ପୀଡ଼ିତାଙ୍କୁ ରାଷ୍ଟ୍ରପତି ଭେଟିଲେ, ତ୍ୱରିତ ପଦକ୍ଷେପ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଲେ

ଭୁବନେଶ୍ବର: ସମାବର୍ତ୍ତନ ଉତ୍ସବ ଶେଷ ହେବା ପରେ ଭୁବନେଶ୍ୱର ଏମ୍ସ ବର୍ଣ୍ଣ ୱାର୍ଡରେ ବାଲେଶ୍ବର ପୀଡିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ରାଷ୍ଟ୍ରପତି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଥିଲେ।

ରାଷ୍ଟ୍ରପତି ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରି ଭାବପ୍ରବଣ ହୋଇ ଯାଇଥିଲେ। ରାଷ୍ଟ୍ରପତି କହିଥିଲେ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ସେ ସୁସ୍ଥ ହୋଇ ‌ଫେରି ଆସନ୍ତୁ । ଏହା ସହ ତ୍ୱରିତ ପଦକ୍ଷେପ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରପତି କହିଥିଲେ ମୁଁ, ସମସ୍ତଙ୍କ ସହ କଥା ହୋଇଛି ଏବଂ ଆଗକୁ ଆହୁରି ଶୀଘ୍ର କେମିତି ଛାତ୍ରୀ ଜଣଙ୍କ ସୁସ୍ଥ ହେବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଶ୍ୱାସନା ଦେଇଥିଲେ।

ଯଦି ଆବଶ୍ୟକ ହୁଏ କୋଉଠିକୁ ସ୍ଥାନାନ୍ତର କରାଯାଇ ପାରିବ ତାହା ବନ୍ଦୋବସ୍ତ କରିବାକୁ ରାଷ୍ଟ୍ରପତି ଭରସା ଦେଇଥିବା ନେଇ ପୀଡିତା ଛାତ୍ରୀଙ୍କ ଭାଇ ସୌମ୍ୟରଞ୍ଜନ ବିଶି କହିଛନ୍ତି।

ଏସମ୍ପର୍କରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ରାଷ୍ଟ୍ରପତି ପୀଡ଼ିତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବର୍ତ୍ତମାନର ସ୍ଥିତି ସହ କଣ ଚିକିତ୍ସା ଯୋଗାଇ ଦିଆଯାଉଛି ପଚାରି ବୁଝିଥିଲେ। ପୀଡ଼ିତାଙ୍କ ପରିବାରକୁ ଭେଟି କଥା ହୋଇଥିଲେ।

ପୀଡ଼ିତାଙ୍କୁ ରାଷ୍ଟ୍ରପତି ଭେଟିଲା ପରେ ତାଙ୍କ ବାପା କହିଛନ୍ତି, ରାଷ୍ଟ୍ରପତି ମୋ ଝିଅର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଏହି ଘଟଣା ବିଷୟରେ ସବୁ ଜାଣିଛନ୍ତି। ନ୍ୟାୟ ନିଶ୍ଚୟ ମିଳିବ ବୋଲି ମୋର ଆଶା ଅଛି। ଇଣ୍ଟରନାଲ କମିଟି ରିପୋର୍ଟରେ ମିଛ ତଥ୍ୟ ଦିଆଯାଇଥିଲା। ଯେଉଁମାନେ ମିଛ ରିପୋର୍ଟ ପ୍ରସ୍ତୁତ କଲେ ,ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ମୋ ଝିଅର ଅବସ୍ଥା ଏବେ ବି ଭଲ ନାହିଁ।