BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୨ ଏମ୍ ପି ନିଲମ୍ବିତ

ନୂଆଦିଲ୍ଲୀ,୨୯ ।୧୧: ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ସୋମବାର ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ, ଶିବସେନା, ଟିଏମ୍‌ସି, ସିପିଆଇ ଓ ସିପିଏମ୍‌ର ଏମ୍‌ପି । ନିଲମ୍ବିତ ଏମ୍‌ପିଙ୍କ ମଧ୍ୟରେ ରହିଛନ୍ତି ଏଲାମାରାମ କରିମ(ସିପିଏମ୍‌), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର୍ ବୋରା, ରାଜମଣି ପଟେଲ, ସୈୟଦ ନାସିର ହୁସେନ, ଅଖିଳେଶ ପ୍ରସାଦ ସିଂ(କଂଗ୍ରେସ), ବିନୟ ବିଶ୍ୱମ(ସିପିଆଇ), ଡୋଲା ସେନ ଓ ଶାନ୍ତା ଛେତ୍ରୀ(ଟିଏମ୍‌ସି), ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ ଦେଶାଇ(ଶିବସେନା) ସାମିଲ ଅଛନ୍ତି ।
ଏହି ଏମ୍‌ପିମାନେ ଗତ ଶୀତକାଳିନ ଅଧିବେଶନରେ ହଙ୍ଗାମା କରିଥିବାରୁ ନିଲମ୍ବିତ ହୋଇଛନ୍ତି । ଏହି ସୂଚନା ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟ ସଭାରେ ଦେଇଛନ୍ତି । ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ଶିବସେନାର ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଆମର ମତ ନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।