BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜଗନ୍ନାଥ ସ°ସ୍କୃତିକୁ ଲୋକାଦୃତ କରିବାରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି। – ‘ପ୍ରତିଶ୍ରୁତି’ର ତୃତୀୟ ସ°ସ୍କରଣ ଉନ୍ମୋଚିତ।

ଭୁବନେଶ୍ୱର,୨୪/୧୦ ଜଗତର ନାଥ ଜଗନ୍ନାଥ ଓଡ଼ିଶାର ଗର୍ବ ଓ ଗୌରବ। ଜଗନ୍ନାଥଙ୍କ ପାଇଁ ଓଡିଶା ଆଜି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ପାଇପାରିଛି। ଲିଳାମୟଙ୍କ ଗୁପ୍ତ ଲିଳା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। ମହାପ୍ରଭୁଙ୍କ ଅଲୌକିକ ମାହାତ୍ମ୍ୟକୁ ପ୍ରଚାର ପ୍ରସାର କରିବାରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରତିଶ୍ରୁତିର ତୃତୀୟ ସ°ସ୍କରଣ ଉନ୍ମୋଚନ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ
ପ୍ରତିଶ୍ରୁତି ( ନୂଆ ସକାଳର ସଂକଳ୍ପ) ଆନୁକୁଲ୍ୟର ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ପ୍ରତିଶ୍ରୁତି ପତ୍ରିକାର ତୃତୀୟ ସଂସ୍କରଣ ଉନ୍ମୋଚନ ଓ ଆଲୋଚନା ଚକ୍ର ( ଯୁଗେ ଯୁଗେ ଜଗନ୍ନାଥ ) ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ପ୍ରବଚକ ଓ ଆଧ୍ୟାତ୍ମିକ ଗୁରୁ ଡ଼ . ଚନ୍ଦ୍ର ଶେଖର ଦାଶ , ଦୟାନିଧ୍ ତ୍ରିପାଠୀ , ବରିଷ୍ଠ କବି ଇପ୍‌ସିତା ଷଡ଼ଙ୍ଗୀ , ବରିଷ୍ଠ ଭାଷାବିତ୍ ଶକର୍ଷଣ ପରିଚା , ବରିଷ୍ଠ କବି ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ( କେନ୍ଦୁଝର ) ପିନାକୀ ମିଶ୍ର ପ୍ରମୁଖ ଯୋଗଦାନ କରି ଜଗନ୍ନାଥ ଓ ସାହିତ୍ୟ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ ।

ଇତି ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ମଞ୍ଚାସୀନ ଅତିଥୁ ରମାକାନ୍ତ ମହାଳୀ , ସନ୍ତୋଷ କୁମାର ସାହୁ , ହରେ କୃଷ୍ଣ ଦାଶ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭନ୍ନ କବି ଓ କବୟତ୍ରୀ ଯୋଗଦାନ କରିଥିଲେ ।

 

ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରୁ କଳା , ସାହିତ୍ୟ , ଭାସ୍କର୍ଯ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିତ୍ବଙ୍କୁ ପ୍ରତିଶ୍ରୁତି ପରିବାର ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ପରିଚାଳନା କମିଟର ସଦସ୍ୟ ଜଗଳ ପାଳ , ଶୁଭବ୍ରତ ମହାପାତ୍ର , ଦିବ୍ୟ ମହାପାତ୍ର , ଦିବ୍ୟରଂଜନ ବେହେରା ପ୍ରମୁଖ ସହଯୋଗ କରିଥିଲାବେଳେ ସମ୍ପାଦିକା ସସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।