BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାପ୍ତାହିକ ସମ୍ବାଦପତ୍ର ପ୍ରତିଜ୍ଞାର ତ୍ରୟୋଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାପ୍ତାହିକ ସମ୍ବାଦପତ୍ର ପ୍ରତିଜ୍ଞାର ତ୍ରୟୋଦଶ ବାର୍ଷିକ ଉତ୍ସବ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ତରୁଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦଘାଟକ ଭାବେ ରାଜ୍ୟ ସହକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଉଦଘାଟନ କରି କହିଥିଲେ ଗଣମାଧ୍ୟମ ସମାଜର ମଙ୍ଗଳ ପାଇଁ ଖବର ପରିବେଶଣ କରନ୍ତୁ । ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗଦେଇ କହିଥିଲେ ଛୋଟ ଓ ବଡ ଖବର କାଗଜ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଯଦି ଛୋଟ ଖବରକାଗଜ ସଠିକ, ନିର୍ଭୁଲ ଓ ତଥ୍ୟ ଭିିକ ଖବର ପରିବେଶଣ କରେ ସେ ନିଶ୍ଚିତ ପାଠକାଦୃତ ଲାଭ କରିପାରିବ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ପୂର୍ବତଟ ରେଳବାଇ ବିଭାଗର ଜନ ସମ୍ପର୍କ ଅଧିକାରୀ ନିରାକର ଦାସ, ସମ୍ମାନୀତ ବକ୍ତା ଭାବେ ବରିଷ୍ଠ ସମ୍ବାଦିକ ନୃସିଂହ ନାରାୟଣ ଦାସ ଯୋଗଦେଇ ସମ୍ବାଦପତ୍ରର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିଜ୍ଞାର ସମ୍ପାଦକ ଅଶୋକ କୁମାର ସାହୁ ସ୍ୱାଗତ ଭାଷଣ ରଖିବା ସହ କହିଥିଲେ ଆପଣ ମାନଙ୍କ ଆଶୀର୍ବାଦ ଓ ସ୍ନେହ ଶ୍ରଦ୍ଧାରେ ପ୍ରତିଜ୍ଞା ଆଗାମୀ ଦିନରେ ଦୈନିକ ଖବରକାଗଜରେ ପରିଣତ ହେବାକୁ ଯାଉଛି । ଏହି ଅବସରରେ ସାମ୍ବାଦିକତା, ସମାଜସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ଦେବାଶିଷ ମିଶ୍ର ମଂଚ ସଂଚାଳନ କରିଥିବା ବେଳେ ପରିଚାଳନା ସମ୍ପାଦକ ବିକ୍ରମ ଦେବ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।